ଭାରତୀୟ ବୋଲରଙ୍କ କୀର୍ତ୍ତିମାନ, କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ ଗୋଟିଏ ବର୍ଷରେ ୩ ଜଣ ବୋଲର ନେଲେ ହ୍ୟାଟ୍ରିକ୍
ସାଧାରଣତଃ ଭାରତୀୟ କ୍ରିକେଟ ଇତିହାସରେ ବ୍ୟାଟ୍ସମ୍ୟାନ୍ ଅପେକ୍ଷା ବୋଲରଙ୍କ ପ୍ରଭାବ କମ୍ ଥିବା କୁହାଯାଏ। କିନ୍ତୁ ଭାରତୀୟ ବୋଲର ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି। ଏବେ ବୋଲରମାନେ ମଧ୍ୟ ପ୍ରତି ମ୍ୟାଚରେ ନିଜ ଜଲଓ୍ବା ଦେଖାଇବାକୁ ପଛାଉନାହାନ୍ତି। ଫଳସ୍ବରୂପ ଗୋଟିଏ ବର୍ଷରେ…
ମହିଳା ସମେତ ୨ ଖଲିସ୍ତାନୀ ଆତଙ୍କବାଦୀ ଗିରଫ
ଚଣ୍ଡିଗଡ଼,୧୨।୧୧: ପଞ୍ଜାବ ପୋଲିସର ଅପରେଶନ୍ ସେଲ୍ ପକ୍ଷରୁ ୨ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଉକ୍ତ ୨ ଆତଙ୍କବାଦୀଙ୍କ ପରିଚୟ ମିଳିଛି। ମହିଳା ଜଣଙ୍କ ଲୁଧିଆନାରେ ଜଣେ ନର୍ସ ଭାବେ କାର୍ଯ୍ୟରତ…
ସୋନିଆଙ୍କୁ ସମାଲୋଚନା କରୁଥିବା ଶିବସେନା ଏବେ ଠାକରେଙ୍କ ସ୍ବପ୍ନ ପୂରଣ ପାଇଁ କଂଗ୍ରେସର ଦ୍ୱାରସ୍ଥ
ନୂଆଦିଲ୍ଲୀ,୧୨।୧୧: ରାଜନୀତିରେ ବନ୍ଧୁତା ଅବା ଶତ୍ରୁତା ବେଶୀ ଦିନ ତିଷ୍ଠି ନ ଥାଏ। ଏହା ଏବେ ପ୍ରମାଣିତ ହେବାକୁ ଯାଉଛି। ମହାରାଷ୍ଟ୍ର ରାଜନୀତି ଏବେ ଏମିତି ମୋଡ ନେଇଛି ଯାହା ଏବେ ଏହି ଉକ୍ତିକୁ ପ୍ରମାଣ କରୁଛି। ଅତୀତରେ ଶିବସେନା ମୁଖ୍ୟ…
ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ: ରାଷ୍ଟ୍ରପତି ଶାସନ ବିକଳ୍ପ !
ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଫଳରେ ରାଷ୍ଟ୍ରପତି ଶାସନ ଏକ ମାତ୍ର ବିକଳ୍ପ ରହିଥିବା କୁହାଯାଉଛି। ଭାଜପା ସରକାର ଗଠନରୁ ଓହରିବା ପରେ ରାଜ୍ୟପାଳ ଭଗତ ସିଂ କୋଶୟାରୀ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ତେବେ…
ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ: ସ୍ବର୍ଣ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ
ଅମ୍ରିତସର,୧୨।୧୧: ପଞ୍ଜାବର ଅମ୍ରିତସରରେ ଥିବା ସ୍ବର୍ଣ୍ଣ ମନ୍ଦିରରେ ଶିଖ୍ ଧର୍ମଗୁରୁ ଗୁରୁ ନାନକ ଦେବଙ୍କ ଜୟନ୍ତୀ ଅବସରରେ ମଙ୍ଗଳବାର ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି। ଶ୍ରଦ୍ଧାଳୁମାନେ ସେଠାରେ ଥିବା ‘ସରୋବର’ରେ ବୁଡ ପକାଇବା ସହ ପ୍ରସାଦ ସେବନ କରିଛନ୍ତି। ଗୁରୁ…
ଆଜି କାର୍ତ୍ତିକ ପୂର୍ଣ୍ଣିମା
ପୁରୀ ଅଫିସ, ୧୨ା୧୧: ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଲକ୍ଷାଧିକ ଶ୍ରଦ୍ଧାଳୁ ସ୍ନାନ ଓ ବୋଇତ ବନ୍ଦାଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରତ୍ନସିଂହାସନରେ ଠାକୁରମାନଙ୍କ ଦୁଲର୍ଲଭ ସୁନାବେଶ ଦର୍ଶନ ଲାଗି…
ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନ୍କାଉଣ୍ଟରରେ ୨ ଲଶ୍କର ଆତଙ୍କବାଦୀ ମୃତ
ଶ୍ରୀନଗର,୧୨।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଅପରେଶନ୍ ଅଲ୍ଆଉଟ୍ ଜାରି ରହିଛି। ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗାନ୍ଦରବଲର ଗୁଣ୍ଡ୍ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ଏହି ସଫଳତା ମିଳିଛି। ସେମାନେ ଲଶ୍କର-ଇ-ତୋଏବା ସଂଗଠନର ବୋଲି କୁହାଯାଉଛି। ଆତଙ୍କବାଦୀଙ୍କଠାରୁ…
ଅକ୍ଟୋବରରେ ୩୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ
ଦିଲ୍ଲୀ,୧୨ା୧୧(ଆଇଏଏନ୍ଏସ୍)- ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ଅକ୍ଟୋବର ମାସରେ ୩୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ୨୦୧୯ ବର୍ଷରେ ଏହା ସର୍ବାଧିକ ଅସ୍ତ୍ରବିରତି ଉଲ୍ଲଂଘନ ବୋଲି ସେନାର ଜଣେ ଅଧିକାରୀ କହିଛନ୍ତି। ନଭେମ୍ବର ମାସର ପ୍ରଥମ ୧୧ ଦିନରେ ପାକ୍…
ସରକାରଙ୍କ ନିଷ୍ପତ୍ତି ନିବେଶ ବଢ଼ାଇବ: ଭେଙ୍କାୟା ନାଇଡୁ
ନୂଆଦିଲ୍ଲୀ,୧୨ା୧୧: କେନ୍ଦ୍ର ସରକାର ନିକଟରେ ନେଇଥିବା କେତେକ ପଦକ୍ଷେପ ନିବେଶ ବଢ଼ାଇବ ବୋଲି ଉପରାଷ୍ଟ୍ରପତି ଏମ୍. ଭେଙ୍କାୟା ନାଇଡୁ କହିଛନ୍ତି। ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଯୋଗୁ ଅଧିକ ପୁଞ୍ଜି ଆକର୍ଷିତ ହେବା ସହ ଆଗାମୀ ମାସରେ ଜିଡିପି ଅଭିବୃଦ୍ଧି ତ୍ୱରାନ୍ବିତ ହେବ…
ରିଭ୍ୟୁ ପିଟିଶନ ଦାଏର ନେଇ ୧୭ରେ ନିଷ୍ପତ୍ତି ନେବ ଏଆଇଏମ୍ପିଏଲ୍ବି: ଜମି ଗ୍ରହଣ ପ୍ରସ୍ତାବକୁ ଅଯୋଧ୍ୟା ମୁସଲମାନଙ୍କ ପ୍ରତ୍ୟାଖ୍ୟାନ
ନୂଆଦିଲ୍ଲୀ,୧୨ା୧୧(ପି.ଟି./ଆଇଏଏନ୍ଏସ୍): ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ବିରୋଧରେ ରିଭ୍ୟୁ ପିଟିଶନ ଦାଏର ଲାଗି ଅଲ୍ ଇଣ୍ଡିଆ ମୁସ୍ଲିମ୍ ପର୍ସନାଲ ଲ ବୋର୍ଡ (ଏଆଇଏମ୍ପିଏଲ୍ବି) ଆସନ୍ତା ୧୭ ତାରିଖ ବୈଠକରେ ନିଷ୍ପତ୍ତି ନେବ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫…
ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସରକାର: ୩୭୦ ଉଚ୍ଛେଦ ନିଷ୍ପତ୍ତି ଯଥାର୍ଥ
ନୂଆଦିଲ୍ଲୀ,୧୨ା୧୧(ପି.ଟି.): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ନିଷ୍ପତ୍ତି ଯଥାର୍ଥ ଥିଲା ବୋଲି କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଅନୁଚ୍ଛେଦ ୩୭୦ର ସୁଯୋଗ ନେଇ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀମାନେ ଭାରତର ଶତ୍ରୁ ବିଦେଶୀ ଶକ୍ତିର…
ଭାଜପାକୁ ମିଳିଛି ୭୦୦ କୋଟି ଚାନ୍ଦା
ନୂଆଦିଲ୍ଲୀ,୧୨ା୧୧(ପି.ଟି.): ୨୦୧୮-୧୯ ଆର୍ଥିକ ବର୍ଷରେ ଶାସକ ଭାଜପାକୁ ୭ ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଚାନ୍ଦା ମିଳିଥିବା ଦଳ ପକ୍ଷରୁ ଘୋଷଣା କରାଯାଇଛି। ଚେକ୍ ଏବଂ ଅନ୍ ଲାଇନ ପେମେଣ୍ଟ ଜରିଆରେ ଏହି ଚାନ୍ଦା ମିଳିଛି। ନିର୍ବାଚନ କମିଶନକୁ ଦଳ ପକ୍ଷରୁ…
Archives


