Posted inଜାତୀୟ

ଗାର୍ଗୀ କଲେଜରେ ଯୌନ ଉତ୍ପୀଡ଼ନ

ନୂଆଦିଲ୍ଲୀ,୧୦ା୨(ଆଇଏଏନ୍‌ଏସ୍‌): ନୂଆଦିଲ୍ଲୀସ୍ଥିତ ଗାର୍ଗୀ କଲେଜର କେତେଜଣ ଛାତ୍ରୀ ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି। ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ସେମାନଙ୍କ ସହ ଅଶାଳୀନ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଯୌନ ଉତ୍ପୀଡ଼ନ ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ଛାତ୍ରୀଛାତ୍ରମାନେ ପୀଡ଼ିତାଙ୍କ ସମର୍ଥନରେ ରବିବାର ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଡେମୋକ୍ରାଟିକ୍‌ ଷ୍ଟୁଡେଣ୍ଟସ ଫେଡେରେଶନ୍‌ (ଡିଏସ୍‌ଏଫ୍‌) ପକ୍ଷରୁ ଦାବି କରାଯାଇଛି।
ୟୁନିଭର୍ସିଟିର ଗାର୍ଗୀ କଲେଜରେ ବାର୍ଷିକ ସାଂସ୍କୃତିକ ମହୋତ୍ସବ ‘ରେଭରି’ ଚାଲିଥିଲା। ଗତ ୬ ତାରିଖରେ ଏହାର ତୃତୀୟ ଦିନ ମହୋତ୍ସବ ପାଳନ କରାଯାଉଥିବାବେଳେ ଘଟିଥିଲା ଅଭାବନୀୟ ଘଟଣା। ରାଜନୀତି ବିଜ୍ଞାନର ଜଣେ ଦ୍ୱିତୀୟ ବର୍ଷ ଛାତ୍ରୀ ନିଜ ନାମ ଗୋପନ ସର୍ତ୍ତରେ ତାଙ୍କ ଅନୁଭୂତି ବଖାଣିଛନ୍ତି। ସେ କହିଛନ୍ତି, ସେଦିନ ସନ୍ଧ୍ୟା ପ୍ରାୟ ୬ଟାରେ କଲେଜ ପଡ଼ିଆରେ ଏଭଳି ଭିଡ଼ ଲାଗିଥିଲା ଯେ, କିଏ କୁଆଡ଼େ ହଲ୍‌ଚଲ୍‌ ହେବା ପାଇଁ ମଧ୍ୟ ସ୍ଥାନ ନ ଥିଲା। ମୋ ସହ ମୋର ଦୁଇଜଣ ବାନ୍ଧବୀ ଥିଲେ। ଭିଡ଼ ଭିତରେ ମୁଁ ହଜି ନ ଯିବି ବୋଲି ସେମାନେ ମୋ ହାତ ଧରିଥିଲେ। କାରଣ ଜାମର ଯୋଗୁ ପଡ଼ିଆରେ ଫୋନ୍‌ ଲାଗୁ ନ ଥିଲା। ହଠାତ୍‌ ପଛପଟୁ ପ୍ରବଳ ଚାପ ଆସିବାରୁ ମୋ ହାତ ଚାପି ହୋଇଯାଇଥିଲା। ୧୦-୧୫ ମିନିଟ ଧରି ମୁଁ ସାଙ୍ଗମାନଙ୍କୁ ପାଇ ନ ଥିଲି। ସେହି ସମୟ ଭିତରେ ମୁଁ ୩ ଥର ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲି। କେହି କେହି ମୋ ଦେହକୁ ଭିଡ଼ି ଧରିଥିଲେ। ଏପରି କି କେହି ଜଣେ ସ୍କର୍ଟ ଭିତରେ ହାତ ପୂରାଇ ଦେଇଥିଲେ। ଅସମ୍ଭାଳ ଭିଡ଼ ଯୋଗୁ ମୁଁ ସେଥିରୁ ମୁକୁଳି ପାରି ନ ଥିଲି। ୧୫ ମିନିଟ ପରେ ମୁଁ ବହୁ କଷ୍ଟରେ ବାହାରିବାରେ ସକ୍ଷମ ହୋଇଥିଲି। ଷ୍ଟଲ୍‌ ପଛପଟ ଏକ ଖାଲି ସ୍ଥାନରେ ପହଞ୍ଚତ୍ବା ପରେ ଯାହା ଦେଖିଲି ସେଥିରେ ଚକିତ ହୋଇଯାଇଥିଲି। ଜଣେ ୩୦-୩୫ ବର୍ଷୀୟ ଯୁବକ ମୋତେ ଦେଖି ହସ୍ତମୈଥୁନ ଆରମ୍ଭ କରିଦେଇଥିଲେ। ସେଠୁ ଦୌଡ଼ି ପଳାଇଆସିଥିଲି ବୋଲି ଛାତ୍ରୀ ଜଣକ କହିଛନ୍ତି।
ଜଣେ ଛାତ୍ରୀ କହିଛନ୍ତି ଯେ, ଅପରାହ୍ନ ୩ଟାରୁ ସାଢ଼େ ୩ଟା ମଧ୍ୟରେ କେତେଜଣ ଯୁବକ ପ୍ରବେଶପଥ ଦେଇ ଧସେଇ ପଶିଥିଲେ। ୩୦୦ରୁ ୪୦୦ ଲୋକ କଲେଜକୁ ଆସିବାବେଳେ ଗେଟ୍‌ରେ କେହି ସୁରକ୍ଷା କର୍ମୀ କି ବାଉନ୍ସର ନ ଥିଲେ। ଯୌନ ଉତ୍ପୀଡ଼ନର ଶିକାର ହେବା ପରେ ପ୍ରିନ୍ସପାଲ ପ୍ରୋମିଲା କୁମାରଙ୍କୁ ଜଣାଇଥିଲେ। ହେଲେ ପ୍ରିନ୍ସପାଲ କହିଥିଲେ, ତୁମେ ଯଦି ଏତେ ଅସୁରକ୍ଷିତ ମନେକରୁଛ, ତେବେ ଏଠାକୁ ଆସିବାର ନ ଥିଲା। ଅନ୍ୟପକ୍ଷରେ ଛାତ୍ରୀଙ୍କ ଏହି ଅଭିଯୋଗକୁ ପ୍ରିନ୍ସପାଲ ଖଣ୍ଡନ କରିଛନ୍ତି। ଡିଏସ୍‌ଏଫ୍‌ ପକ୍ଷରୁ ରବିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଲେଜ ପ୍ରଶାସନର ଅବହେଳା ଓ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ଏପରି କାଣ୍ଡ ଘଟିଛି। ଅନୁପ୍ରବେଶକାରୀ ଯୁବକମାନେ ଗୈରିକ ପତାକା ଉଡ଼ାଇ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଉଥିଲେ। ସେମାନେ ଛାତ୍ରୀମାନଙ୍କ ସହ ଅତ୍ୟନ୍ତ ଖରାପ ବ୍ୟବହାର କରିଛନ୍ତି। କେତେଜଣ ଛାତ୍ରୀଙ୍କୁ ବାଥ୍‌ରୁମ୍‌ ଭିତରେ ବନ୍ଦକରି ଦୁର୍ବ୍ୟହାର କରାଯାଇଥିଲା। ଏହି କାଣ୍ଡରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଡିଏସ୍‌ଏଫ୍‌୍‌ ପକ୍ଷରୁ ଜାରି ଏକ ବିବୃତିରେ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପର

ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ ।...

ସୁପ୍ରିମକୋର୍ଟରୁ ଆଜିବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ନୂଆଦିଲ୍ଲୀ,୧୬।୪: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଠାରୁ ଏଲୋପାଥି (ଇଂରାଜୀ ଔଷଧ) ବିରୁଦ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ପତଞ୍ଜଳି...

ଗୟାରେ ଗର୍ଜିଲେ ମୋଦି, ବିରୋଧୀଙ୍କୁ କଲେ ଟାର୍ଗେଟ

ଗୟା,୧୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ଗୟାଠାରେ ଏକ ସମାବେଶକୁ ସମ୍ବୋଧିତ କରିଛନ୍ତି ଏବଂ କିଛି ସମୟ ପରେ ପ୍ରଧାନମନ୍ତ୍ରୀ...

୧୨ ତମ ତାଲିକାରେ ୪ ରାଜ୍ୟ ପାଇଁ ୭ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୬।୪: ମଙ୍ଗଳବାର ଭାଜପା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଦ୍ୱାଦଶ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୪ଟି ରାଜ୍ୟରେ ୭ଟି ଆସନ...

ଆପଣଙ୍କ ପରାମର୍ଶ ଆମର ଆବଶ୍ୟକ ନାହିଁ, ବାବା ରାମଦେବ, ବାଲକ୍ରିଷ୍ଣାଙ୍କୁ କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୪: ମଙ୍ଗଳବାର ପତଞ୍ଜଳିର ଭ୍ରମାତ୍ମକ ବିଜ୍ଞାପନ ପ୍ରସଙ୍ଗରେ ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି। ଶୁଣାଣି ସମୟରେ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅମାନୁଲ୍ଲାଙ୍କ ବେଞ୍ଚ ବାବା...

ନିର୍ବାଚନ ପ୍ରଚାର ପାଇଁ ବଢିଲା ୪୦% ଘରୋଇ ବିମାନ ଚାହିଦା

ନୂଆଦିଲ୍ଲୀ,୧୬ା୪: ଲୋକ ସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନେତା ଓ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନେ ଦେଶବ୍ୟାପୀ ବିଭିନ୍ନ ସ୍ଥାନକୁ ପ୍ରଚାରରେ ଯାଉଛନ୍ତି। ଏଭଳି...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

ମୋଦିଙ୍କ ବିରୋଧରେ ଲଢିବେ ମୁସଲମାନ ପ୍ରାର୍ଥୀ

ଲକ୍ଷ୍ନୌ,୧୬।୪: ଲୋକ ସଭା ନିର୍ବାଚନ ପାଇଁ ଆଉ ୧୧ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବହୁଜନ ସମାଜ ପାର୍ଟି। ମାୟାବତୀ ମୈନପୁରୀ ଲୋକ ସଭା ଟିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri