ବ୍ରହ୍ମପୁର ୭ ୟୁପିଏଚ୍ସିକୁ କାୟାକଳ୍ପ ପୁରସ୍କାର : ଆଗାସାହି ରାଜ୍ୟରେ ପ୍ରଥମ ଆସ୍କାରୋଡ, ବୈକୁଣ୍ଠନଗର ଦ୍ୱିତୀୟ ଶ୍ରେଷ୍ଠ ୧୫ ମଧ୍ୟରେ ୪ ୟୁପିଏଚ୍ସି
ବ୍ରହ୍ମପୁର ଅଫିସ,୧ା୩ – ୨୦୧୯-୨୦ ବର୍ଷ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କାୟାକଳ୍ପ ପୁରସ୍କାର ମଙ୍ଗଳବାର ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି ପୁରସ୍କାରରେ ପୁଣି ବାଜି ମାରିଛି ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି) ସହରାଞ୍ଚଳ ପ୍ରାଥମିକ…
୨ ଶିକ୍ଷକଙ୍କ ସମେତ ୫ ଗିରଫ: ୨୨ ହଜାର ଟଙ୍କା, ରବରଷ୍ଟାମ୍ପ, କମ୍ପ୍ୟୁଟର, ଜାଲ୍ ସାର୍ଟିଫିକେଟ ଜବତ
ଆସିକା, ୧ା୩ (ଡି.ଏନ୍.ଏ) – ଜାଲ୍ ସାର୍ଟିଫିକେଟ ଦେଇ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଙ୍କୁ ଧରପଗଡ ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିଲା। ଆସିକା ଥାନା ଇଲାକାରେ ଏହି ଶିକ୍ଷକଙ୍କ ତଲାସିବେଳେ ଗୋଟିଏ ଜାଲ୍ ସାର୍ଟିଫିକେଟ ଯୋଗାଣକାରୀ ର଼୍ୟାକେଟର ପର୍ଦ୍ଦାଫାଶ୍…
ନିୟମକୁ ଡର, ଲୋକେ ତତ୍ପର
ବ୍ରହ୍ମପୁର ଅଫିସ,୧ା୩ – ରବିବାରରୁ ଜିଲାରେ ଯାନବାହନ ଯାଞ୍ଚ କଡାକଡି ହେବ। ଯେଉଁମାନେ ଏବେ ସୁଦ୍ଧା ଗାଡିର ଆବଶ୍ୟକ କାଗଜପତ୍ର କରି ପାରିନାହାନ୍ତି ସେମାନଙ୍କ ମଧ୍ୟରେ ଏବେ ଭାଳେଣି ପଡ଼ିଲାଣି। ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି। ପରିବହନ ସମ୍ପର୍କିତ ପ୍ରମାଣପତ୍ର ପ୍ରସ୍ତୁତ…
ଦ୍ୱାରଶୁଣି ଘାଟିରେ ଟ୍ରେଲର ଦୁର୍ଘଟଣାଗ୍ରସ୍ତ: ତେଲ ବୋହିନେଲେ ଲୋକେ
ବାଙ୍ଗିରିପୋଷି, ୧।୩(ଡି.ଏନ.ଏ.)-ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ଶନିବାର ସକାଳେ ଏକ ଆଇରନ ଡଷ୍ଟ ବୋଝେଇ ଟ୍ରେଲର ଯୋଡାରୁ ଖଡଗପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେଲର ଚାଳକ ଓ ଅନ୍ୟ ଜଣେ…
ମଧ୍ୟାହ୍ନଭୋଜନ ଭାତରେ ପୋକ
ରୂପ୍ସା, ୧।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍ସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା ୟୁଜିଏମ୍ଇ ସ୍କୁଲରେ ଶନିବାର ଉତ୍ତେଜନା ଦେଖାଦେଇଛି। ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନରେ ଦିଆଯାଇଥିବା ଭାତରେ ପୋକ ଥିବାରୁ ଅଭିଭାବକମାନେ ସ୍କୁଲରେ ପହଞ୍ଚତ୍ ହୋହଲ୍ଲା କରିଛନ୍ତି। ପ୍ରଧାନଶିକ୍ଷକଙ୍କ ଦାୟିତ୍ୱହୀନତାକୁ ବିରୋଧ କରି ତାଙ୍କୁ…
ସପ୍ତାହରେ ଦୁଇଥର ଏହି ଖାଦ୍ୟ ଖାଇଲେ ଦୂର ହୁଏ ହୃଦ୍ରୋଗ ଆଶଙ୍କା
ଆଜିକାଲି ଏମିତି ରୋଗ ହେଉଛି ନିମିଷକ ମଧ୍ୟରେ ପ୍ରାଣ ଚାଲିଯାଉଛି। ତେଣୁ ଖାଇବା ପିଇବା ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ସୁସ୍ଥ ଜୀବନଶୈଳୀ ଆପଣାଇବା ସତ୍ତ୍ୱେ ମଧ୍ୟ କିଛି ରୋଗ ହଠାତ୍ ହୋଇଥାଏ। ଯେମିତିକି ହୃଦ୍ରୋଗ। ଏହା କେତେବେଳେ କାହାକୁ…
ବଳାତ୍କାର ପରେ ନାବାଳିକାଙ୍କୁ ଜାଳିଦେଲେ: ହସ୍ପିଟାଲରେ ମୃତ୍ୟୁ ସହ ଲଢ଼ୁଛନ୍ତି ପୀଡ଼ିତା
ହାଇଦ୍ରାବାଦ,୨୯ା୨: ତେଲଙ୍ଗାନାର ସୂର୍ଯ୍ୟପେଟ ଜିଲାରେ ଜଣେ ନାବାଳିକା(୧୭)ଙ୍କୁ ବଳାତ୍କାର କରାଯିବା ପରେ ନିଆଁରେ ପୋଡ଼ି ଦିଆଯାଇଛି। ପୀଡ଼ିତା ଏବେ ଗୁରୁତର ଅବସ୍ଥାରେ ଓ୍ବାରାଙ୍ଗଲ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଶରୀରର ୫୦ ଭାଗରୁ ଊର୍ଦ୍ଧ୍ୱ ଅଂଶ ପୋଡ଼ିଯାଇଛି। ଏଭଳି କାଣ୍ଡ…
ଆଇକାର୍ଡ଼ା ପକ୍ଷରୁ କ୍ଷେତ୍ର ପରିଦର୍ଶନ
ବାଲେଶ୍ୱର ଅଫିସ,୨୯।୨- ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ଏବଂ ଅନ୍ତରାଷ୍ଟ୍ରୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା ସଂସ୍ଥା(ଆଇକାର୍ଡ଼ା) ନୂଆଦିଲ୍ଲୀ ଦ୍ୱାରା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପରୀକ୍ଷାମୂଳକ ଭାବେ କରାଯାଉଥିବା କଣ୍ଟାବିହୀନ ନାଗଫେଣୀ ଏବଂ ଡାଲି…
ଇଣ୍ଡିଆନ୍ ଓପନ୍ ବ୍ୟାଡ୍ମିଣ୍ଟନ: ଚାଇନା ଖେଳାଳିଙ୍କ ସ୍ବାସ୍ଥ୍ୟ ରିପୋର୍ଟ ମାଗିଲେ ସରକାର
ନୂଆଦିଲ୍ଲୀ,୨୯ା୨(ପି.ଟି.): ଆସନ୍ତା ମାସରେ ଇଣ୍ଡିଆନ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ରାଜଧାନୀ ନୂଆଦିଲ୍ଲୀରେ ଖେଳାଯିବ। ଏଥିରେ ଭାଗ ନେବାକୁ ଥିବା ଚାଇନା ଖେଳାଳିଙ୍କ ସ୍ବାସ୍ଥ୍ୟାବସ୍ଥାର ସ୍ପଷ୍ଟ ଚିତ୍ର ଜଣାଇବା ଲାଗି ଆୟୋଜକ ବ୍ୟାଡ୍ମିଣ୍ଟନ ଆସୋସିଏଶନ ଅଫ୍ ଇଣ୍ଡିଆ (ବାଇ)କୁ କହିଛନ୍ତି। ଟୋକିଓ ଅଲିମ୍ପିକ୍ସ…
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ୧୦୦ ମିଟରରେ ଦୂତୀଙ୍କୁ ସ୍ବର୍ଣ୍ଣ
ଭୁବନେଶ୍ୱର,୨୯।୨(ସ୍ପୋଟର୍ସ ବ୍ୟୁରୋ): ଦେଶର ଦ୍ରୁତତମ ମହିଳା ଦୂତୀ ଚାନ୍ଦ ପୁଣିଥରେ ନିଜ ଖ୍ୟାତି ଅନୁରୂପ ପ୍ରଦର୍ଶନ କରିଛନ୍ତି। ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସେ କିଟ୍ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରତିନିଧିତ୍ୱ କରି ୧୦୦ମିଟର ଫାଇନାଲ ଦୌଡ଼ରେ ପ୍ରଥମ ସ୍ଥାନ…
୪ ମହଲା ଉପରୁ ଖସି ଶ୍ରମିକଙ୍କ ଜୀବନଗଲା
କୋକସରା,୨୯।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମର ହେମରାଜ ଦୁର୍ଗା (୨୬)ଙ୍କ ଶନିବାର ହାଇଦ୍ରାବାଦଠାରେ ସେଣ୍ଟ୍ରିଙ୍ଗ କାମ କରୁଥିବା ବେଳେ ୪ ମହଲା ଉପରୁ ଖସିପଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ରୋଜଗାର କ୍ଷମ ପୁଅର ମୃତ୍ୟୁ ଖବର ଶୁଣି…
ନଳକୂପ ନାହିଁ, ନାଳରୁ ପାଣି ସଂଗ୍ରହ କରୁଛନ୍ତି ଲୋକେ
ଭବାନୀପାଟଣା,୨୯।୨(ଡି.ଏନ୍.ଏ.): ଅନୁସୂଚିତ ଜନଜାତି କୁଟିଆ କନ୍ଧଙ୍କ ପାଇଁ ରାଜ୍ୟ ସରକାର ସ୍ଥାପନ କରିଛନ୍ତି କୁଟିଆ କନ୍ଧ ଉନ୍ନୟନ ସଂସ୍ଥା (କେକେଡିଏ)। କୁଟିଆ କନ୍ଧଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଏହି ସଂସ୍ଥା କାର୍ଯ୍ୟ କରୁଛି। ତଥାପି ଏମାନେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ…
Archives


