କୋହଲା ପାଗକୁ ବର୍ଷା: କଲବଲ ଜନଜୀବନ
ଭୁବନେଶ୍ୱର,୮ା୨(ବ୍ୟୁରୋ): ରାଜ୍ୟରେ ହଠାତ୍ ପାଗରେ ପରିବର୍ତ୍ତନ ଘଟିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷା ସହ କୋହଲା ପବନ ବୋହୁଥିବା ଦେଖିବାକୁ ମିଳୁଛି। ଏହା…
ବିମାନବନ୍ଦର ଛାତ ଭୁଶୁଡ଼ି ମୃତ୍ୟୁ ଘଟଣା: କ୍ଷେତ୍ର ପରିଦର୍ଶନ ଶେଷ କଲା ଏଏଆଇ
ଭୁବନେଶ୍ୱର,୮।୨(ବ୍ୟୁରୋ): ଭୁବନେଶ୍ୱର ବିମାନବନ୍ଦର ଲିଙ୍କ୍ ବିଲ୍ଡିଂ ଛାତ ଭୁଶୁଡ଼ିବା ଘଟଣାରେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) କ୍ଷେତ୍ର ପରିଦର୍ଶନ ଶେଷ କରିଛି। ଏଏଆଇ ଟେକ୍ନିକାଲ କମିଟି ସଦସ୍ୟ କ୍ଷେତ୍ର ପରିଦର୍ଶନ କରିଛନ୍ତି। ତେବେ କମିଟିର ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ…
+୨ ସେଣ୍ଟର ଫିକ୍ସିଂ ଅଭିଯୋଗର ଭିଜିଲାନ୍ସ ତଦନ୍ତ ଦାବି କଲା ଅଭିଭାବକ ସଂଘ
ଭୁବନେଶ୍ୱର,୮।୨(ବ୍ୟୁରୋ): +୨ ସେଣ୍ଟର ଫିକ୍ସିଂ ଅଭିଯୋଗର ଭିଜିଲାନ୍ସ ସ୍ତରୀୟ ତଦନ୍ତ ଦାବିକଲା ରାଜ୍ୟ ଅଭିଭାବକ ସଂଘ। ଏ ନେଇ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘ ଉପଦେଷ୍ଟା ବାସୁଦେବ ଭଟ୍ଟ କହିଛନ୍ତି ଯେ, ଯୁକ୍ତ ୨ ପରୀକ୍ଷା ସେଣ୍ଟର ଫିକ୍ସିଂ ବାବଦରେ…
ପଞ୍ଜାବରେ ଭୁଶୁଡି ପଡିଲା ୩ ମହଲା କୋଠା
ମୋହାଲି,୮।୨: ପଞ୍ଜାବର ମୋହାଲିରେ ଏକ ୩ ମହଲା କୋଠା ଭୁଶୁଡି ପଡିଥିବା ସୂଚନା ମିଳିଛି। ଏହା ତଳେ କେତେକ ଲୋକ ଦବି ହୋଇ ରହିଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉଦ୍ଧାର…
ଦେଶର ସବୁଠୁ ଧନୀ ଗାଁ
ସିମ୍ଲା: ସୋସିଆଲ ମିଡିଆରେ ହିମାଚଳପ୍ରଦେଶର ଏକ ଗାଁ ବେଶ୍ ସୁଖ୍ୟାତି ଅର୍ଜନ କରିଛି। ସିମ୍ଲାଠାରୁ ପ୍ରାୟ ୯୨ କିମି ଦୂରରେ ଅବସ୍ଥିତ ଏହି ଗାଁ ଦେଶର ସବୁଠୁ ଧନୀ ଗାଁ ଭାବେ ପରିଚିତ। ଏହାର ନାଁ ହେଉଛି ମଡାଓ୍ବଗ୍। ଯେଉଁଠି ପ୍ରତ୍ୟେକ…
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅଲଗା ହୋଇଯାଇଥିବା ୨ ଭଉଣୀ ୭୮ ବର୍ଷ ପରେ ହେଲେ ଏକାଠି
ମସ୍କୋ, ୮।୨: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପରସ୍ପରଠାରୁ ଅଲଗା ହୋଇଯାଇଥିବା ୨ ଭଉଣୀ ଦୀର୍ଘ ୭୮ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି। ଏନେଇ ସେମାନେ ଟିଭି ଏବଂ ପୋଲିସକୁ କୃତଜ୍ଞତା ଜଣାଇଛନ୍ତି। ଏବେ ବଡ଼ଭଉଣୀ ରୋଜଲିନା ସ୍ବାରିତୋନୋଭାଙ୍କୁ ୯୪ ବର୍ଷ…
ବଲିଉଡ୍ ମୁଭି ‘ଶିକାରା’ଦେଖି କାନ୍ଦି ପକାଇଲେ ଆଡଭାନୀ
ନୂଆଦିଲ୍ଲୀ,୮।୨: ବଲିଉଡ୍ର ନାମୀ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ‘ଶିକାରା’ ରିଲିଜ୍ ହୋଇ ସାରିଛି। କଶ୍ମୀର ପଣ୍ଡିତଙ୍କ କାହାଣୀକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନରେ ୭୫ ଲକ୍ଷ ଟଙ୍କା ଆୟ କରିଛି। ଏହି ଫିଲ୍ମକୁ ଦେଖିବାକୁ…
୧୪ ବର୍ଷ ବୟସ୍କା ନାବାଳିକାଙ୍କ ବିବାହକୁ ବୈଧ କହିଲେ ପାକିସ୍ତାନ କୋର୍ଟ
ଇସଲାମାବାଦ୍,୮।୨: ପାକିସ୍ତାନର ଏକ କୋର୍ଟ ଜଣେ ୧୪ ବର୍ଷ ବୟସ୍କା ଖ୍ରୀଷ୍ଟିଆନ୍ ନାବାଳିକାଙ୍କ ବିବାହକୁ ବୈଧ ବୋଲି କହିଛନ୍ତି। ନାବାଳିକା ଜଣକ ଋତୁମତୀ ହୋଇଥିବାରୁ ଏହି ବିବାହ ଶରିୟତ୍ ଆଇନ ଅନୁସାରେ ବୈଧ ବୋଲି କୋର୍ଟ ରାୟ ଦେଇଛନ୍ତି। ଗତବର୍ଷ ଅକ୍ଟୋବରରେ…
କେଜରିଓ୍ବାଲଙ୍କୁୁ ଶୁଭକାମନା ଜଣାଇଲେ ଅଖିଳେଶ: କହିଲେ ଲୋକଙ୍କ ପାଇଁ କରାଯାଇଥିବା କାମ ଦେବ ଉତ୍ତର
ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ପାଇଁ ଭୋଟିଂ ଜାରି ରହିଥିବାବେଳେ ଶନିବାର ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଅରବିନ୍ଦ କେଜରିଓ୍ବାଲଙ୍କୁ ଟୁଇଟ୍ କରି ଶୁଭକାମନା ଜଣାଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଦିଲ୍ଲୀରେ ହୋଇଥିବା କଲ୍ୟାଣ ଏବଂ ବିକାଶ କାର୍ଯ୍ୟ ବେଶ୍…
ବ୍ରହ୍ମପୁରରେ ପୋଲିସ ଡିଜି: ଅପରାଧ ସ୍ଥିତି, ୫ଟି ଉପରେ କଲେ ସମୀକ୍ଷା
ବ୍ରହ୍ମପୁର ଅଫିସ,୮।୨: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଶନିବାର ବ୍ରହ୍ମପୁର ଗସ୍ତରେ ଆସି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ ସମ୍ମିଳନୀ କକ୍ଷରେ ୫ଟି ପୋଲିସ ଜିଲାର ଏସ୍ପିଙ୍କୁ ନେଇ ସମୀକ୍ଷା କରିଛନ୍ତି। ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜର ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା…
ଦିଲ୍ଲୀ ବିଧାନସଭା ନିର୍ବାଚନ: ମତଦାନ ଦିନ ବି ‘ହନୁମାନ’ଙ୍କୁ ନେଇ ରାଜନୀତି
ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ ନେତାଙ୍କ ମଧ୍ୟରେ ଟଣା ଭିଡା ଶେଷ ହୋଇନାହିଁ। ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କ ‘ହନୁମାନ ଚାଳିଶାପାଠ’କୁ ନେଇ ବିବାଦ ଥମୁନାହିଁ। ଦିଲ୍ଲୀର ଭାରତୀୟ ଜନତା…
ଆତଙ୍କବାଦ ବିରୋଧରେ ମିଳିତଭାବେ ଲଢ଼ିବେ ଭାରତ-ଶ୍ରୀଲଙ୍କା: ମୋଦି
ନୂଆଦିଲ୍ଲୀ,୮।୨: ଆତଙ୍କବାଦ ଭାରତ ଏବଂ ଶ୍ରୀଲଙ୍କାର ମୁଖ୍ୟ ସମସ୍ୟା। ଏହା ବିରୋଧରେ ଭାରତ ଏବଂ ଶ୍ରୀଲଙ୍କା ମିଳିତଭାବେ ଲଢ଼େଇ ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗଣମାଧ୍ୟମ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କ ସହିତ…
Archives


