ଦିଲ୍ଲୀ ଗ୍ରାଉଣ୍ଡ ଜିରୋର ସ୍ଥିତି ଅନୁଧ୍ୟାନ କଲେ ଡୋଭାଲ
ନୂଆଦିଲ୍ଲୀ,୨୬।୨: କିଛି ଦିନ ହେଲା ଦେଶର ରାଜଧାନୀ ଦିଲ୍ଲୀ ଅଶାନ୍ତ ରହିଛି। ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସା ଦିଲ୍ଲୀରେ ଉଗ୍ର ରୂପ ଧାରଣ କରିଛି। ଏହି ହିଂସାରେ ୨୨ଜଣଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି।…
ଇରାନର ଉପସ୍ବାସ୍ଥ୍ୟମନ୍ତ୍ରୀ କରୋନା ସଂକ୍ରମିତ
ତେହେରାନ୍,୨୬।୨: ଚାଇନାର କରୋନା ଭାଇରସ୍ ଏବେ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। ଏହା କବଳରୁ ଇରାନ ମଧ୍ୟ ବର୍ତ୍ତି ପାରିନାହିଁ। ଏପର୍ଯ୍ୟନ୍ତ ଇରାନରେ ଏହି ରୋଗରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମଣଙ୍କ ସଂଖ୍ୟା ୯୫ରେ ପହଞ୍ଚିଛି।…
ବିନା ମେକ୍ଅପ୍ରେ ନୁସରତ୍, ଫଟୋ ଭାଇରାଲ
ମୁମ୍ବାଇ: ତୃଣମୂଳ କଂଗ୍ରେସ ଏମ୍ପି ତଥା ବଙ୍ଗଳା ଫିଲ୍ମର ଜଣାଶୁଣା ଅଭିନେତ୍ରୀ ନୁସରତ୍ ଜହାଁ ସୋସିଆଲ ମିଡିଆରେ ନିଜର ଫଟୋକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିବାହ ଫଟୋଠାରୁ ଆରମ୍ଭ କରି କୌଣସି ପାର୍ଟି ହେଉ କିମ୍ବା କୌଣସି ଫିଲ୍ମ ଶୁଟିଂ…
କରୋନା ସଚେତନ ଲାଗି ସାଇକେଲ୍ରେ ଭୁବନେଶ୍ବର-ପୁରୀ
ସାକ୍ଷୀଗୋପାଳ,୨୬।୨(ଡି.ଏନ୍.ଏ): ସୁସ୍ଥ ସମାଜ ଗଠନ ଲାଗି ସଚେତନତା ଅଭିଯାନରେ ସାଇକେଲ୍ରେ ଭୁବନେଶ୍ବର ପୁରୀ ବାହାରିଥିବା ଫିଟ୍ ଇଣ୍ଡିଆ ସିଇକ୍ଲୋଥନ ଟିମ୍ର ଯୁବକମାନଙ୍କୁ ବୁଧବାର ସାକ୍ଷୀଗୋପାଳ ମନ୍ଦିରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। କୋରନା ଭାଇରସଠାରୁ ଦୂରେଇ ରହିବା ସମ୍ପର୍କରେ ଏହି ୧୯ ଜଣିଆ…
ପ୍ରଭାବିତ ହେଉଛି ଓଡ଼ିଶାର ଅଣ୍ଡା ଶିଳ୍ପ: ଆନ୍ଦୋଳନକୁ ଓହ୍ଲାଇବ ଏଓଏଲ୍ଏଫ୍ଏ
ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡ଼ିଶାର ଅଣ୍ଡା ବ୍ୟବସାୟ ଅତ୍ୟନ୍ତ ଦୁର୍ଦ୍ଦିନ ସ୍ଥିତିରେ ପହଞ୍ଚି ସାରିଥିବା ସୂଚନା ଦେଇଛି ଅଲ୍ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏଶନ। ବ୍ୟବସାୟରେ ହେଉଥିବା କ୍ଷତିକୁ ଭରଣା କରି ନ ପାରି ପ୍ରାୟ ୧୨ରୁ ଅଧିକ ଅଣ୍ଡା ଉତ୍ପାଦନକାରୀ ଫାର୍ମ ବନ୍ଦ…
ନିର୍ବାଚିତ ହେଲେ ବିଜେଡିର ୮୦ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ
ଭୁବନେଶ୍ୱର, ୨୬।୨(ବ୍ୟୁରୋ): ଲଗାତାର ଅଷ୍ଟମ ଥର ପାଇଁ ବିଜୁ ଜନତା ଦଳ(ବିଜେଡି) ସଭାପତିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏଥିସହ ୮୦ ଜଣ ସଦସ୍ୟଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମଧ୍ୟ ନିର୍ବାଚିତ କରାଯାଇଛି ।…
ଗଣିତରେ କପି କରି ଧରାପଡ଼ିଲେ ୬ ପରୀକ୍ଷାର୍ଥୀ
ହାଟଡିହୀ,୨୬।୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଚଳିତବର୍ଷ ୧୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଚାଲୁରହିଛି। ବୁଧବାର ଗଣିତ ପରୀକ୍ଷାରେ କପି କରି କେନ୍ଦୁଝର ଓ ବାଲେଶ୍ୱର ସ୍କ୍ବାଡ ହାତରେ ୬ଜଣ ଧରାପଡ଼ିଛନ୍ତି। ନନ୍ଦୀପଦା ମୁକୁନ୍ଦ ଚରଣ ବିଦ୍ୟାପୀଠରେ ୨ ଜଣ,ସୋସୋ କାନପୁର…
ପୂର୍ବତନ ବିଧାୟକ ଅନାମଙ୍କୁ ଜାମିନ
କଟକ ଅଫିସ, ୨୬।୨: ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ବୁଧବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏଥିସହ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଅନାମଙ୍କୁ ଗିରଫ କରିଥିଲା।
ଛାଡିଲା ବର୍ଷା, ଆସୁଛି କୁହୁଡ଼ି: ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ଣ୍ଣିଂ ଜାରି
ଭୁବନେଶ୍ୱର, ୨୬।୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ଦୁଇ ଦିନ ହେବ ଲାଗିରହିଥିବା ବର୍ଷା ଏବେ ଛାଡ଼ିଯାଇଛି। ଆଗକୁ କୁହୁଡ଼ି ଆସୁଛି। ଏ ନେଇ ବିଭିନ୍ନ ଜିଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଗୁରୁବାରଠାରୁ ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା,…
କାର୍ଯ୍ୟଦିବସରେ ପୋଷ୍ଟ ଅଫିସ ବନ୍ଦ, ନିରାଶରେ ଫେରିଲେ ଲୋକେ
ହାଟଡିହୀ,୨୬।୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାଟଡିହୀ ସବ୍ ପୋଷ୍ଟ ଅଫିସ ବୁଧବାର ବନ୍ଦ ରହିଛି। ଫଳରେ ବିଭିନ୍ନ କାର୍ଯ୍ୟରେ ଆସିଥିବା ଲୋକେ ନିରାଶ ହୋଇ ଫେରି ଯାଇଛନ୍ତି। ପୋଷ୍ଟ ଅଫିସ ବନ୍ଦ ବାବଦରେ ନୋଟିସ ବୋର୍ଡରେ କୌଣସି ସୂଚନା ଉଲ୍ଲେଖ…
ଯୁକ୍ତ ୨ ପରୀକ୍ଷା ଖାତା ନ ଦେଖିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଭୁବନେଶ୍ୱର,୨୬।୨(ବ୍ୟୁରୋ): ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରୁ +୨ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ମେ’ ଶେଷ ସପ୍ତାହରେ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ। ପରେ ଜୁନ ପ୍ରଥମ ସପ୍ତାହରେ କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ। ତେବେ…
ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ: ରୋଗୀଙ୍କୁ ଭାରରେ ବୋହିଲେ ପରିବାର ଲୋକେ
ରାୟଗଡା ଅଫିସ, ୨୬।୨: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତ ଟାମକଶିଳା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ରୋଗୀଙ୍କୁ ଭାରରେ ବୋହିବାକୁ ପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ନିଲାଈ କାଡ୍ରାକା(୨୨)ନିଜ ଘରେ ରୋଷେଇ କରୁଥିବା…
Archives


