Home

ମାଲକାନଗିରିରେ ଆଉ ୨ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୫୧କୁ ବୃଦ୍ଧି

ମାଲକାନଗିରି,୨୦ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶନିବାର ପୁଣି ୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧କୁ ବୃଦ୍ଧି ପାଇଛି। ଆକ୍ରାନ୍ତ ଦ୍ୱୟ ମାଲକାନଗିରି ବ୍ଲକ ଅନ୍ତର୍ଗତ ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହୁଥିଲେ ଓ ଉଭୟ ତେଲେଙ୍ଗାନା…

କରୋନା ଚିକିତ୍ସା ପାଇଁ ଆସିଲା ଔଷଧ: ଦାମ ମାତ୍ର ୧୦୩ ଟଙ୍କା

ନୂଆଦିଲ୍ଲୀ,୨୦।୬: ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ କମ୍ପାନୀ କରୋନାରେ ସାମାନ୍ୟ ଭାବେ ପୀଡ଼ିତ ରୋଗୀଙ୍କ ଚିକିତ୍ସା ପାଇଁ ଏକ ଆଣ୍ଟିଭାଇରାଲ ଔଷଧ ଆଣିଛନ୍ତି। ଫାଭିପିରାଭିର(Favipiravir) ଆଣ୍ଟିଭାଇରାଲ ଔଷଧକୁ ଫାଭିଫ୍ଲୁ ବ୍ରାଣ୍ଡ ନାମରେ ଲଞ୍ଚ କରାଯାଇଛି। କମ୍ପାନୀ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। କମ୍ପାନୀ…

ଓଲିଉଡ୍‌ ଅଭିନେତ୍ରୀ ଦୀପା ସାହୁ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଓଡ଼ିଆ ଆଲବମ୍‌ କୁଇନ୍‌ ତଥା ଓଲିଉଡ୍‌ ଅଭିନେତ୍ରୀ ଦୀପା ସାହୁ ଅସୁସ୍ଥ। ତାଙ୍କୁ ଶନିବାର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଦୀପା ଓଡିଆ ଆଲବମ ଇଣ୍ଡଷ୍ଟ୍ରିର ଜଣାଶୁଣା ନାମ। ୯୦…

କୋଠରିରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ଯୁବକ ଗିରଫ; ହତ୍ୟା ଅଭିଯୋଗ ଆଣିଲେ ବାପା

ବ୍ରହ୍ମପୁର ଅଫିସ,୨୦ା୬: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ମୁକ୍ତେଶ୍ୱର ନଗରରେ ରହୁଥିବା ଜଣେ ନାବାଳିକାଙ୍କ ମୃତଦେହ ପୋଲିସ ଏକ କୋଠରିରୁ ଶନିବାର ଉଦ୍ଧାର କରିଛି। ନାବାଳିକାଙ୍କୁ ଗତ ମାର୍ଚ୍ଚ ମାସରେ ଜରଡ଼ା ଥାନା ଅନ୍ତର୍ଗତ ଖାରିଆଗୁଡା ଆଲୋକ ମହାରଣା…

ସୁଶାନ୍ତଙ୍କ ଆତ୍ମହତ୍ୟା ପରଠାରୁ ତାଙ୍କ ଭିଡିଓ ଦେଖୁଥିଲେ ପ୍ରଶଂସକ: ଶେଷରେ ହାରିଲେ ଜୀବନ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପ୍ରଶଂସକମାନେ ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରୁଛନ୍ତି। ଏବେ ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଛନ୍ତି। ସେ ହେଲ ବିଶାଖାପାଟଣାର ୨୧ ବର୍ଷୀୟା ମହିଳା । ସୁଶାନ୍ତଙ୍କ ମୃତ୍ୟୁ ଖବରକୁ…

ଏହି ୫ କଥା ପ୍ରତି ଗୁରୁତ୍ୱ ଦେଲେ ମିଳିବ ସାଥୀଙ୍କ ଭରପୂର ପ୍ରେମ, ଜୀବନ ହୋଇଉଠିବ ମଧୁମୟ

ସାମାନ୍ୟ କଥାକୁ ନେଇ ମଧ୍ୟ ବେଳେ ବେଳେ ଦାମ୍ପତ୍ୟ ଜୀବନରେ ଝଡ଼ ଆସିଥାଏ। ପରିଶେଷରେ ଏହି ଝଡ଼ ଉଗ୍ର ରୂପ ଧାରଣ କରିଥାଏ। ଏପରିକି ବିଚ୍ଛେଦ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ। ମାତ୍ର ସମ୍ପର୍କକୁ ସୁଦୃଢ଼ କରିବା କୌଣସି ଯାଦୁଗରି କଥା…

ଚାଇନାର ଚେତାବନୀ: ୨୦ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିବ କରୋନା ଭୂତାଣୁ

ବେଜିଂ, ୨୦।୬: କରୋନା ସଂକ୍ରମଣ ନେଇ ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ଏପରିସ୍ଥଳେ ଚାଇନାର ମହାମାରୀ ବିଶେଷଜ୍ଞ ଲି ଲାନଜୁଆନ୍‌ ଚେତାବନୀ ଦେଇଛନ୍ତି ଯେ, ମାଇନସ୍‌ ୨୦ ଡିଗ୍ରୀ ତାପମାତ୍ରା ମଧ୍ୟରେ କରୋନା ଭୂତାଣୁ ୨୦ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିପାରିବ। ମାଇନସ୍‌…

ଚାଇନା ଉତ୍ପାଦ ବ୍ୟବହାର ନ କରିବାକୁ ଚାହୁଁଛନ୍ତି ୮୭ ପ୍ରତିଶତ ଭାରତୀୟ

ନୂଆଦିଲ୍ଲୀ, ୨୦।୬: ଗଲଓ୍ବାନ ଘାଟିରେ ୨୦ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏନେଇ ଭାରତୀୟଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବାରେ ଲାଗିଛି। ଚାଇନାକୁ ଆର୍ଥିକ କ୍ଷେତ୍ରରେ ଦୁର୍ବଳ କରିବା ଲାଗି ୮୭ ପ୍ରତିଶତ ଭାରତୀୟ କୌଣସି ଚାଇନା ଉତ୍ପାଦ ଏକବର୍ଷ ପର୍ଯ୍ୟନ୍ତ…

ଭୁବନେଶ୍ୱରରେ ମାଡ଼ିବାରେ ଲାଗିଲାଣି କରୋନା: ଆଉ ୧୯ ପଜିଟିଭ୍‌ ଚିହ୍ନଟ; ଅଛି ୧୫ ଲୋକାଲ୍‌ କେସ୍‌

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ଅଞ୍ଚଳରେ ଶନିବାର ଆଉ ୧୯ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୪ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ କେସ୍‌ ଥିବା ବେଳେ ୧୫ ଲୋକାଲ କେସ୍‌ ରହିଛି। ସେହିଭଳି ୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ବିଏମ୍‌ସି…

୨୬/୧୧ ମୁମ୍ବାଇ ଆକ୍ରମଣ ଷଡ଼ଯନ୍ତ୍ରକାରୀ ତହଓ୍ବୁର ରାଣା ଗିରଫ: ଭାରତକୁ ପ୍ରତ୍ୟର୍ପଣର ହେବ ବିଚାର

ଲସ୍‌ ଏଞ୍ଜେଲସ୍‌/ ନୂଆଦିଲ୍ଲୀ, ୨୦।୬: ମୁମ୍ବାଇ ୧୬/୧୧ ଆକ୍ରମଣର ଷଡ଼ଯନ୍ତ୍ରକାରୀ ତହଓ୍ବୁର ରାଣାଙ୍କୁ ଲସ୍‌ ଏଞ୍ଜେଲସ୍‌ ପୋଲିସ ଗିରଫ କରିଛି। ମୂଳ ପାକିସ୍ତାନୀ ରାଣା କାନାଡ଼ାରେ ରହି ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନକୁ ସହାୟତା ଯୋଗାଉଥିଲେ। ସେ ଗତ ୧୪ ବର୍ଷ ଧରି…

୨୯ ମହଲାରୁ ଖସି ଜୀବିତ ଚାଇନାର ୩ ବର୍ଷର ଶିଶୁ

କଥାରେ ଅଛି ରଖେ ହରି, ମାରେ କିଏ। ଏହାକୁ ସତ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ଚାଇନାର ଜଣେ ୩ ବର୍ଷର ଶିଶୁ। ଶିଶୁଟି ୨୯ ମହାଳା ବିଶିଷ୍ଟ ଏକ ଆପାର୍ଟମେଣ୍ଟରୁ ତଳକୁ ଖସିପଡ଼ିଥିବା ବେଳେ ଏବେ ସେ ଜୀବିତ ଅଛନ୍ତି।…

କରୋନା ଯୋଗୁ ଛଟେଇ: ମାସକୁ ୬ ଲକ୍ଷ ଟଙ୍କା ଆୟ କରୁଥିବା ପାଇଲଟ ଏବେ ଡେଲିଭରି ବୟ

କରୋନା ସଂକ୍ରମଣ ଭୟାବହତାକୁ ଦୃଷ୍ଟିରେ ରଖି ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି କାରଣରୁ ଅଧିକାଂଶ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ବେରୋଜଗାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେଣୁ ଚାକିରି ହରାଉଥିବା ଅଧିକାଂଶ ଲୋକେ ପେଟ ପୋଷିବା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri