Posted inଜାତୀୟ

ଆସାମ ବନ୍ୟା ମୃତ୍ୟୁସଂଖ୍ୟା ୭୧କୁ ବୃଦ୍ଧି

ଗୁଆହାଟୀ,୧୭ା୭(ଆଇଏଏନ୍‌ଏସ୍‌):ଆସାମରେ ବନ୍ୟା ସ୍ଥିତି ସଙ୍ଗିନ୍‌ ରହିଛି। ଗୁରୁବାର ଆଉ ୫ ଜଣଙ୍କ ମୃତ୍ୟୁ ଘଟିବା ଫଳରେ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୭୧ରେ ପହଞ୍ଚତ୍ଛି। ୨୭ ଜିଲାରୁ ପ୍ରାୟ ୪୦ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହାବ୍ୟତୀତ ବନ୍ୟାରେ ୭୬ ବନ୍ୟ ପ୍ରାଣୀଙ୍କ ମୃତ୍ୟୁ ହେବା ସହ ୧୨୧ ପ୍ରାଣୀଙ୍କୁ ଉଦ୍ଧାର କରାଯାଇଛି। ୨,୨୦୦ରୁ ଊର୍ଦ୍ଧ୍ୱ ଗଣ୍ଡାଙ୍କ ବାସସ୍ଥାନ ବିଶ୍ୱପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନର ୯୫ ପ୍ରତିଶତ ଜଳାର୍ଣ୍ଣବ ହୋଇଛି। ମାସେରୁ ଊର୍ଦ୍ଧ୍ୱ ସମୟ ହେଲା ଆସାମର ସୋନିତପୁର, ବିଶ୍ୱନାଥ, ତିନସୁକିଆ, ଲକ୍ଷ୍ମୀପୁର, ବୋଙ୍ଗାଇଗାଁଓ, କାମରୂପ, ଗୋଲାଘାଟ, ଶିବସାଗର, ମୋରିଗାଁଓ, ଧୁବ୍ରି, ନାଗାଓଁ, ନାଲବାରୀ, ବରପେଟା, ଧେମାଜି, ଟଦଲଗୁରି, ଗୋଲପରା ଓ ଦିବ୍ରଗଡ଼ ଜିଲା ବନ୍ୟାପ୍ଳାବିତ ହୋଇଥିବାବେଳେ ୭୧ ଜଣଙ୍କ ଜୀବନ ଯାଇଛି। ଏହାବ୍ୟତୀତ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇ ଅନ୍ୟ ୨୬ ଜଣ ପ୍ରାଣ ହରାଇଛନ୍ତି। ବ୍ରହ୍ମପୁତ୍ର ସମେତ ୭ରୁ ଅଧିକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ୩,୨୧୮ ଗଁା ପାଣି ଘେରରେ ରହିଥିବାବେଳେ ୧,୩୧,୩୬୮ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଛି। ୨୫ ଜିଲାର ୭୪୮ ରିଲିଫ୍‌ କ୍ୟାମ୍ପ୍‌ରେ ୫୦ ହଜାର ଲୋକ ଆଶ୍ରୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରକୁ ଅକ୍ସିଜେନ ଯୋଗାଇଲେ ମୁକେଶ ଅମ୍ବାନୀ

ମୁମ୍ବାଇ, ୧୫ା୪- କରୋନା ସହ ଲଢ଼େଇରେ ମହାରାଷ୍ଟ୍ରକୁ ଅକ୍ସିଜେନ ଦରକାର ଥିବାବେଳେ ସାହାଯ୍ୟର ହାତ ବଢ଼ାଇଛନ୍ତି ମୁକେଶ ଅମ୍ବାନୀ। ରିଲାଏନ୍ସ ରିଫାଇନାରିରୁ ଉତ୍ପାଦିତ ଅକ୍ସଜେନକୁ ମହାରାଷ୍ଟ୍ରକୁ...

ପ୍ରଦୂଷଣ ଲକଡାଉନ୍‌ ପାଇଁ ସରକାର ପ୍ରସ୍ତୁତ, ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ…

ନୂଆଦିଲ୍ଲୀ,୧୫।୧୧: ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ବାୟୁ ପ୍ରଦୂଷଣ ପାଇଁ ସରକାର ଲକଡାଉନ୍‌ ଲାଗି ପ୍ରସ୍ତୁତ ହେଉଛନ୍ତି। ଏସମ୍ପର୍କିତ ଏକ ସତ୍ୟପାଠ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଓ୍ବାଲଙ୍କ...

ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ

ନୂଆଦିଲ୍ଲୀ,୨୪।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ କଂଗ୍ରେସ ୩୦ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳର ସଭାପତି ସୋନିଆ...

ମୁଁ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲୁଛି: ରାହୁଲ ଗାନ୍ଧୀ

ଜୟପୁର,୧୯।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜାରି ରହିଛି। ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରା ସୋମବାର ଅଲଓ୍ବାର ଜିଲାରେ ପ୍ରବେଶ କରିଥିଲା। ଏହି ଅବସରରେ ସେଠାରେ...

ରାଜ୍ୟରେ ୨ ନୂଆ ଜିଲା ଘୋଷଣା କରିବେ ମୁଖ୍ୟମନ୍ତ୍ରୀ

କୋଲକାତା,୨୮।୧୧: ପଶ୍ଚିମବଙ୍ଗରେ ସୁନ୍ଦରବନ ଏବଂ ବସିରହାଟବାସୀଙ୍କୁ ରାଜ୍ୟ ସରକାର ଏକ ଉପହାର ଭେଟି ଦେବାକୁ ଯାଉଛନ୍ତି। ବର୍ତ୍ତମାନ ସୁନ୍ଦରବନ ଏବଂ ବସିରହାଟ ଏହି ଦୁଇଟି ନୂଆ...

‘ଗାନ୍ଧୀ ପରିବାରରୁ କେହି ହେବେ ନାହିଁ ଅଧ୍ୟକ୍ଷ, କହିବାକୁ ସାହସ ଦରକାର’: ଅଶୋକ ଗେହଲୋଟ

ଜୟପୁର,୧୭ ।୧୦: କଂଗ୍ରେସ ଅଧ୍ୟକ୍ଷ ପଦର ନିର୍ବାଚନ ସୋମବାର ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ଅର୍ଥାତ୍ ରବିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ...

ସିସିଟିଭି ସଂଯୋଗ ନେଇ ହାଇକୋର୍ଟଙ୍କୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୨ା୪ : କୋର୍ଟ ପରିସରରେ ସିସିଟିଭି ଲଗାଇବା କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଆମିକସ୍‌ କ୍ୟୁରି ସିଦ୍ଧାର୍ଥ ଲୁଥ୍ରାଙ୍କ ନିକଟରେ ଦାଖଲ କରିବା ଲାଗି...

ସମାଜବାଦୀ ପାର୍ଟିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ଏମ୍‌ପି ଅନୁ ଟଣ୍ଡନ

ଲକ୍ଷ୍ନୌ,୨।୧୧-କଂଗ୍ରେସର ପୂର୍ବତନ ସାଂସଦ ଅନୁ ଟଣ୍ଡନ ସୋମବାର ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି। ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ...

Advertisement
Archives

Model This Week