Home

ଖୋର୍ଦ୍ଧାରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୫ା୩ (ବ୍ୟୁରୋ): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ମଙ୍ଗଳବାର ରାତିରେ ଖୋର୍ଦ୍ଧାରେ ଚଢ଼ାଉ କରି ୩୦୫ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିବା ସହ ସମ୍ପୃକ୍ତ ଜଣେ ବେପାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମର ପ୍ରିୟବ୍ରତ…

କରୋନା ପାଇଁ ଡିଜାଇନିଂ ହେଲା ସୁରକ୍ଷା କବଚ

ବେଜିଂ,୫।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ଏକ ସୁରକ୍ଷା କବଚ ଡିଜାଇନିଂ କରାଯାଇଛି। ଏହାକୁ ଆର୍କିଟେକଚର ଡାୟୋଙ୍ଗ୍‌ ସନ୍‌ ପ୍ରସ୍ତୁତ କରିଛନ୍ତି। ଏଥିରେ ୟୁଭି ଲାଇଟ୍‌ ରହିଛି। ଯାହାକି କବଚର ଆଭ୍ୟନ୍ତରୀଣ ତାପମାତ୍ରାକୁ ୪୦ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ…

ଶେରଗଡ଼ରେ ବିଜୁ ଜୟନ୍ତୀ ଦିବସ ପାଳିତ

ଶେରଗଡ଼,୫।୩(ଡି.ଏନ.ଏ.): ଶେରଗଡ଼ ବ୍ଲକରେ ବିଜେଡି ପକ୍ଷରୁ ଗୁରୁବାର ବିଜୁ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି। ସକାଳ ୮ଟାରେ ଶେରଗଡ଼ ଚାରି ଛକରେ ବିଜେଡିକର୍ମୀ ଓ ନେତାମାନେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟର୍ପଣ କରି ବିଜୁ ବାବୁଙ୍କ ଗୁଣଗାନ କରିଥିଲେ। ଏହାପରେ ଶେରଗଡ଼…

ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବାରୁ କାର୍ତ୍ତିୟାନି ଓ ଭାଗିରଥି ଆମ୍ମାଙ୍କୁ ମିଳିବ ‘ନାରୀ ଶକ୍ତି ପୁରସ୍କାର’

କୋଲ୍ଲମ,୫।୩: କେରଳର ୧୦୫ ବର୍ଷିୟା ଭାଗିରଥି ଆମ୍ମା ନିଜ ଜୀବନରେ ବହୁ ଉତ୍ଥାନ ପତନକୁ ସାମ୍ନା କରିଛନ୍ତି। ହେଲେ ପରିଣତ ବୟସରେ ସେ ଏମିତି କାମ କରିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ୨୦୧୮ରେ ଭାଗିରଥି ଆମ୍ମା କେରଳ ରାଜ୍ୟ…

୫ ବର୍ଷରେ ମୋଦିଙ୍କ ବିଦେଶ ଯାତ୍ରାରେ ୪୪୬ କୋଟି ୫୨ ଲକ୍ଷ ଖର୍ଚ୍ଚ

ନୂଆଦିଲ୍ଲୀ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଯାତ୍ରାରେ ଗତ ୫ ବର୍ଷ ମଧ୍ୟରେ ୪୪୬ କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଲୋକ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବି. ମୁରଲୀଧରନ ଏହି ସୂଚନା ଦେଇଛନ୍ତି।…

ବିଜୁ ଜୟନ୍ତୀ ପାଳିତ

କେନ୍ଦୁଝର, ୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟଠାରେ ଗୁରୁବାର ଦିନ ଜିଲା ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଜୁ ଛକଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀମାନେ ମାଲ୍ୟାର୍ପଣ କରିଥିଲେ। ଏଥିସହ ବିଜୁ…

ପ୍ରତିଯୋଗିତାରେ ପ୍ରସ୍ତୁତ ହେଲା ୩୧୭୫ କିଲୋଗ୍ରାମ୍‌ ଦୁଗ୍ଧଜାତ ଖାଦ୍ୟ

ଓ୍ବାଶିଂଟନ,୫।୩ : ଆମେରିକାରେ ଏକ ନିଆରା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ୨୬ଟି ଦେଶର ପ୍ରତିଯୋଗୀ ବିଭିନ୍ନ ଦୁଗ୍ଧଜାତ ଖାଦ୍ୟ ପ୍ରସ୍ତୁତ କରିଛନ୍ତି। ସେଥିମଧ୍ୟରେ ଛେନା, ଦହି, ଲହୁଣୀ ସହିତ ଅନ୍ୟ ଖାଦ୍ୟ ମଧ୍ୟ ରହିଛି। ସ୍ଥାନୀୟ ମୈଡ଼ିସନ୍‌…

କରୋନା ଭାଇରସ ଚିହ୍ନଟ ପୂର୍ବରୁ ନିଜକୁ କୋଠରିରେ ବନ୍ଦକରି ରଖିଲେ ଚାଇନା ନାଗରିକ

ନୂଆଦିଲ୍ଲୀ,୫।୩: କରୋନା ଭାଇରସ ଏବେ ଭାରତରେ ତା’ର ସ୍ଥିତି ଜାହିର କରିବା ପରେ ଏବେ ଏହାକୁ ନେଇ ସମସ୍ତେ ଏକପ୍ରକାର ଭୟଭିତ ହୋଇଯାଇଛନ୍ତି। ଦିଲ୍ଲୀରେ ଦୁଇଦିନ ତଳେ ପ୍ରଥମ କରୋନା ସଂକ୍ରମିତଙ୍କ ଚିହ୍ନଟ କରାଯାଇଥିବା ବେଳେ ଏବେ ସେଠାରେ ଭୟର ବାତାବରଣ…

ରବିନାରାୟଣଙ୍କୁ ଭଞ୍ଜଭାରତୀ ସ୍ମୃତି ସମ୍ମାନ

ଭୁବନେଶ୍ୱର, ୫ା୩(ବ୍ୟୁରୋ): ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସାରସ୍ବତ ସୃଷ୍ଟିରେ ଭରିରହିଛି କାଳଜୟୀ ମୂଲ୍ୟବୋଧର ଉଚ୍ଚାଙ୍ଗ ଦିଗ୍‌ଦର୍ଶନ। ସାହିତ୍ୟ ଓ ସାମାଜିକ ଜୀବନର ଅମୂଲ୍ୟ ସମ୍ପଦ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ସାରସ୍ବତ ଅନୁଷ୍ଠାନ ‘ଭୁବନେଶ୍ୱର ଭଞ୍ଜଭାରତୀ’ ପକ୍ଷରୁ ସୂଚନା…

ଆଜି ନୂଆ ଏସ୍‌ସିବି କ୍ୟାମ୍ପସ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

କଟକ ଅଫିସ୍‌, ୫ା୩: ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ନୂଆ ରୂପ ପାଇବ। ଏଥିପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ୧୦୦୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ଏସ୍‌ସିବିର ନୂତନ କ୍ୟାମ୍ପସ ନିର୍ମାଣ ପାଇଁ…

ଭୁବନେଶ୍ୱରରେ ସର୍ବାଧିକ ବର୍ଷା

ଭୁବନେଶ୍ୱର, ୫ା୩(ବ୍ୟୁରୋ): ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଯୋଗୁ ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଅଦିନିଆ ବର୍ଷା ଯୋଗୁ ଲୋକେ ହନ୍ତସନ୍ତ ହୋଇଛନ୍ତି। ଭୁବନେଶ୍ୱରରେ ସର୍ବାଧିକ ୧୩.୨ ମିମି ବର୍ଷା ହୋଇଥିବା…

ମାଙ୍କଡ଼ ଛଡ଼ାଇନେଲା ଆଡ୍‌ମିଟ୍‌ କାର୍ଡ

କୃଷ୍ଣପ୍ରସାଦ,୫ା୩(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର କନ୍ଦାଖାଇ କଳା ଓ ବିଜ୍ଞାନ ମହାବିଦ୍ୟାଳୟକୁ ଯୁକ୍ତ ୨ ପରୀକ୍ଷା ଦେବାକୁ ଆସିଥିବା ଜଣେ ପରୀକ୍ଷାର୍ଥୀଙ୍କୁ ମାଙ୍କଡ଼ ଆକ୍ରମଣ କରିବା ସହ ତାଙ୍କ ଆଡମିଟ୍‌ କାର୍ଡ ଛଡାଇ ନେଇଛି। ମାଙ୍କଡ ଆକ୍ରମଣରେ ସେ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?