Home

ଆଜି ଆଇଏଏସ୍‌ ଅଫିସର ସମ୍ମିଳନୀ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସରକାରୀ ସେବା ବ୍ୟବସ୍ଥାକୁ କିପରି ଅଧିକ ଉନ୍ନତ କରାଯାଇପାରିବ ସେ ନେଇ ପ୍ରଥମଥର ଲାଗି ଶୁକ୍ରବାର ରାଜ୍ୟ ସରକାରଙ୍କ ବରିଷ୍ଠ ଆଇଏଏସ୍‌ ଅଧିକାରୀମାନଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହେବ। ନିକଟରେ ନୂଆକରି ଉଦ୍‌ଘାଟିତ ହୋଇଥିବା ଲୋକସେବା…

ଧର୍ମ ନିର୍ବିଶେଷରେ ମାନବିକତାକୁ ସମ୍ମାନ ଦିଅନ୍ତି ଜାଭେଦ ଅଖତର

ଗୀତ ହେଉ କି ଗଜଲ, ଭ୍ରମଣ କାହାଣୀ, ଆଲୋଚନା, ସାକ୍ଷାତକାର ସବୁକ୍ଷେତ୍ରରେ ଜଣେ ପାରଙ୍ଗମ ସ୍ରଷ୍ଟା ହେଉଛନ୍ତି ଜାଭେଦ ଅଖତର। ହିନ୍ଦୀ ସିନେମା ଜଗତର ଆଦ୍ୟ ସ୍ମରଣୀୟ ଗୀତିକାର ଭାବରେ ସେ ନିଜର ପରିଚିତିକୁ ବେଶ ସୁଦୃଢ଼ କରିସାରିଛନ୍ତି ବୋଲି କହିଲେ…

ପ୍ରଧାନମନ୍ତ୍ରୀଙ୍କୁ ଆଇଏମ୍‌ଏ କହିଲା: ପ୍ରମାଣ କର, ନଚେତ୍‌ କ୍ଷମା ମାଗ

ନୂଆଦିଲ୍ଲୀ,୧୭।୧:ଫାର୍ମାସ୍ୟୁଟିକାଲ୍‌ କମ୍ପାନୀଗୁଡ଼ିକ ଅନୁଗ୍ରହ ଲାଭ ପାଇଁ ଡାକ୍ତରମାନଙ୍କୁ ମହିଳା ଯୋଗାଉଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ତଥାକଥିତ ମନ୍ତବ୍ୟ ଝଡ଼ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଉକ୍ତ ରିପୋର୍ଟକୁ ଖଣ୍ଡନ କରିନାହିଁ। ତେଣୁ ପ୍ରଧାନମନ୍ତ୍ରୀ ନିଜେ ଏହାକୁ ପ୍ରମାଣ…

ମେଳା ଦେଖି ରାତିରେ ଫେରୁଥିବାବେଳେ ୨ ନାବାଳିକାଙ୍କୁ ଗଣବଳାତ୍କାର

ରାଞ୍ଚି,୧୭।୧(ଆଇଏଏନ୍‌ଏସ୍‌):ଝାଡ଼ଖଣ୍ଡର ଖୁଣ୍ଟି ଜିଲା କଳାମାଟି ବ୍ଲକରେ ୨ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବାବେଳେ ୪ ଜଣଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ୫ମରୁ ୮ମ ଶ୍ରେଣୀ ମଧ୍ୟରେ ପାଠ ପଢ଼ୁଥିବା ଏହି ନାବାଳିକାମାନେ ବୁଧବାର ରାତିରେ ମେଳାଦେଖି ଘରକୁ ଫେରୁଥିବାବେଳେ କେତେକ ଯୁବକ…

୩ ନମ୍ବର ଜେଲକୁ ଦୋଷୀ ସ୍ଥାନାନ୍ତର: ଫାଶୀ ବିଳମ୍ବକୁ ନେଇ ଭାଜପା-ଏଏପି ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ,୧୭।୧(ପି.ଟି.):ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୪ ଅପରାଧୀଙ୍କୁ ଗୁରୁବାର ତିହାର ଜେଲ୍‌ କମ୍ପ୍ଲେକ୍ସର ୩ ନମ୍ବର ଜେଲ୍‌କୁ ନିଆଯାଇଛି, ଯେଉଁଠି ସେମାନଙ୍କୁ ଫାଶୀ ଦିଆଯିବ। ଅପରାଧୀ ବିନୟ ଶର୍ମା, ଅକ୍ଷୟ କୁମାର ସିଂ, ମୁକେଶ ସିଂ ଓ…

ହରିଶ ସାଲ୍‌ଭେ ହେଲେ ବ୍ରିଟେନ କ୍ୟୁସି

ନୂଆଦିଲ୍ଲୀ,୧୭।୧(ଆଇଏଏନ୍‌ଏସ୍‌):ପୂର୍ବତନ ସଲିସିଟର ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କୁ ଇଂଲଣ୍ଡ ଓ ଓ୍ବେଲ୍ସ କୋର୍ଟଗୁଡ଼ିକରେ ବ୍ରିଟେନ ରାଣୀଙ୍କ ଓକିଲ (କ୍ୟୁସି) ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଆନୁଷ୍ଠାନିକ ନିଯୁକ୍ତି ମାର୍ଚ୍ଚରେ ମିଳିବ। ବ୍ରିଟେନ୍‌ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ…

ଜାତିସଂଘରେ କଶ୍ମୀର ପ୍ରସଙ୍ଗକୁ ମିଳିଲାନି ସମର୍ଥନ

ନୂଆଦିଲ୍ଲୀ,୧୭।୧(ପି.ଟି.):ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇବାରେ ବିଫଳ ହୋଇଛି। ତେବେ ଇସ୍‌ଲାମାବାଦର ଏହି ଉଦ୍ୟମକୁ ଚାଇନା ସହାୟତା କରୁଥିବାରୁ ଭାରତ ଏହାର ସମାଲୋଚନା କରିଛି। ବିଶ୍ୱସ୍ତରୀୟ ସହମତିକୁ ବେଜିଂ ଗୁରୁତ୍ୱର ସହ ନେବା ଉଚିତ। ଭବିଷ୍ୟତରେ ଏଭଳି…

ମିଖାଇଲ୍‌ ମିଶୁଷ୍ଟିନ୍‌ ରୁଷିଆ ପ୍ରଧାନମନ୍ତ୍ରୀ

ମସ୍କୋ,୧୭।୧:ରୁଷିଆର ନୂଆ ପ୍ରଧାନମନ୍ତ୍ରୀ ଭାବେ ମିଖାଇଲ୍‌ ମିଶୁଷ୍ଟିନ୍‌ଙ୍କ ନାମକୁ ଗୁରୁବାର ପାର୍ଲାମେଣ୍ଟ (ଡୁମା) ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ଏହି ୫୩ ବର୍ଷୀୟ ଟିକସ ସେବା ଅଧିକାରୀଙ୍କ ନାଁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସୁପାରିସ କରିଥିଲେ। ବୁଧବାର ପ୍ରଧାନମନ୍ତ୍ରୀ ଡିମିଟ୍ରି…

‘ଟ୍ରମ୍ପଙ୍କ ଭୂଗୋଳ ଜ୍ଞାନ କମ୍‌’

ୱାଶିଂଟନ,୧୭।୧:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭୂଗୋଳ ଜ୍ଞାନ କମ । ଭାରତ ଏବଂ ଚାଇନା ମଧ୍ୟରେ ଅନ୍ତର୍ଜାତୀୟ ସୀମା ରହିଛି ବୋଲି ସେ ଜାଣିନାହାନ୍ତି। ଦୁଇଜଣ ପୁଲିଟ୍‌ଜର ପୁରସ୍କାର ବିଜେତା ଆମେରିକାର ଖବରଦାତା ‘ଏ ଭେରି ଷ୍ଟାବଲ ଜିନିୟସ୍‌’ ଶୀର୍ଷକ ଏକ…

୭୫ ବର୍ଷର ସଂଘର୍ଷମୟ ଜୀବନ: ଜାଭେଦ୍‌ ଅଖତରଙ୍କ ମୁହଁକୁ ସ୍କ୍ରିଫ୍ଟ ଫୋପାଡ଼ି ଦେଇଥିଲେ ଜଣେ ଫିଲ୍ମ ନିର୍ମାତା

ମୁମ୍ବାଇ: ବିଶିଷ୍ଟ ଗୀତିକାର ଜାଭେଦ୍‌ ଅଖତର୍‌ ଶୁକ୍ରବାର ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୫ ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ ଜନ୍ମଗ୍ରହଣ କରିଥିଲେ। ଜୀବନର ପ୍ରାଥମିକ ପର୍ଯ୍ୟାୟରେ ଜାଭେଦ୍‌ଙ୍କୁ ଅନେକ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ସେ ଇଣ୍ଡଷ୍ଟ୍ରୀରେ ସଫଳ…

ସ୍ବାସ୍ଥ୍ୟ ଉପକାରୀ ଜିରା

ଜିରା ଖାଲି ଏକ ମସଲାଜାତୀୟ ସାମଗ୍ରୀ ନୁହେଁ, ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗବେଷଣା କରି କହିଛନ୍ତି। ଜିରାରେ ଆଇରନ, କ୍ୟାଲସିୟମ, ଫାଇବର, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ସି’ ପରି ଅନେକ ପୋଷକତତ୍ତ୍ୱ ରହିଛି। ଯାହା…

ଓଜନ ନିୟନ୍ତ୍ରଣ କରେ ସାଗୁଦାନା

ସାଗୁଦାନା ସ୍ବାସ୍ଥ୍ୟ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଧଳା ମୋତି ଭଳି ଦେଖାଯାଉଥିବା ଏହି ଛୋଟ ଛୋଟ ଦାନା ଭିତରେ ଲୁଚିରହିଛି ଅନେକ ଗୁଣକାରୀ ତତ୍ତ୍ୱ। ସାଗୁଦାନାରେ ଥିବା ଫଲିକ୍‌ ଏସିଡ୍‌ ଏବଂ ଭିଟାମିନ୍‌ ବି କମ୍ପ୍ଲେକ୍ସ ଗର୍ଭାବସ୍ଥା ସମୟରେ ଗର୍ଭରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?