ଧର୍ମ ନିର୍ବିଶେଷରେ ମାନବିକତାକୁ ସମ୍ମାନ ଦିଅନ୍ତି ଜାଭେଦ ଅଖତର

ଗୀତ ହେଉ କି ଗଜଲ, ଭ୍ରମଣ କାହାଣୀ, ଆଲୋଚନା, ସାକ୍ଷାତକାର ସବୁକ୍ଷେତ୍ରରେ ଜଣେ ପାରଙ୍ଗମ ସ୍ରଷ୍ଟା ହେଉଛନ୍ତି ଜାଭେଦ ଅଖତର। ହିନ୍ଦୀ ସିନେମା ଜଗତର ଆଦ୍ୟ ସ୍ମରଣୀୟ ଗୀତିକାର ଭାବରେ ସେ ନିଜର ପରିଚିତିକୁ ବେଶ ସୁଦୃଢ଼ କରିସାରିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ୧୯୪୫ ମସିହା ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ ଜାଭେଦ ଅଖତରଙ୍କ ଜନ୍ମ। ବାପା ଜନାବ ନିସାର ଅଖତର ଏବଂ ମା’ ସାଫିଆ ଅଖତର। ନିସାର ଅଖତର ଉର୍ଦ୍ଦୁ ତଥା ହିନ୍ଦୀ ଭାଷାର ଜଣେ ପ୍ରତିଷ୍ଠିତ କବି ଥିଲେ। ଏହାବ୍ୟତୀତ ସେ ବହୁ ଫିଲ୍ମରେ ଗୀତ ମଧ୍ୟ ରଚନା କରିଥିଲେ। ମା’ ସାଫିଆ ଅଖତର ଥିଲେ ଜଣେ ସୁଗାୟିକା, ଲେଖିକା ତଥା ଶିକ୍ଷୟିତ୍ରୀ। ଲକ୍ଷ୍ନୌରେ ତାଙ୍କର ପିଲାବେଳ ବିତିଥିଲା ଓ ସେ ସେଇଠି ତାଙ୍କର ପାଠପଢ଼ା ଆରମ୍ଭ କରିଥିଲେ। ଭୋପାଳର ସାଇଫିୟା କଲେଜରୁ ସେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
ଜାଭେଦ ଅଖତର ଧର୍ମତଃ ଜଣେ ମୁସଲିମ। ମାତ୍ର ସେ ଏକଦା କହିଥିଲେ ଯେ, ସେ ସବୁବେଳେ ଧର୍ମ ନିର୍ବିଶେଷରେ ମାନବିକତାକୁ ସମ୍ମାନ ଦେଇଥାନ୍ତି। ଆଉ ତାଙ୍କର ଦୁଇ ସନ୍ତାନଙ୍କୁ ସେ ସେହି ସଂସ୍କାର ସହିତ ପ୍ରତିପାଳିତ କରିଆଣିଛନ୍ତି। ଜାଭେଦଙ୍କର ପ୍ରଥମ ବିବାହ ହୋଇଥିଲା ହନୀ ଇରାନୀଙ୍କ ସହିତ। ହନୀ ଓ ଜାଭେଦଙ୍କ ଦୁଇ ସନ୍ତାନ ଫରହାନ ଅଖତର ଓ ଜୋୟା ଅଖତର। ଉଭୟ ବଲିଉଡ୍‌ରେ ସକ୍ରିୟ ଅଛନ୍ତି। ହନୀଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ଘଟିବା ପରେ ସେ ଅଭିନେତ୍ରୀ ଶବାନା ଆଜମୀଙ୍କୁ ବିବାହ କରିଥିଲେ।
ଏକ ଲଡକି କୋ ଦେଖା ତୋ ଐସା ଲଗା, ଏକ ଦୋ ତିନ, ସନ୍ଦେଶେ ଆତି ହୈ, ଜିନ୍ଦେଗୀ ନା ମିଲେ ଦୁବାରା, କଭି ଅଲବିଦା ନା କେହନା ଆଦି ଗୀତକୁ ତାଙ୍କର ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ ବୋଲି କୁହାଯାଇପାରେ। ପଦ୍ମଶ୍ରୀ ଏବଂ ପଦ୍ମଭୂଷଣରେ ସମ୍ମାନିତ ଜାଭେଦଙ୍କୁ ତାଙ୍କର ସାହିତ୍ୟ ସାଧନା ପାଇଁ ମିଳିଛି ସମ୍ମାନଜନକ ସାହିତ୍ୟ ଏକାଡେମୀ ଆଓ୍ବାର୍ଡ। ଏତଦବ୍ୟତୀତ ସେ ପାଞ୍ଚଥର ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମଧ୍ୟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?