Posted inଜାତୀୟ

ଗାର୍ଗୀ କଲେଜରେ ଯୌନ ଉତ୍ପୀଡ଼ନ

ନୂଆଦିଲ୍ଲୀ,୧୦ା୨(ଆଇଏଏନ୍‌ଏସ୍‌): ନୂଆଦିଲ୍ଲୀସ୍ଥିତ ଗାର୍ଗୀ କଲେଜର କେତେଜଣ ଛାତ୍ରୀ ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି। ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ସେମାନଙ୍କ ସହ ଅଶାଳୀନ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଯୌନ ଉତ୍ପୀଡ଼ନ ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ଛାତ୍ରୀଛାତ୍ରମାନେ ପୀଡ଼ିତାଙ୍କ ସମର୍ଥନରେ ରବିବାର ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଡେମୋକ୍ରାଟିକ୍‌ ଷ୍ଟୁଡେଣ୍ଟସ ଫେଡେରେଶନ୍‌ (ଡିଏସ୍‌ଏଫ୍‌) ପକ୍ଷରୁ ଦାବି କରାଯାଇଛି।
ୟୁନିଭର୍ସିଟିର ଗାର୍ଗୀ କଲେଜରେ ବାର୍ଷିକ ସାଂସ୍କୃତିକ ମହୋତ୍ସବ ‘ରେଭରି’ ଚାଲିଥିଲା। ଗତ ୬ ତାରିଖରେ ଏହାର ତୃତୀୟ ଦିନ ମହୋତ୍ସବ ପାଳନ କରାଯାଉଥିବାବେଳେ ଘଟିଥିଲା ଅଭାବନୀୟ ଘଟଣା। ରାଜନୀତି ବିଜ୍ଞାନର ଜଣେ ଦ୍ୱିତୀୟ ବର୍ଷ ଛାତ୍ରୀ ନିଜ ନାମ ଗୋପନ ସର୍ତ୍ତରେ ତାଙ୍କ ଅନୁଭୂତି ବଖାଣିଛନ୍ତି। ସେ କହିଛନ୍ତି, ସେଦିନ ସନ୍ଧ୍ୟା ପ୍ରାୟ ୬ଟାରେ କଲେଜ ପଡ଼ିଆରେ ଏଭଳି ଭିଡ଼ ଲାଗିଥିଲା ଯେ, କିଏ କୁଆଡ଼େ ହଲ୍‌ଚଲ୍‌ ହେବା ପାଇଁ ମଧ୍ୟ ସ୍ଥାନ ନ ଥିଲା। ମୋ ସହ ମୋର ଦୁଇଜଣ ବାନ୍ଧବୀ ଥିଲେ। ଭିଡ଼ ଭିତରେ ମୁଁ ହଜି ନ ଯିବି ବୋଲି ସେମାନେ ମୋ ହାତ ଧରିଥିଲେ। କାରଣ ଜାମର ଯୋଗୁ ପଡ଼ିଆରେ ଫୋନ୍‌ ଲାଗୁ ନ ଥିଲା। ହଠାତ୍‌ ପଛପଟୁ ପ୍ରବଳ ଚାପ ଆସିବାରୁ ମୋ ହାତ ଚାପି ହୋଇଯାଇଥିଲା। ୧୦-୧୫ ମିନିଟ ଧରି ମୁଁ ସାଙ୍ଗମାନଙ୍କୁ ପାଇ ନ ଥିଲି। ସେହି ସମୟ ଭିତରେ ମୁଁ ୩ ଥର ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲି। କେହି କେହି ମୋ ଦେହକୁ ଭିଡ଼ି ଧରିଥିଲେ। ଏପରି କି କେହି ଜଣେ ସ୍କର୍ଟ ଭିତରେ ହାତ ପୂରାଇ ଦେଇଥିଲେ। ଅସମ୍ଭାଳ ଭିଡ଼ ଯୋଗୁ ମୁଁ ସେଥିରୁ ମୁକୁଳି ପାରି ନ ଥିଲି। ୧୫ ମିନିଟ ପରେ ମୁଁ ବହୁ କଷ୍ଟରେ ବାହାରିବାରେ ସକ୍ଷମ ହୋଇଥିଲି। ଷ୍ଟଲ୍‌ ପଛପଟ ଏକ ଖାଲି ସ୍ଥାନରେ ପହଞ୍ଚତ୍ବା ପରେ ଯାହା ଦେଖିଲି ସେଥିରେ ଚକିତ ହୋଇଯାଇଥିଲି। ଜଣେ ୩୦-୩୫ ବର୍ଷୀୟ ଯୁବକ ମୋତେ ଦେଖି ହସ୍ତମୈଥୁନ ଆରମ୍ଭ କରିଦେଇଥିଲେ। ସେଠୁ ଦୌଡ଼ି ପଳାଇଆସିଥିଲି ବୋଲି ଛାତ୍ରୀ ଜଣକ କହିଛନ୍ତି।
ଜଣେ ଛାତ୍ରୀ କହିଛନ୍ତି ଯେ, ଅପରାହ୍ନ ୩ଟାରୁ ସାଢ଼େ ୩ଟା ମଧ୍ୟରେ କେତେଜଣ ଯୁବକ ପ୍ରବେଶପଥ ଦେଇ ଧସେଇ ପଶିଥିଲେ। ୩୦୦ରୁ ୪୦୦ ଲୋକ କଲେଜକୁ ଆସିବାବେଳେ ଗେଟ୍‌ରେ କେହି ସୁରକ୍ଷା କର୍ମୀ କି ବାଉନ୍ସର ନ ଥିଲେ। ଯୌନ ଉତ୍ପୀଡ଼ନର ଶିକାର ହେବା ପରେ ପ୍ରିନ୍ସପାଲ ପ୍ରୋମିଲା କୁମାରଙ୍କୁ ଜଣାଇଥିଲେ। ହେଲେ ପ୍ରିନ୍ସପାଲ କହିଥିଲେ, ତୁମେ ଯଦି ଏତେ ଅସୁରକ୍ଷିତ ମନେକରୁଛ, ତେବେ ଏଠାକୁ ଆସିବାର ନ ଥିଲା। ଅନ୍ୟପକ୍ଷରେ ଛାତ୍ରୀଙ୍କ ଏହି ଅଭିଯୋଗକୁ ପ୍ରିନ୍ସପାଲ ଖଣ୍ଡନ କରିଛନ୍ତି। ଡିଏସ୍‌ଏଫ୍‌ ପକ୍ଷରୁ ରବିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଲେଜ ପ୍ରଶାସନର ଅବହେଳା ଓ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ଏପରି କାଣ୍ଡ ଘଟିଛି। ଅନୁପ୍ରବେଶକାରୀ ଯୁବକମାନେ ଗୈରିକ ପତାକା ଉଡ଼ାଇ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଉଥିଲେ। ସେମାନେ ଛାତ୍ରୀମାନଙ୍କ ସହ ଅତ୍ୟନ୍ତ ଖରାପ ବ୍ୟବହାର କରିଛନ୍ତି। କେତେଜଣ ଛାତ୍ରୀଙ୍କୁ ବାଥ୍‌ରୁମ୍‌ ଭିତରେ ବନ୍ଦକରି ଦୁର୍ବ୍ୟହାର କରାଯାଇଥିଲା। ଏହି କାଣ୍ଡରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଡିଏସ୍‌ଏଫ୍‌୍‌ ପକ୍ଷରୁ ଜାରି ଏକ ବିବୃତିରେ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri