୭୫.୮୫ ଲକ୍ଷରେ ନିଲାମ ହେଲା ଦୀପ ଦୋକାନ

ଜଗତ୍‌ସିଂହପୁର ଅଫିସ, ୫ା୩: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିର ପରିସରରେ ଥିବା ଜୋତା ଷ୍ଟାଣ୍ଡ, ପାର୍କିଂ, ଭୋଗ, ଦୀପ ଓ ପୂଜା ସାମଗ୍ରୀ ଦୋକାନ ପାଇଁ ପ୍ରତିବର୍ଷ ନିଲାମ ହୁଏ। ଏହି ଅନୁଯାୟୀ ଚଳିତବର୍ଷ ପାଇଁ ବୁଧବାର ନିଲାମ ଅନୁଷ୍ଠିତ ହୋଇଥିଲା। ଏହି ନିଲାମରେ କେବଳ ଦୀପ ଓ ପୂଜା ସାମଗ୍ରୀ ଦୋକାନକୁ ଛାଡିଦେଲେ ଅବଶିଷ୍ଟ ଜୋତା, ଭୋଗ, ପାର୍କିଂ ଓ ଶୌଚାଳୟ ପାଇଁ ନିଲାମଧାରୀ ଚୂଡାନ୍ତ ହୋଇପାରି ନାହାନ୍ତି। ଦୀପ ଓ ପୂଜା ସାମଗ୍ରୀ ଦୋକାନ ପାଇଁ ୩ ଜଣ ଆବେଦନ କରିଥିବା ବେଳେ ତ୍ରିଲୋଚନ ରାଉଳ ୭୫,୮୫,୫୫୦ ଟଙ୍କାରେ ନିଲାମ ହାତେଇବାକୁ ସକ୍ଷମ ହୋଇଛନ୍ତି। କିନ୍ତୁ ଭୋଗ ଦୋକାନ ପାଇଁ କେବଳ ଚନ୍ଦନ କୁମାର ପଣ୍ଡା ଆବେଦନ କରିଥିଲେ। ସେ ପାଖାପାଖି ୮୦,୫୩,୩୦୩ ଟଙ୍କାରେ ନିଲାମ ନେବାକୁ ଚାହିଁଥିବାରୁ ତାଙ୍କୁ ନିଲାମ ଦିଆଯିବ କି ନାହିଁ ତାହା ଚୂଡାନ୍ତ ହୋଇପାରିନାହିଁ। ଏ ସମ୍ପର୍କରେ ନିଷ୍ପତ୍ତି ଜିଲାପାଳ ତଥା ମନ୍ଦିର ମଧ୍ୟବର୍ତ୍ତିକାଳୀନ ଟ୍ରଷ୍ଟି ସଂଗ୍ରାମ କେଶରୀ ମହାପାତ୍ର ନେବେ ବୋଲି ମନ୍ଦିର ନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଜିଲାପାଳଙ୍କ ନିକଟକୁ ଫାଇଲ ଯିବ ଏବଂ ସେ ଏହା ଉପରେ ବିଚାର କରି ଯାହା ନିଷ୍ପତ୍ତି ନେବେ ତାହା କାର୍ଯ୍ୟକାରୀ କରାଯିବ। ଅନ୍ୟପଟେ ପାର୍କିଂ ଓ ଜୋତା ଷ୍ଟାଣ୍ଡ ପାଇଁ କେହି ଆବେଦନ କରିନାହାନ୍ତି। ଶୌଚାଳୟ ପାଇଁ ଜଣେ ଆବେଦନ କରିଥିଲେ ସୁଦ୍ଧା ଅସମ୍ପୂର୍ଣ୍ଣ ଫର୍ମ ଯୋଗୁ ତାହା ନାକଚ ହୋଇଯାଇଛି। ଏବେ ପାର୍କିଂ, ଜୋତା ଷ୍ଟାଣ୍ଡ ଓ ଶୌଚାଳୟ ନେଇ ପୁନଃ ନିଲାମ ହେବ କି ନାହିଁ ତା’ ଉପରେ ଜିଲାପାଳ ନିଷ୍ପତ୍ତି ନେବେ।
ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୧୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଟେଣ୍ଡର ବାକ୍ସରେ ଫର୍ମ ପକାଇବାକୁ ସୁଯୋଗ ଦିଆଯାଇଥିଲା। ଏହି ଅନୁଯାୟୀ ଦୀପ ଓ ପୂଜା ସାମଗ୍ରୀ ଦୋକାନ ପାଇଁ ୩ ଜଣ ସ୍ଥିରୀକୃତ ଅମାନତ ରାଶି ୫୦ ହଜାର ଟଙ୍କା ଲେଖାଏ ମନ୍ଦିର ଆକାଉଣ୍ଟରେ ଜମା କରିଥିଲେ। ପରେ ୫୦୦ ଟଙ୍କା ଲେଖାଏ ଦେଇ ଫର୍ମ କିଣି ନିଲାମ ପକାଇଥିଲେ। ସେମାନଙ୍କ ମଧ୍ୟରୁ ତ୍ରିଲୋଚନଙ୍କ ନିଲାମ ରାଶି ସର୍ବାଧିକ ଥିବାରୁ ତାଙ୍କୁ ଏହି ଦୋକାନ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏପ୍ରିଲ ୧ରୁ ସେ ଦୋକାନ ଖୋଲିବେ। କିନ୍ତୁ ୯ ତାରିଖ ସୁଦ୍ଧା ନିଲାମ ରାଶିର ୩୦% ଅର୍ଥାତ୍‌ ପାଖାପାଖି ୨୫ ଲକ୍ଷ ଟଙ୍କା ଜମା କରିବେ। ପରେ ୬ଟି କିସ୍ତିରେ ଅବଶିଷ୍ଟ ରାଶି ଜମା କରିବାକୁ ସର୍ତ୍ତ ରଖାଯାଇଛି। ଭୋଗ ଦୋକାନ ପାଇଁ ଏକକ ଟେଣ୍ଡର ହୋଇଥିବାରୁ ଅଡୁଆ ବଢିଯାଇଛି। ଏକକ ଟେଣ୍ଡରକୁ ଗ୍ରହଣ କରାଯିବ କି ନାହିଁ ତା’ ଉପରେ ଜିଲାପାଳ ଚୂଡାନ୍ତ ନିଷ୍ପତ୍ତି ନେବେ। ତାଙ୍କ ନିଲାମ ବାତିଲ ହୋଇଗଲେ ଆଉଥରେ ନିଲାମ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଜୋତା ଓ ପାର୍କିଂ ପାଇଁ କେହି ଆବେଦନ କରି ନ ଥିଲେ ସୁଦ୍ଧା ପୁଣିଥରେ ନିଲାମ ହେବ କି ନାହିଁ ତା’ଉପରେ କିଛି ନିଷ୍ପତ୍ତି ହୋଇପାରିନାହିଁ। କିନ୍ତୁ ଏହା ଉପରେ ନିଲାମ ନ ହେବା ଉଚିତ ବୋଲି ସ୍ଥାନୀୟ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।
ସେମାନ କହିବା କଥା, ଗତବର୍ଷ ପାର୍କିଂ ଦାୟିତ୍ୱ ନେଇଥିବା ବ୍ୟକ୍ତି ଯାତ୍ରୀଙ୍କ ଉପରେ ଜୁଲାମ କରିବାରୁ ଅସନ୍ତୋଷ ତୀବ୍ର ହୋଇଥିଲା। ବାଇକ୍‌ ଓ ୪ ଚକିଆ ଯାନରୁ ଅର୍ଥ ଆଦାୟ ହୋଇପାରିବ ନାହିଁ ବୋଲି ସର୍ତ୍ତ ଥିଲେ ସୁଦ୍ଧା ନିଲାମଧାରୀ ଏହାକୁ ଅମାନ୍ୟ କରି ମନଇଚ୍ଛା ଆଦାୟ କରି ଚାଲିଥିଲେ। ପରିସ୍ଥିତି ବିଗିଡିଯିବାରୁ ଜିଲାପାଳ ହସ୍ତକ୍ଷେପ କରିଥିଲେ। ଶେଷରେ ନିଲାମଧାରୀ ପାର୍କିଂ ଦାୟିତ୍ୱରୁ ଓହରି ଯାଇଥିଲେ। ସେବେଠାରୁ ପାର୍କିଂ ଓ ଜୋତା ଷ୍ଟାଣ୍ଡ ଦାୟିତ୍ୱ ମନ୍ଦିର ପ୍ରଶାସନ ନେଇଛି। ଏହା ଲୋକଙ୍କ ମନରେ ଆଶ୍ୱସ୍ତି ଭାବ ସୃଷ୍ଟି କରିଛି। ନିଲାମ ବାକ୍ସରେ ଫର୍ମ ପକାଯିବା ପରେ ଅପରାହ୍ନରେ ଏହା ଖୋଲାଯାଇଥିଲା। ସୁରକ୍ଷା ପାଇଁ ପୋଲିସ ଫୋର୍ସ ବ୍ୟବସ୍ଥା କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?