Posted inଖେଳ

ଏସିଆନ୍‌ କପ୍‌ ଫୁଟବଲ: ୨୦୨୭ ବିଡ୍‌ ଦାଖଲ ଡେଡ୍‌ଲାଇନ ଘୁଞ୍ଚିଲା

ହଂକଂ, ୨।୪(ଏଏଫ୍‌ପି): କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ୨୦୨୭ ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟର ଆୟୋଜନ ନେଇ ପ୍ରିଲିମିନାରୀ ବିଡ୍‌ ଦାଖଲର ଡେଡ୍‌ ଲାଇନ୍‌ ତଥା ଶେଷ ତାରିଖକୁ ଘୁଞ୍ଚାଇବାକୁ ଏଏଫ୍‌ସି ନିଷ୍ପତ୍ତି ଗ୍ରହଣ କରିଛି। ଏଥିପାଇଁ ମାର୍ଚ୍ଚ ୩୧ ଶେଷ ତାରିଖ ଥିଲା। ତେବେ ଏହାକୁ ୩ ମାସ ଅର୍ଥାତ୍‌ ଜୁନ୍‌ ୩୦କୁ ଘୁଞ୍ଚାଇ ଦିଆଯାଇଛି ବୋଲି ଗୁରୁବାର ଏଏଫ୍‌ସି ଘୋଷଣା କରିଛି।
କୋଭିଡ-୧୯ ମହାମାରୀର ରୂପ ନେଇଥିତ୍ବାରୁ ଆମକୁ ଏପରି ନିଷ୍ପତ୍ତି ନେବାକୁ ହେଲା ବୋଲି ଏଏଫ୍‌ସି କହିଛି। ଏହି ଭାଇରସ ଦ୍ୱାରା ବିଶ୍ୱର ପ୍ରାୟ ସବୁ ଦେଶ ପ୍ରଭାବିତ ହୋଇଛନ୍ତି। ଏପରି ସ୍ଥଳେ ବିଡ୍‌ ଦାଖଲ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସ୍ବାଭାବିକ୍‌। ତାରିଖ ଘୁଞ୍ଚାଯାଇଥିବାରୁ ସଭ୍ୟ ଦେଶମାନେ ବିଡ୍‌ ଦାଖଲ ପାଇଁ ଆବଶ୍ୟକୀୟ ସମୟ ପାଇବେ। ଉଲ୍ଲେଖଥାଉ କି, ଚାଇନା ୨୦୨୩ରେ ପରବର୍ତ୍ତୀ ଏସିଆନ୍‌ କପ୍‌ ଆୟୋଜନ କରିବ। ତେବେ ୨୦୨୭ ଇଭେଣ୍ଟ ବିଡ୍‌ ଦାଖଲ ଦୌଡରେ ସୌଦୀ ଆରବ ସବୁଠାରୁ ଆଗରେ ଥିବା ପରି ମନେ ହେଉଛି। କରୋନା ଭାଇରସ୍‌ କାରଣରୁ ୨୦୨୩ ଏସିଆନ କପ୍‌ ପାଇଁ କ୍ୱାଲିଫାଇଙ୍ଗ୍‌ ଟୁର୍ନାମେଣ୍ଟଗୁଡିକୁ ସ୍ଥଗିତ ରଖାଯାଇଛି। ୨୦୨୨ ଫିଫା ବିଶ୍ୱକପ୍‌ ଏଥର କାତାରରେ ଆୟୋଜନ ହେବ। କାତାର ମଧ୍ୟ ୨୦୧୯ ଏସିଆନ୍‌ କପ୍‌ ଟାଇଟଲ ହାସଲ କରିଥିଲା। ଏଥିରେ ଅଂଶଗ୍ରହଣକାରୀ ଦଳ ସଂଖ୍ୟାକୁ ୧୬ରୁ ୨୪କୁ ବୃଦ୍ଧି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

Gen-Zଙ୍କୁ ବଡ଼ ବାର୍ତ୍ତା ଦେଲେ ମୋଦି

ଭଦୋଦରା,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟର ଭଦୋଦରାରେ ପହଞ୍ଚିଥିଲେ। ସେଠାରେ ସେ ଗୁଜରାଟ ଏବଂ ମଧ୍ୟପ୍ରଦେଶ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଉଦଘାଟନ…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ୩୭୫ କେଜି ଜବତ କଲା ଅଡବା ପୋଲିସ

ମୋହନା,୮।୯( ମନ୍ମଥ ମିଶ୍ର ): ଅଡବା ପୋଲିସକୁ ପୁଣି ସଫଳତା ମିଳିଛି । ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଅଡବା ପୋଲିସର ପାଟ୍ରୋଲିଂ…

ଚୁଗୁଲି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ୬୭ ବର୍ଷୀୟା ମହିଳା: କରିସାରିଲେଣି ୨ ଘର, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ପଡ଼ୋଶୀଙ୍କ ଘରର ଖବର ରଖିବା କିମ୍ବା ଗାଁ-ସାହିରେ ଚୁଗୁଲି କରିବାକୁ ସାଧାରଣତଃ ସମୟ ନଷ୍ଟ ବୋଲି କୁହାଯାଏ। କିନ୍ତୁ କଲମ୍ବିଆର ଜଣେ ୬୭ ବର୍ଷୀୟ ବୃଦ୍ଧା ଏହି…

ଘରୁ ଆସୁଥିଲା ଦୁର୍ଗନ୍ଧ ଯାଇଁ ଦେଖିଲା ବେଳକୁ ପଡ଼ିଛି….

ବେଲପାହାଡ଼, ୮/୯ (ସୁବାସ ପ୍ରଧାନ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ମହିଜୋର ଅଞ୍ଚଳର ଏକ ଘର ଭିତରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ସ୍କୁଲରେ ଚାଞ୍ଚଲ୍ୟ; ପାଇଖାନାରୁ ମିଳିଲା ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତଦେହ

ଲକ୍ଷ୍ନୌ,୮।୯: ଉତ୍ତରପ୍ରଦେଶର ମବାନା ଅଞ୍ଚଳର ଏକ ଘରୋଇ ସ୍କୁଲରେ ଘଟିଛି ଦୁଃଖଦ ଘଟଣା। ସପ୍ତମ ଶ୍ରେଣୀର ୧୩ ବର୍ଷୀୟ ଛାତ୍ର କୁନାଲ ଶର୍ମାଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ…

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ଦିଲ୍ଲୀ ଆସିବା ପୂର୍ବରୁ ଭାରତର ଖୁବ ପ୍ରଶଂସା କଲା ଇରାନ, କହିଲା…

ତେହରାନ,୮।୯: ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ, ତେହରାନ ଭାରତ ସହିତ ଏହାର ସମ୍ପର୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri