ଏନ୍‌ସିଇଆର୍‌ଟି ବହିରେ କଳାହାଣ୍ଡି ଜିଲା ସମ୍ବନ୍ଧରେ ବିଭ୍ରାନ୍ତିକର ତଥ୍ୟ: ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଜଣାଇଲେ ଶକ୍ତିମନ୍ତ୍ରୀ

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଦ୍ବାରା ପଞ୍ଚମ ଶ୍ରେଣୀ ପରିବେଶୀୟ ପାଠ୍ୟ (ଇଭିଏସ୍‌) ପୁସ୍ତକରେ କଳାହାଣ୍ଡି ଜିଲା ସମ୍ପର୍କରେ ବର୍ଣ୍ଣନା ଦେବାକୁ ଯାଇ ଏହାକୁ ଦାରିଦ୍ର୍ୟ ଓ ଅନାହାରର ଭୂଖଣ୍ଡରୂପେ ଚିତ୍ରଣ କରାଯାଇଛି। ଏହା ବୁଦ୍ଧିଜୀବୀମାନଙ୍କ ଦୃଷ୍ଟିକୁ ଆସିବା ପରେ ସମଗ୍ର ଜିଲାରେ ଏହାକୁ ନେଇ ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଛି। ଏ ସମ୍ପର୍କରେ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କଙ୍କ ସହିତ ଫୋନ୍‌ ଯୋଗେ ଆଲୋଚନା କରିଛନ୍ତି। ସେ ତାଙ୍କ ଆଲୋଚନା ବେଳେ କଳାହାଣ୍ଡିର ପ୍ରକୃତ ଚିତ୍ର ଉପସ୍ଥାପନା ନ ହୋଇ ପାରିବା ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏହାଦ୍ବାରା ଗୋଟିଏ ଅଞ୍ଚଳର ଲୋକଙ୍କ ସ୍ବାଭିମାନ ପ୍ରତି ଉପହାସ ବୋଲି କହିଛନ୍ତି। ତେଣୁ ବଜାରରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରି ଆବଶ୍ୟକ ଏବଂ ଏହାର ସଂଶୋଧନ ଉପରେ ମନ୍ତ୍ରଣାଳୟ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଖରିଆଲ ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ମନ୍ତ୍ରୀ ମିଶ୍ର ଏନ୍‌ସିଇଆର୍‌ଟିର ନିର୍ଦ୍ଦେଶକ ହୃଷୀକେଶ ସେନାପତିଙ୍କ ସହ ମଧ୍ୟ କଥା ବାର୍ତ୍ତା କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଜ ବନାନୀ କାଟି ମୋରମ ଚାଲାଣ

ଚଣ୍ଡିଖୋଲ,୬ା୧(ଡି.ଏନ୍‌.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ଅସିଆ ପର୍ବତମାଳାର ଅଂଶବିଶେଷ ଧାଉଡିଆପଦା ପାହାଡ଼। ଏହି ପାହାଡ଼ର କୌଣସି ଅଂଶ ଲିଜ୍‌ ଦିଆଯାଇ ନ ଥିବା...

ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି,...

ସୁସ୍ଥ ହେଲେ ୮୨ ଆକ୍ରାନ୍ତ

ଭୁବନେଶ୍ୱର,୨୨।୩: ରାଜରେ ସୋମବାର ୮୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଏ ପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

ଗୁରୁବାର ଯାଏ ବନ୍ଦ ରହିବ ବ୍ୟାଙ୍କ୍‌

ଭୁବନେଶ୍ୱର,୧୯।୧୦: ରାଜ୍ୟରେ ମଙ୍ଗଳବାର ଏବଂ ବୁଧବାର ଦୁଇ ଦିନ ବନ୍ଦ ରହିବ ବ୍ୟାଙ୍କ୍‌ । ମୁସଲିମ ପର୍ବ ଇଦ-ମିଲାଦ ଏବଂ ହିନ୍ଦୁ ମହୋତ୍ସବ ‘ଗଜଲକ୍ଷ୍ମୀ ପୂଜା’କୁ...

ଆରମ୍ଭ ହେଲା ‘ଛାତ’ ଯୋଜନା

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ଭୂତଳ ଜଳ ଉପରେ ନିର୍ଭରତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିଯୋଗୁ ଭୂତଳ ଜଳସ୍ତର ହ୍ରାସ ପାଇଚାଲିଛି। ସହରାଞ୍ଚଳରେ ଏହି ସ୍ଥିତି ଉତ୍କଟ ହେଲାଣି।...

ଏପ୍ରିଲ ୨୫ରୁ ଆଇସିଏସ୍‌ଇ, ଆଇଏସ୍‌ସି ପରୀକ୍ଷା

ଭୁବନେଶ୍ୱର, ୪।୩(ବ୍ୟୁରୋ): ସିଆଇଏସ୍‌ସିଇ ଦ୍ୱାରା ପରିଚାଳିତ ଆଇସିଏସ୍‌ଇ(ଦଶମ) ଓ ଆଇଏସ୍‌ସି (ଦ୍ୱାଦଶ) ସେମିଷ୍ଟର-୨ ପରୀକ୍ଷା ଏପ୍ରିଲ ୨୫ରୁ ଆରମ୍ଭ ହେବ। ଦଶମ ପରୀକ୍ଷା ୨୫ରୁ ଆରମ୍ଭ...

କଟକରୁ ଆଜି ଆଉ ୨୨୭ ପଜିଟିଭ ଚିହ୍ନଟ

କଟକ ଅଫିସ,୩୦।୯-କଟକ ସହରରୁ ଆଜି ଆଉ ୨୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୨୯ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୯୮...

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି: ଗୃହ ଅଚଳ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ବେଳେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ଆଲୋଚନା...

Advertisement
Archives

Model This Week