ଛୁଟି ପାଇଁ ମିଛ

ନୂଆଦିଲ୍ଲୀ: କାର୍ଯ୍ୟକ୍ଷେତ୍ରରେ ଛୁଟି ପାଇଁ ଅନେକେ କରିଥାନ୍ତି ବାହାନା। ଏହା ଭାରତ ଭଳି ଦେଶରେ ସାଧାରଣ କଥା। ହେଲେ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ୱର ଅନ୍ୟତମ ବିକାଶିତ ରାଷ୍ଟ୍ର ବ୍ରିଟେନ ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ଏଠାକାର କର୍ମଚାରୀମାନେ ମାଲିକ (ବସ୍‌)ଙ୍କୁ ମିଛ କହି ଛୁଟି ନେଇଥାନ୍ତି। ସବୁଠାରୁ ବଡ଼ କଥା ଅଧିକାଂଶଙ୍କ ଛୁଟିର କାରଣ ସ୍ବାସ୍ଥ୍ୟଗତ। ହାରାହାରି ୫ଜଣ କର୍ମଚାରୀଙ୍କ ଭିତରୁ ୨ଜଣ ଏପରି କରିଥାନ୍ତି। ଏକ ପ୍ରତିଷ୍ଠିତ ଖବର ସରବରାହ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଏପରି ତଥ୍ୟ ପଦାକୁ ଆସିଛି।
କାର୍ଯ୍ୟକ୍ଷେତ୍ରରେ ନୈତିକତାକୁ ନେଇ କରାଯାଇଥିବା ସର୍ଭେରେ ଅଧିକାଂଶ କର୍ମଚାରୀ ସ୍ପଷ୍ଟ ମତ ରଖିଥିଲେ। ଛୁଟି ପାଇଁ ମିଛରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇବା, ଅଫିସରୁ ଚୋରି କରିବା, ଅନ୍ୟ ଲୋକର କାମ ପାଇଁ ନିଜେ ଶ୍ରେୟ ନେଉଥିବା ସେମାନେ ଦର୍ଶାଇଥିଲେ। ବ୍ରିଟେନର ଅଫିସ ଫର୍‌ ନ୍ୟାଶନାଲ ଷ୍ଟାଟିଷ୍ଟିକ୍ସର ତଥ୍ୟ ଅନୁଯାୟୀ, ଜଣେ କର୍ମଚାରୀ ବର୍ଷକୁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ହାରାହାରି ୪ଦିନ ଛୁଟି ନେଇଥାନ୍ତି। ୨୦୧୮ରେ କର୍ମଚାରୀମାନେ ଅଫିସ ନ ଆସିବାର ପ୍ରମୁଖ କାରଣ ସର୍ଦ୍ଦି, ଥଣ୍ଡା, ପିଠି ପୀଡ଼ା ଏବଂ ମାନସିକ ଅସୁସ୍ଥତା ବୋଲି ଦରଖାସ୍ତରେ ଉଲ୍ଲେଖ କରିଥିଲେ।
ସର୍ଭେରୁ ଆହୁରି ମଧ୍ୟ ଜଣାପଡ଼ିଛି, ସିନିୟରଙ୍କ ତୁଳନାରେ ଜୁନିୟର କର୍ମଚାରୀମାନେ ଅଧିକ ମିଛ କହିଥାନ୍ତି। ଏ କ୍ଷେତ୍ରରେ କନିଷ୍ଠମାନେ ସେମାନଙ୍କ ସହଯୋଗୀଙ୍କୁ ସର୍ବଦା ସହାୟତା କରିବାକୁ ପ୍ରସ୍ତୁତ ରହିଥାନ୍ତି। ମହିଳାଙ୍କ ତୁଳନାରେ ପୁରୁଷଙ୍କ ନିକଟରେ ଅନ୍ୟ ଜଣଙ୍କ କାମର ଶ୍ରେୟ ନେବା ପ୍ରବୃତ୍ତି ଦୁଇଗୁଣ। ସେହିପରି ୬୬% କର୍ମଚାରୀ ସେମାନଙ୍କ ସହକର୍ମୀ ଅସୁସ୍ଥ ନ ଥାଇ ଛୁଟିରେ ରହିଥିବା ଜାଣିଥିବା ସତ୍ତ୍ୱେ ଏହି ସୂଚନା ଲୁଚାଇଥାନ୍ତି। ସର୍ଭେରେ ସାମିଲ ହୋଇଥିବା ଏକ ତୃତୀୟାଂଶ ସଦସ୍ୟ କହିଥିଲେ, ସେମାନେ ଅଫିସରୁ ଷ୍ଟାପଲର, ନୋଟବୁକ୍‌ ଭଳି ଛୋଟ ଛୋଟ ଜିନିଷ ଚୋରି କରିଛନ୍ତି। କାର୍ଯ୍ୟାଳୟରେ ଯୌନ ଉତ୍ପୀଡ଼ନ ମାମଲାରେ ୩୪ବର୍ଷରୁ କମ୍‌ ବୟସର କର୍ମଚାରୀ ବୟସ୍କଙ୍କ ତୁଳନାରେ ଅଧିକ ପ୍ରତିକ୍ରିୟାଶୀଳ ହୋଇଥାନ୍ତି। ଯୌନ ଟିପ୍ପଣୀ ମାମଲାରେ ୭୦% ଯୁବ କର୍ମଚାରୀ ପୀଡ଼ିତାଙ୍କ ସହ ଛିଡ଼ା ହୋଇଥାନ୍ତି, ଯେଉଁଠି ୫୫ବର୍ଷରୁ ଊର୍ଦ୍ଧ୍ୱ ବୟସର କର୍ମଚାରୀମାନେ ଏପରି ଘଟଣାରୁ ନିଜକୁ ଦୂରେଇ ରଖିବାକୁ ପସନ୍ଦ କରିଥାନ୍ତି ଅଥବା ସହଯୋଗ ପାଇଁ ପଛଘୁଞ୍ଚା ଦେଇଥାନ୍ତି। ୧୬ବର୍ଷରୁ ଊର୍ଦ୍ଧ୍ୱ ୩୬୫୫ ଜଣ ବୟସ୍କ ଲୋକଙ୍କୁ ନେଇ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଏ ନେଇ ବ୍ୟବସାୟିକ ମନୋବିଜ୍ଞାନୀ ହେଲ୍‌ ଲୁଇସ୍‌ କୁହନ୍ତି, କାମରୁ ଫୁରସତ ପାଇଁ କର୍ମଚାରୀମାନେ ଛୁଟି ପାଇଁ ବେମାର ରହିବା ବାହାନା କରିଥାନ୍ତି। ମାଲିକଙ୍କ ଭଲ ଦୃଷ୍ଟିରେ ରହିବାକୁ ସେମାନେ ପ୍ରାଣପଣେ ଚେଷ୍ଟା କରିଥାନ୍ତି। ଏଥିପାଇଁ ଆବଶ୍ୟକ ପଡ଼ିଲେ ବସ୍‌ଙ୍କ ଖାଇବା ଟେବୁଲ ଆଖପାଖରେ ଉପସ୍ଥିତି ଜାହିର କରି ତାଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବହନ ବିଭାଗର କଠୋର ଆଭିମୁଖ୍ୟ: ବୈଧ ବୀମା ନଥିବା ଗାଡ଼ି…

ଭୁବନେଶ୍ୱର, ୧୦।୮: ବୈଧ ବୀମା ନଥିବା ଗାଡ଼ି ବିରୋଧରେ ପରିବହନ ବିଭାଗର କଠୋର ଆଭିମୁଖ୍ୟ। ଟୋଲଗେଟ୍‌ରେ ଇ- ଡିଟେକ୍ସନ ପଦ୍ଧତିରେ କଡ଼ାକଡ଼ି ଯାଞ୍ଚ କରାଯିବ। ବୀମା, ଫିଟନେସ,…

ଜିଲା ଶିକ୍ଷାଅଧିକାରୀଙ୍କୁ କଳାହାଣ୍ଡି ଘରୋଇ ସଂଘର ଦାବିପତ୍ର: ସିଓଆର ଓ ଆରଟିଇ ପ୍ରତିପୂରଣ ପାଇଁ …

ଭବାନୀପାଟଣା,୧୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଘରୋଇ ସ୍କୁଲ ସଂଘ ର ସଭ୍ୟମାନେ ସୋମବାର ଜିଲା ଶିକ୍ଷା ଅଧିକାରୀଙ୍କୁ ଭେଟି ସିଓଆର ଓ ଆରଟିଇ ପ୍ରତିପୂରଣ ଏକ…

ଜେ.କେ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ

ରିଷିଡା, ୧୦।୮ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡାସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ପ୍ରଥମ ବର୍ଷ (କଳା ଓ ବିଜ୍ଞାନ)…

ରାଜନୀତିରେ ହଲଚଲ: ଯୁବମୋର୍ଚ୍ଚା ସଭାପତି ନିଯୁକ୍ତ କଲା ଭାଜପା, ଏହି ୨ ଜଣଙ୍କୁ ମିଳିଲା ଗୁରୁଦାୟିତ୍ୱ

ଗଞ୍ଜାମ,୧୦।୮ (ବିଦ୍ୟାଧର ସାହୁ ): ପଞ୍ଚାୟତ ଓ ପୌର ନିର୍ବାଚନ ଯେତିକି ପାଖାଉଛି ରାଜନୈତିକ ଉଷ୍ମତା ସେତିକି ବଢୁଛି ।ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତ…

ଗାଁରେ ଚାଞ୍ଚଲ୍ୟ: ଘରେ ଆତ୍ମହତ୍ୟା କଲେ ନାବାଳିକା, ପୋଲିସ ପହଞ୍ଚି…

ଗୁଣପୁର,୧୦।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହରର ପୁରୁଣା ଗୁଣପୁର ଉପର ସଉରା ସାହିରେ ଜଣେ ୧୪ ବର୍ଷୀୟା ନାବାଳିକା ଘରେ ଆତ୍ମହତ୍ୟା କରିଥିବା ଘଟଣା ଘଟିଛି।…

ଘର ତାଲା ଭାଙ୍ଗି ଚୋରି: ୩୦ ଭରି ସୁନା ଅଳଙ୍କାର, ୮ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ….

ଦିଗପହଣ୍ଡି,୧୦|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧ ନଂ ୱାର୍ଡ ରାଜପୁର ରୋଡରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାସ୍କର ସାହୁଙ୍କ ଘର ସମ୍ମୁଖ କବାଟ…

କୂଳ ଲଙ୍ଘୁଛି ଆର୍ଯ୍ୟପଲ୍ଲୀ ସମୁଦ୍ର: ବଢୁଛି ଲୋକଙ୍କ ମଧ୍ୟରେ ଭୟ, ବର୍ଷାରେ ଉପଜିଲାପାଳ…

ଛତ୍ରପୁର,୧୦।୮ (ଦିଲ୍ଲୀପସାମଲ /ଦ୍ୱାରିକା ପଟ୍ଟନାୟକ ): ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବା ଯୋଗୁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ…

ନାକ ଫୁଲ ଗିଳି ଦେଲେ ଶେହନାଜ: ଶୁଟି ସେଟ୍‌ରେ ଘଟିଲା…

ଚୁଲବୁଲି ଅଭିନେତ୍ରୀ ଶେହନାଜ ଗିଲଙ୍କ ସହ ଏକ ଦୁର୍ଘଟଣା ଘଟିଛି। ଶୁଟିଂ କରୁଥିବା ସମୟରେ ସେ ଭୁଲବଶତଃ ତାଙ୍କ ନାକ ଫୁଲ ଗିଳିଦେଇଛନ୍ତି। ଏହି ଘଟଣା ସେଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri