ଘରେ ଥାଇ ପାଇପାରିବେ ସଜ ପନିପରିବା
ଭୁବନେଶ୍ୱର, ୮ା୨(ବ୍ୟୁରୋ): ଆଗ୍ରହୀ ଗ୍ରାହକଙ୍କୁ ମନପସନ୍ଦର ସଜ ପନିପରିବା ଉଚିତ୍ ଦାମରେ ଯୋଗାଇ ଦେବା ଲାଗି ପନିପରିବା ଡଟ୍ କମ୍ ପକ୍ଷରୁ ଏକ ଅନନ୍ୟ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ PaniPariba.com ପୋର୍ଟାଲ ଆରମ୍ଭ କରାଯାଇଛି। ଲୋକମାନେ ଏହି ପୋର୍ଟାଲକୁ ଯାଇ…
ବୁଧବାରିଆ କମିଟି ବାଟବଣା
ପୁରୀ ଅଫିସ, ୮ା୨: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ଲାଗି ଅନେକ ନିଷ୍ପତ୍ତି ନିଆଯାଉଛି। ପରବର୍ତ୍ତୀ ସମୟରେ ଏହା କେତେଦୂର କାର୍ଯ୍ୟକାରୀ କରୁଛି ତାହା ଉପରେ କେହି ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଏକାଧିକ ନିଷ୍ପତ୍ତି ବାଟବଣା ହୋଇଯାଉଛି। ଏମିତି ଏକ…
ଆଦିବାସୀ ମେଳାରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼
ଭୁବନେଶ୍ୱର, ୮ା୨(ବ୍ୟୁରୋ): ଆଦିବାସୀ ମେଳା ଏବେ ସାଜିଛି ବିଦେଶୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ। ମେଳା ଦେଖିବା ସହିତ ବିଭିନ୍ନ ପ୍ରକାର ସାମଗ୍ରୀ କିଣିବାକୁ ଭିଡ଼ ଜମାଉଛନ୍ତି ବିଦେଶୀ ପର୍ଯ୍ୟଟକମାନେ। ମେଳାର ଦ୍ୱାଦଶ ସନ୍ଧ୍ୟାରେ ପୋଲାଣ୍ଡ, ଆର୍ଜେଣ୍ଟିନା, ରୁଷିଆ, ଜାପାନ, ଇଣ୍ଡୋନେସିଆ ଭଳି…
ଓଡ଼ିଶା ପ୍ରଗତିର ସଫଳ ପ୍ରୟୋଗଶାଳା: ରାଜ୍ୟପାଳ
ଭୁବନେଶ୍ୱର, ୮ା୨(ବ୍ୟୁରୋ): ଓଡ଼ିଶା ହେଉଛି ଏକ ଦିବ୍ୟଭୂମି। ଏଠାରେ ପ୍ରତ୍ୟେକ ଲୋକ ଦିବ୍ୟତାର ପ୍ରତୀକ। ସାଧାରଣ ଲୋକମାନଙ୍କ ଜୀବନଶୈଳୀରେ ଅଧ୍ୟାତ୍ମ ଭାବ ପ୍ରତିଫଳିତ ହୋଇଥାଏ। ସାମାଜିକ ଓ ସାଂସ୍କୃତିକ ସଂହତିର ଆଦର୍ଶ ଭୂମି ଭାବେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି…
ଟ୍ରଷ୍ଟରୁ ବାଦ୍ ପଡ଼ିବାରୁ ନୃତ୍ୟଗୋପାଳ କ୍ଷୁବ୍ଧ
ଅଯୋଧ୍ୟା,୮ା୨(ପି.ଟି.): ରାମ ଜନ୍ମଭୂମି ନ୍ୟାସ ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ନବଗଠିତ ରାମମନ୍ଦିର ଟ୍ରଷ୍ଟରୁ ବାଦ୍ ପଡ଼ିବା ପରେ କ୍ଷୁବ୍ଧ ହୋଇଛନ୍ତି। ତାଙ୍କୁ ମନାଇବା ପାଇଁ ଭାଜପା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଭାଜପା ନେତା ତଥା ଅଯୋଧ୍ୟା ବିଧାୟକ…
‘ଶାନ୍ତିର ସକାଳ ଆଣିବ ବୋଡ଼ୋ ଚୁକ୍ତି’
କୋକ୍ରାଝର,୮ା୨(ପି.ଟି.): ଜନସାଧାରଣଙ୍କ ସମର୍ଥନରେ ସ୍ବାକ୍ଷରିତ ହୋଇଥିବା ବୋଡୋ ଚୁକ୍ତି ଆସାମରେ ଶାନ୍ତିର ନୂଆ ସକାଳ ଆଣିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି। ଜାନୁୟାରୀ ୨୭ରେ ତ୍ରିପାକ୍ଷିକ ବୋଡୋ ଶାନ୍ତି ଚୁକ୍ତି ସ୍ବାକ୍ଷର ହୋଇଥିଲା।…
‘ଓଡ଼ିଶା ସ୍କିଲ୍ସ-୨୦୨୦’ ଉଦ୍ଘାଟିତ
ଭୁବନେଶ୍ୱର, ୮ା୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଦକ୍ଷତା ପ୍ରତିଯୋଗିତା ଓଡ଼ିଶା ସ୍କିଲ୍ସ-୨୦୨୦ର ଦ୍ୱିତୀୟ ସଂସ୍କରଣ ଶୁକ୍ରବାର କୃଷି ଭବନଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ସଞ୍ଜୟ…
ଜାତୀୟ ପୁରସ୍କାର ପାଇବାରେ ରେକର୍ଡ କରିଛନ୍ତି ଓଡ଼ିଶା ଶିଳ୍ପୀ
ଭୁବନେଶ୍ୱର, ୮ା୨(ବ୍ୟୁରୋ): ହସ୍ତଶିଳ୍ପ, ବୟନ ଓ ହସ୍ତତନ୍ତ ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଶୁକ୍ରବାର ଜନତା ମଇଦାନଠାରେ ଉଦ୍ଘାଟିତ ହୋଇଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରି କହିଥିଲେ,…
ଘୂର୍ଣ୍ଣିବଳୟ: ଆହୁରି ୨ ଦିନ ବର୍ଷିବ
ଭୁବନେଶ୍ୱର, ୮ା୨(ବ୍ୟୁରୋ): ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଗୁରୁବାର ରାତିରୁ ଆରମ୍ଭ ହୋଇ ଶୁକ୍ରବାର ଦିନତମାମ ବର୍ଷା ଲାଗି ରହିଥିଲା। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ…
ଭଙ୍ଗାଗଲା ମଣିପୁର ଭବନ
ପୁରୀ ଅଫିସ, ୮ା୨: ଶ୍ରୀମନ୍ଦିର ଚୌହଦିରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଏପ୍ରିଲ ସୁଦ୍ଧା ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ନକ୍ସା ଚୂଡ଼ାନ୍ତ ହେବାକୁ ରହିଛି। ତେଣୁ ଏହାକୁ ନଜରରେ ରଖି ଉଚ୍ଛେଦ କାର୍ଯ୍ୟକୁ ତ୍ୱରାନ୍ବିତ କରିଛି ଜିଲା ପ୍ରଶାସନ। ବର୍ଷା ସତ୍ତ୍ବେ…
କଳା, କଳାକାରଙ୍କ ଭୂମି ଓଡ଼ିଶା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୮ା୨(ବ୍ୟୁରୋ): ଯୁଗ ଯୁଗ ଧରି ଓଡ଼ିଶା ନିଜର ଉତ୍କୃଷ୍ଟ କଳାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିଆସିଛି। ବୌଦ୍ଧ ଯୁଗର କଳା ଐତିହ୍ୟ ଏବେ ବି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଶୋଭାପାଉଛି। ଐତିହାସିକ, ରାଜନୈତିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଆନ୍ଦୋଳନ ମାଧ୍ୟମରେ ରାଜ୍ୟର…
ମୃତ କର୍ମଚାରୀ ପରିବାରକୁ ମିଳିବ ଚତୁର୍ଥଶ୍ରେଣୀ ପଦବୀ
ଭୁବନେଶ୍ୱର, ୮ା୨ (ବ୍ୟୁରୋ): ସରକାରୀ ଚାକିରିରେ ଥାଇ ମୃତ୍ୟୁ ଘଟୁଥିବା କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରେ କେବଳ ଚତୁର୍ଥ ଶ୍ରେଣୀ ପଦବୀ ମିଳିବ। ଏନେଇ ରାଜ୍ୟରେ ପ୍ରଚଳିତ ଥିବା ଓଡ଼ିଶା ବେସାମରିକ ସେବା ନିୟମାବଳୀ-୧୯୯୦କୁ ରାଜ୍ୟ ସରକାର ସଂଶୋଧନ କରିଛନ୍ତି।…
Archives


