ପିଏମ୍‌ କିଷାନ ହିତାଧିକାରୀଙ୍କୁ ୨୩ ସୁଦ୍ଧା କ୍ରେଡିଟ୍‌ କାର୍ଡ

ଜଗତ୍‌ସିଂହପୁର ଅଫିସ,୧୦ା୨: ଜଗତ୍‌ସିଂହପୁର ଜିଲାରେ ପାଖାପାଖି ୧,୧୦,୦୦୦ ଲୋକଙ୍କୁ ପ୍ରଧାନମନ୍ତ୍ରୀ (ପିଏମ୍‌) କିଷାନ ଯୋଜନାରେ ସହାୟତା ରାଶି ପ୍ରଦାନ କରାଯାଇଛି। ଏଥିମଧ୍ୟରେ ହିତାଧିକାରୀଙ୍କୁ ୨,୦୦୦ ଟଙ୍କା ଲେଖାଏ ୪ଟି କିସ୍ତିରେ ୮,୦୦୦ ଟଙ୍କା ମିଳି ସାରିଲାଣି। କିନ୍ତୁ ଅନେକ ହିତାଧିକାରୀଙ୍କୁ କିଷାନ କ୍ରେଡିଟ୍‌ କାର୍ଡ (କେସିସି) ଦିଆଯାଇନାହିଁ। ଯେଉଁ କାରଣରୁ ପିଏମ୍‌ କିଷାନ ଯୋଜନାରେ ସହାୟତା ପାଇଥିବା ଚାଷୀଙ୍କୁ କେସିସିରେ ଋଣ ସହାୟତା ମିଳିପାରୁ ନାହିଁ। ଏନେଇ ଗତ ୮ରୁ ୨୩ ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ ସମସ୍ତ ପିଏମ୍‌ କିଷାନ ହିତାଧିକାରୀଙ୍କୁ କେସିସି ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରବିବାର ସ୍ଥାନୀୟ ଯୋଗଧାରୀସ୍ଥିତ ରିସେଟି ନୂଆ ବିଲ୍ଡିଂରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏହା କୁହାଯାଇଛି। ଏଥିରେ ଏଲ୍‌ଡିଏମ୍‌ ସତୀଷ ପାତ୍ର ଓ ନାବାର୍ଡ ଜିଲା ଉନ୍ନୟନ ପରିଚାଳକ ବିଶ୍ୱଭୂଷଣ ମହାନ୍ତି ଯୋଗଦେଇ କହିଥିଲେ, କେସିସିରେ ସର୍ବାଧିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଯାଇପାରେ। ଚାଷୀ ଠିକ ସମୟରେ ଋଣ ପରିଶୋଧ କରିଦେଲେ କେନ୍ଦ୍ର ସରକାର ମୋଟ ସୁଧର ୩% ରିହାତି ହିସାବ କରି ଫେରସ୍ତ କରିବା ବ୍ୟବସ୍ଥା ରହିଛି। ଏଥିସହ ରାଜ୍ୟ ସରକାର ମଧ୍ୟ ମଝିରେ ମଝିରେ ଛାଡ କରିଥାନ୍ତି। ତେଣୁ ଚାଷୀ ଏହାର ଫାଇଦା ଉଠାଇବା ଜରୁରୀ। ଯେଉଁମାନଙ୍କ କେସିସି କାର୍ଯ୍ୟକ୍ଷମ ନାହିଁ ସେମାନେ ଏହାକୁ କ୍ରୀୟାଶୀଳ କରିବାକୁ ପଡିବ। ମୋଟାମୋଟି ଭାବରେ ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର କେସିସି ଉପରେ ଗୁରୁତ୍ୱାରୋପ କରୁଛନ୍ତି ବୋଲି କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ: ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ୩ ଛାତ୍ରୀ

ଭବାନୀପାଟଣା ୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ସ୍ନାତକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି ଫଳାଫଳରେ…

୫ ଦିନ ହେଲା ଅଚଳ ହୋଇପଡିଛ BSNL ଟାୱାର, ବିନା ନେଟୱର୍କରେ ହନ୍ତସନ୍ତ ୨୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ନନ୍ଦପୁର, ୧।୬( ତୁଷାର କାନ୍ତ ମହାନ୍ତି ): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତବାସୀଙ୍କୁ ମୋବାଇଲ ନେଟୱର୍କ ସେବା ଯୋଗାଇ ଦେବାକୁ ଥିବା ଏକମାତ୍ର ବିଲାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri