Home

ତେଲେଙ୍ଗାନା ଏନ୍‌କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ

ହାଇଦ୍ରାବାଦ,୨୧।୧୨: ତେଲେଙ୍ଗାନାର ବହୁ ଚର୍ଚ୍ଚିତ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରାଯାଇଥିଲା। ଏହାପରେ ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ଗାନ୍ଧୀ ହସ୍ପିଟାଲର ଶବଗୃହରେ ସଂରକ୍ଷିତ ରଖାଯାଇଥିଲା। ଶନିବାର ତେଲେଙ୍ଗାନା ହାଇକୋର୍ଟ ପୁଣିଥରେ ସମସ୍ତ ୪…

ସର୍ବବୃହତ୍‌ ସାନ୍ତାକ୍ଲଜ୍‌ ବାଲୁକାକୃତି

କ୍ରିସ୍‌ମାସ୍‌ ବା ବଡଦିନ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଲାଗି ଏକ ମହାନ୍‌ ଦିନ। ଏହି ଦିନକୁ ସ୍ମରଣୀୟ କରିବା ଲାଗି ସମଗ୍ର ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ଠିକ୍‌ ସେହିଭଳି କ୍ରିସ୍‌ମାସ୍‌ ଅବସରରେ ଓଡିଶାର ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲିରେ…

ସିଏଏ ବିରୋଧରେ ଆର୍‌ଜେଡିର ବିକ୍ଷୋଭ ପ୍ରଦର୍ଶନ: ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ପାଟନା,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଜାରି ରହିଥିବା ବିକ୍ଷୋଭ ଉତ୍ତରପ୍ରଦେଶ, ଗୁଜରାଟ, ଦିଲ୍ଲୀ, କର୍ନାଟକ, ଆସାମ ପରେ ଏବେ ବିହାରରେ ଏହାର ନିଆଁ ତେଜିବାରେ ଲାଗିଛି। ଏହାକୁ ନେଇ ବିହାରରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଶନିବାର ରାଜ୍ୟର…

ନ୍ୟାଶନାଲ ହେରାଲ୍ଡ ମାମଲାର ଶୁଣାଣି ସ୍ଥଗିତ: ସୋନିଆ-ରାହୁଲଙ୍କ ବିରୋଧରେ ଠକେଇ ଅଭିଯୋଗ

ନୂଆଦିଲ୍ଲୀ,୨୧।୧୨: ନ୍ୟାଶନାଲ ହେରାଲ୍ଡ ମାମଲାରେ ଦିଲ୍ଲୀର ଏକ କୋର୍ଟ ଶନିବାର ଶୁଣାଣି ସ୍ଥଗିତ କରିଛନ୍ତି। ବିଚାରପତି ବିଶାଳ ଆହୁଜା ଛୁଟିରେ ଥିବାରୁ ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୧କୁ ଧାର୍ଯ୍ୟ କରାଯାଇଛି। ଏଥିରେ ଭାଜପା ସଦସ୍ୟ ସୁବ୍ରମଣ୍ୟମ୍‌ ସ୍ବାମୀଙ୍କ ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷା…

ଅଟଳ ବିହାରୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ ମୋଦି

ଲକ୍ଷ୍ନୌ,୨୧।୧୨: ଡିସେମ୍ବର ୨୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ତାଙ୍କର ଏକ ପ୍ରତିମୂର୍ତ୍ତିର ଲୋକାର୍ପଣ କରାଯିବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଲୋକଭବନରେ ଅଟଳବିହାରୀଙ୍କ ୨୫ ଫୁଟ ଉଚ୍ଚା…

‘୨୫ ଦିନରେ ଶୁଟିଂ ସରିଥିଲା’

ସାମୁଦ୍ରିକ ଜାହାଜର କ୍ୟାପଟେନ୍‌ ଓ ଭାରତ ସରକାରଙ୍କ ବାଣିଜ୍ୟ ବିଭାଗର ଡେପୁଟି ଆଡ୍‌ଭାଇଜର ସହ ଇଣ୍ଟରନ୍ୟାଶନାଲ ମାରିଟାଇମ୍‌ ଅର୍ଗାନାଇଜେଶନ୍‌(ଆଇଏମ୍‌ଓ)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି ଅଶୋକ ମହାପାତ୍ର। ଚଳଚ୍ଚିତ୍ର ପ୍ରତି ଅହେତୁକ ଦୁର୍ବଳତା ଥିବାରୁ ମହାପାତ୍ର ଅବସର ପରେ…

ଦେଶ ବିଦେଶରେ କ୍ରିସ୍‌ମାସ୍‌

*କ୍ରିସ୍‌ମାସ୍‌ ଅବସରରେ ଅଷ୍ଟ୍ରେଲିଆର ବିଭିନ୍ନ ସ୍ଥାନରେ ଭୟଙ୍କର ମୁଖାପିନ୍ଧା ବ୍ୟକ୍ତିମାନେ ବୁଲୁଥିବାର ନଜର ଆସନ୍ତି। ଏହି ବ୍ୟକ୍ତିମାନେ ବିଭିନ୍ନ ପ୍ରାଙ୍କ୍‌ ଦ୍ୱାରା ଛୋଟ ଛୁଆ ତଥା ବଡମାନଙ୍କୁ ଡରାଇଥାନ୍ତି। *ଭେନିଜୁଏଲାର ରାଜଧାନୀ କାରାକାସ୍‌ର ଜନସାଧାରଣ ଏହି ଅବସରରେ ସ୍କେଟିଙ୍ଗ୍‌ କରି ଚର୍ଚ୍ଚ…

ବାରବାଟୀରେ ଭାରତୀୟ ଦଳର ଅଭ୍ୟାସ: କୋହଲିଙ୍କୁ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼

କଟକ ଅଫିସ,୨୧।୧୨: ରବିବାର ବାରବାଟୀରେ ଖେଳାଯିବ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ଦିନିକିଆ କ୍ରିକେଟ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌। ଏହା ପୂର୍ବରୁ ଶନିବାର ବାରବାଟୀରେ ଅଭ୍ୟାସ ଆରମ୍ଭ କରିଛି ବିରାଟ ବାହିନୀ। ୪ଟି ନେଟ୍ସରେ ଭାରତୀୟ ଦଳ…

କଂଗ୍ରେସ ନେତା ବନଓ୍ବାରି ଲାଲ ଶର୍ମାଙ୍କ ପରଲୋକ

ଭୋପାଳ,୨୧।୧୨: ମଧ୍ୟପ୍ରଦେଶର କଂଗ୍ରେସ ନେତା ତଥା ଜଉରା ବିଧାୟକ ବନଓ୍ବାରି ଲାଲ ଶର୍ମାଙ୍କର ଶନିବାର ସକାଳେ ପରଲୋକ ହୋଇଛି। ଭୋପାଳରେ ଚିକିତ୍ସିତ ହେଉଥିବା ସମୟରେ ୬୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। କିଛିଦିନ ହେବ ସେ କ୍ୟାନସରରେ ପୀଡ଼ିତ ଥିଲେ।…

ପଥର ଖଣିରୁ ମିଳିଲା ୩୮ କୋଟି ୬୦ ଲକ୍ଷ ବର୍ଷ ପୁରାତନ ଜଙ୍ଗଲ ଜୀବାଶ୍ମ

ଓ୍ବାଶିଂଟନ, ୨୧।୧୨: ଆମେରିକାର ଏକ ପଥର ଖଣିରୁ ୩୮ କୋଟି ୬୦ ଲକ୍ଷ ବର୍ଷ ତଳର ପୁରାତନ ଜଙ୍ଗଲ ଜୀବାଶ୍ମ ମିଳିଛି। ଜଙ୍ଗଲରେ ଥିବା ବୃକ୍ଷଗୁଡ଼ିକ ମାଟିତଳେ ଚାପି ହୋଇ ବିଘଟିତ ହୋଇ ଜୀବାଶ୍ମରେ ପରିଣତ ହୋଇଛନ୍ତି। ଗବେଷକ ଏହାକୁ ସର୍ବ…

ପ୍ରସ୍ତର ଯୁଗ ରହସ୍ୟ ଖୋଲିଲା ‘ଚୁଇଂଗମ୍‌’

କୋପେନହେଗେନ: ଡେନ୍‌ମାର୍କର ସିଲ୍‌ଥୋଲମ୍‌ରେ ଉତ୍‌ଖନନ ସମୟରେ ୫୭୦୦ ବର୍ଷର ପୁରୁଣା ଏକ ଚୁଇଂଗମ୍‌ ମିଳିଛି। ବିଶେଷଜ୍ଞମାନେ ଏହା ଉପରେ ଅଧିକ ଗବେଷଣା କରି ପ୍ରସ୍ତର ଯୁଗ ମହିଳାଙ୍କ ଡିଏନ୍‌ଏ ଖୋଜି ବାହାର କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ମଣିଷର ଦେହାବଶେଷ, ଜୀବାଶ୍ମରୁ…

ସିଏଏକୁ ନେଇ ସାରା ଦେଶରେ ବିକ୍ଷୋଭ: ରେଲଓ୍ବେର ୮୮ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନିଆଁରେ ସାରା ଦେଶ ଏକ ପ୍ରକାର ଜଳୁଛି କହିଲେ ଚଳେ। ପାଖାପାଖି ୩ ଦିନ ହେବ ସାରା ଦେଶରେ ସିଏଏକୁ ନେଇ ଯେଉଁଭଳି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ତାହା ବେଳେକୁ ବେଳ ଉଗ୍ର ରୂପ ନେଲାଣି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri