କରୋନା ଭାଇରସର ଔଷଧକୁ ନେଇ ଗବେଷଣା କରିବ ଏମ୍ସ!
ନୂଆଦିଲ୍ଲୀ,୧୧।୩: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)ର ଡାକ୍ତରମାନେ ଅଗାମୀ ଦିନରେ କରୋନା ଭାଇରସର ଔଷଧ ଓ ଟିକାକୁ ନେଇ ଗବେଷଣା କରିବେ ବୋଲି ଜଣାପଡିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍ଓ) ଯେଉଁ ନିର୍ଦ୍ଦେଶ ଜାରି କରିଛି ସେହି ଅନୁଯାୟୀ ଏମ୍ସର…
ଯୋଗୀ ଦେଖିବେ ବିକାଶ କାର୍ଯ୍ୟ: ହଠାତ୍ ଯେ କୌଣସି ଜିଲାରେ ଓହ୍ଲାଇବ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର
ଲକ୍ଷ୍ନୌ,୧୦।୩ : ଚଳିତ ମାସରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ୩ ବର୍ଷର ଶାସନ ପୂରା କରିବେ। ଇତିମଧ୍ୟରେ ରାଜ୍ୟରେ ବିକାଶ ଯୋଜନା ଉପରେ ସରକାର ଗୁରୁତ୍ୱ ଦେଇଆସିଛନ୍ତି। ଆଉ ୨ ବର୍ଷ ପରେ ସରକାରଙ୍କୁ ବିଧାନସଭା ନିର୍ବାଚନର ସମ୍ମୁଖୀନ…
ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ମହାକାଳୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ
ପୁରୁଷୋତ୍ତମପୁର,୧୦ା୩(ଡି.ଏନ୍.ଏ.)- ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହୋଇଯାଇଛି। ହୋଲି ସତ୍ତ୍ୱେ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ୧୧୩୨ ଜଣ ଶିଶୁଙ୍କ ମୁଣ୍ଡନ ହୋଇଛି। ମୁଣ୍ଡନ ଶାଳାରେ ନିୟୋଜିତ ବାରିକମାନେ…
ବୁଧବାରରୁ ବର୍ଷା: ୮ଜିଲାକୁ ୟେଲୋ ଓ୍ବାର୍ନିଂ, ବଜ୍ରପାତ ନେଇ ସତର୍କ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୦।୩(ବ୍ୟୁରୋ): ଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା, ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ବିଶେଷକରି ବୁଧବାର ୮ଜିଲା ପାଇଁ ୟେଲୋ…
ଚୈତ୍ର ଯାତ୍ରାକୁ ନେଇ ଝଲସୁଛି ତାରାତାରିଣୀ ମନ୍ଦିର: ଫଟୋ ଶେୟାର କଲେ ମୁଖ୍ୟମନ୍ତ୍ରୀ
ଛତ୍ରପୁର, ୧୦ା୩(ଡିଏନଏ)-ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହୋଇଯାଇଛି। ଏଥିପାଇଁ ସୋମବାର ରାତିରୁ ମନ୍ଦିରକୁ ଆଲୋକ ମାଳାରେ ସଜେଇ ଦିଆଯାଇଥିଲା। ଏହି ଭକ୍ତିମୟ ପରିବେଶର ୮ ଫଟୋକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କ ଫେସ୍ବୁକ ଓ ଟୁଇଟର ଆକାଉଣ୍ଟରେ…
ଜାଲ ନୋଟ କାରବାର: ୨ଜଣଙ୍କୁ ଗିରଫ କଲା ଆଦର୍ଶ ଥାନା ପୋଲିସ
ଖୋର୍ଦ୍ଧା ଅଫିସ,୧୦।୩: ଜାଲ ନୋଟ କାରବାର ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ମଙ୍ଗଳବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ଗତ କିଛିଦିନ ଧରି ଖୋର୍ଦ୍ଧା ସହରରେ ଜାଲ ନୋଟ କାରବାର ହେଉଥିବା ନେଇ ଅଭିଯୋଗ ହୋଇ…
ହୋଲି ଖେଳସାରି କାଠଯୋଡ଼ିରେ ଗାଧୋଇବା ବେଳେ ବାଳକ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି
ନରାଜ,୧୦।୩ (ଡି.ଏନ୍.ଏ.): ହୋଲିରେ ରଙ୍ଗ ଖେଳି ଗାଧୋଇବା ବେଳେ କଟକ ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ବ୍ୟାରେଜ ଅରିଲ ଗ୍ରାମ ନିକଟ କାଠଯୋଡ଼ି ନଦୀରେ ବୁଡି ମଙ୍ଗଳବାର ଜଣେ ବାଳକ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଭୁବନେଶ୍ୱରର ଏକ ଘରୋଇ…
ହୋଲି ଛାଡ଼ି ଡ୍ରେନ୍ ସଫା କଲେ ଯୁବଗୋଷ୍ଠୀ
ଭଞ୍ଜନଗର,୧୦।୩(ଡି.ଏନ୍.ଏ.): ଭଞ୍ଜନଗର ବ୍ଲକ ଲଣ୍ଡେଇସାହିର ଯୁବଗୋଷ୍ଠୀ ମଙ୍ଗଳବାର ହୋଲି ଉତ୍ସବକୁ ଭୁଲି ଡ୍ରେନ୍ ସଫେଇ କରିଥିଲେ। ଲଣ୍ଡେଇସାହି ମୁଖ୍ୟରାସ୍ତା କଡ଼ ଡ୍ରେନରେ ମଇଳା ଭରି ରହିଥିବା ବେଳେ ପଞ୍ଚାୟତ ପକ୍ଷରୁ ଡ୍ରେନ ନିୟମିତ ସଫେଇ କରିବା କୌଣସି ବ୍ୟବସ୍ଥା ନାହିଁ। ତେଣୁ…
ଦଳ ବିରୋଧୀ କାର୍ଯ୍ୟ ପାଇଁ ଜ୍ୟୋତିରାଦିତ୍ୟ କଂଗ୍ରେସରୁ ବହିଷ୍କୃତ
ନୂଆଦିଲ୍ଲୀ,୧୦।୩: ମଧ୍ୟପ୍ରଦେଶରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବହିଷ୍କାର କରାଯାଇଛି। ଏନେଇ କଂଗ୍ରେସର ବରିଷ୍ଠ ସଦସ୍ୟ କେ.ସି. ବେଣୁଗୋପାଳ ସୂଚନା ଦେଇଛନ୍ତି। ଜ୍ୟୋତିରାଦିତ୍ୟ ନିଜ ଇସ୍ତଫା ଦେଇ ଏହାର ଏକ ଫଟୋ ନିଜ ଟୁଇଟର ହ୍ୟାଣ୍ଡେଲର…
ଇମାମି ପେପର ମିଲ୍ ଗୋଦାମରେ ଅଗ୍ନିକାଣ୍ଡ
ବାଲେଶ୍ୱର ଅଫିସ,୧୦।୩: ବାଲେଶ୍ୱର ରେମୁଣାସ୍ଥିତ ଇମାମି ପେପର ମିଲ୍ ଗୋଦାମରେ ମଙ୍ଗଳବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭା କାର୍ଯ୍ୟରେ ୫ଟି ଦମକଳବାହିନୀ ସହ ଏନ୍ଡିଆର୍ଏଫ୍ର ଟିମ୍ ନିୟୋଜିତ ହୋଇଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରିନାହିଁ।
ହୋଲି ପରେ ଗାଧୁଆ: କାଠଯୋଡ଼ିରେ ବୁଡ଼ି ଦୁଇ ବାଳକ ମୃତ
କଟକ ଅଫିସ/କଟକ ସଦର(ଡି.ଏନ୍.ଏ.),୧୦।୩: କଟକ ନିକଟ ୪୨ମୌଜାର କାଠଯୋଡ଼ି ନଦୀରେ ବୁଡି ମଙ୍ଗଳବାର ଦୁଇ ବାଳକଙ୍କ ମୃତ୍ୟୁ ହୋଇଛି। ମୃତକଦ୍ବୟ ହେଲେ ନିଶାନ୍ତ ପାଢ଼ୀ ଏବଂ ଶୁଭମ କୁମାର ବେହେରା। ଉଭୟଙ୍କ ଘର ନେତାଜୀ ନଗର ହୋଇଥିବା ବେଳେ ସେମାନେ ଅଷ୍ଟମ…
କେରଳରେ ୧୨ କରୋନା ସଂକ୍ରମିତ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ଶିକ୍ଷାନୁଷ୍ଠାନ
ଥିରୁଭାନନ୍ତପୁରମ,୧୦।୩: କରୋନା ଭାଇରସରେ ସଂକ୍ରମିତ ୬ ରୋଗୀ ଚିହ୍ନଟ ହେବା ପରେ ଏବେ କେରଳରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧୨ରେ। ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୭ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଲାସ ଓ ପରୀକ୍ଷାକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ…
Archives


