ମିନି ବସ୍‌ ଓଲଟି ଜଣେ ମୃତ: ଆହତ ୨୦ ଜଣଙ୍କ ମଧ୍ୟରେ ୧୦ ଶିଶୁ

ନୟାଗଡ଼ ଅଫିସ/ଖଣ୍ଡପଡା,୧୦ା୨(ସ୍ବ.ପ୍ର.): ରବିବାର ଅପରାହ୍ନ ୪ଟାରେ ଖଣ୍ଡପଡା-ନୟାଗଡ଼ ପୂର୍ତ୍ତବିଭାଗ ରାସ୍ତାର କଇଁଥପଲ୍ଲୀ ଗ୍ରାମ ନିକଟରେ ମିନି ବସ୍‌ ଓଲଟି ଜଣଙ୍କର ମୃତ୍ୟୁ ଘଟିଛି । ସେ ହେଲେ ରାମଚନ୍ଦ୍ର ରଣା ଓରଫ ଝୁନା (୪୫), ଘର ଗଞ୍ଜାମ ଜିଲା ଛତ୍ରପୁର ଥାନା ସୁନ୍ଦରପୁର ଗଁାରେ। ମିନି ବସରେ ଯାତ୍ରା କରୁଥିବା ୧୦ ପରିବାରର ୩୫ ଜଣଙ୍କ ମଧ୍ୟରୁ ୨୦ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୦ଜଣ ଶିଶୁ ଅଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଖଣ୍ଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ନୟାଗଡ଼ ଜିଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସମସ୍ତେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି। ଗଁାରୁ ବସ୍‌ ଆସିବା ପରେ ଫେରିବେ ବୋଲି କହିଛନ୍ତି। ଅନ୍ୟପକ୍ଷେ ବସ୍‌ ତଳୁ ରାମଚନ୍ଦ୍ରଙ୍କ ମୃତଦେହ ଖଣ୍ଡପଡା ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଖଣ୍ଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି।
ପ୍ରାପ୍ତ ସୂଚନା ଅନୁସାରେ ଶନିବାର ରାତି ପ୍ରାୟ ୨ଟାରେ ଓଆର ୦୨କ୍ୟୁ-୦୫୦୨ନଂ. ବିଶିଷ୍ଟ ମିନିବସ୍‌ ଯୋଗେ ୧୦ ପରିବାରର ୩୫ ପର୍ଯ୍ୟଟକ ନୟାଗଡ଼ ଜିଲାର ପର୍ଯ୍ୟଟନସ୍ଥଳୀ ବୁଲିବାକୁ ବାହାରିଥିଲେ। ସେମାନେ ଓଡଗଁାର ରଘୁନାଥ ମନ୍ଦିର, ଶରଣକୁଳର ଲଡୁବାବା ଓ କଣ୍ଟିଲୋର ପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରି ବୁଗୁଡା ବୁଦ୍ଧଖୋଲ ଦେଖିବାକୁ ଯାଉଥିଲେ। ସେଠାରୁ ଗଁାକୁ ଫେରିଥାନ୍ତେ। ଏପରିସ୍ଥଳେ ରବିବାର କଇଥପଲ୍ଲୀ ଗଡାଣିରେ ବସଟି କୌଣସି କାରଣରୁ ରାସ୍ତା ଉପରେ ଓଲଟି ପଡିଥିଲା। ବସ୍‌ ଚାଳକ ବୃନ୍ଦାବନ ସାହୁଙ୍କୁ ଖଣ୍ଡପଡ଼ା ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି ା
ଭାଇବ୍ରେଶନ ଘଟାଉଛି ଦୁର୍ଘଟଣା
କଇଥପଲ୍ଲୀ ଗଡାଣିରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ଏଠାରେ ଗାଡି ଗଡିଲାବେଳେ ରାସ୍ତାରେ ଭାଇବ୍ରେଶନ ସୃଷ୍ଟି ହେଉଛି। ଚାଳକ ଏ ସମ୍ପର୍କରେ ନ ଜାଣି ଗାଡ଼ି ନେବାବେଳେ ଦୁର୍ଘଟଣା ଘଟିଥାଏ। ଆହତ ସୁନ୍ଦରପୁରର ଅଭି ନାହାକ(୪୭)ଙ୍କ ସୂଚନା ଅନୁସାରେ କଇଥପଲ୍ଲୀ ଗଡାଣି ନିକଟରେ ବସ୍‌ ଭିତରେ କ’ଣ ଶବ୍ଦ ହେଲା। ସଙ୍ଗେ ସଙ୍ଗେ ଦେଖିବା ବେଳକୁ ବସ୍‌ଟି ଓଲଟି ପଡିଲା। କ୍ଲିନରଙ୍କ ପାଖରେ ଠିଆ ହୋଇଥିବା ରାମଚନ୍ଦ୍ରଙ୍କ ଉପରେ ବସ୍‌ଟି ମାଡି ବସିଥିଲା। ପରେ ପୁଣି ଆଉଥରେ ଗାଡ଼ି ଓଲଟିଥିଲା। ଭଗବାନଙ୍କ କୃପାରୁ ଆମେ କେବଳ ଆହତ ହୋଇ ବର୍ତ୍ତି ଯାଇଛୁ । ବିଚରା ରାମଚନ୍ଦ୍ର ପ୍ରାଣ ହରାଇଲେ। ରାମଚନ୍ଦ୍ରଙ୍କ ସହ ପନତ୍ୀ ମାମି ଥିଲେ। ସ୍ବାମୀଙ୍କ ମୃତ୍ୟୁରେ ମାମି ଭାଙ୍ଗି ପଡିଥିବା ଅଭି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri