Posted inଜାତୀୟ

ଭାଜପା ଶିବିରକୁ ଯାଇପାରନ୍ତି ଝାଡ଼ଖଣ୍ଡ କଂଗ୍ରେସ ବିଧାୟକ

ରାଞ୍ଚତ୍,୧୭ା୭:(ଆଇଏଏସ୍‌ଏସ୍‌):ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ରାଜନୈତିକ ସଙ୍କଟ ପରେ ଏବେ ଝାଡ଼ଖଣ୍ଡର କଂଗ୍ରେସ ବିଧାୟକମାନେ ଭାଜପା ଶିବିରକୁ ଡେଇଁପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଭାଜପା ଏବେ କଂଗ୍ରେସର କେତେଜଣ ବିଧାୟକଙ୍କୁ ନିଜ ପଟକୁ ନେବା ଲାଗି ଉଦ୍ୟମ ଚଳାଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ଝାଡ଼ଖଣ୍ଡ ମନ୍ତ୍ରୀ ରାମେଶ୍ୱର ଓରାଓଁ କହିଛନ୍ତି। ତେବେ ଭାଜପା ପକ୍ଷରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ପକାଇବା ପାଇଁ କଂଗ୍ରେସ ରଣକୌଶଳ ଆପଣାଉଥିବା ଭାଜପା କହିଛି। ରାଜ୍ୟ ସଭା ନିର୍ବାଚନ ବେଳେ ଭାଜପା କେତେଜଣ କଂଗ୍ରେସ ବିଧାୟକଙ୍କୁ କିଣିବା ପାଇଁ ଉଦ୍ୟମ କରିଥିଲା। ଏଥିପାଇଁ ସେମାନଙ୍କୁ ଟଙ୍କା ଓ ପଦବୀ ଯଚାଯାଇଥିଲା। ଗୈରିକ ଦଳ କ୍ରମାଗତ ଭାବେ କଂଗ୍ରେସ ବିଧାୟକଙ୍କୁ ପ୍ରଲୋଭନ ଦେଖାଇ ଚାଲିଥିବା ରାମେଶ୍ୱର ଅଭିଯୋଗ କରିଛନ୍ତି। କଂଗ୍ରେସ ମନ୍ତ୍ରୀଙ୍କ ଅଭିଯୋଗକୁ ଭାଜପା ଝାଡ଼ଖଣ୍ଡ ମୁଖପାତ୍ର ପ୍ରତୁଲ ସହଦେବ ଖଣ୍ଡନ କରିଛନ୍ତି। କଂଗ୍ରେସ ଝାଡ଼ଖଣ୍ଡ ସରକାରର ଅଂଶବିଶେଷ ହୋଇଥିବାରୁ ସେପରି କିଛି ଘଟିଲେ ସେମାନେ ଏତଲା ଦାଏର କରି ଘଟଣାର ତଦନ୍ତ କରାଇବା ଆବଶ୍ୟକ ବୋଲି ପ୍ରତୁଲ କହିଛନ୍ତି। ରାଜ୍ୟରେ କରୋନା ସ୍ଥିତି ଉଦ୍‌ବେଗଜନକ ସ୍ତରରେ ପହଞ୍ଚତ୍ଥିବାରୁ ଏହା ଉପରୁ ଲୋକଙ୍କ ନଜର ହଟାଇବା ପାଇଁ କଂଗ୍ରେସ ଏଭଳି ମିଥ୍ୟା ଅଭିଯୋଗ କରୁଥିବା ଭାଜପା ମୁଖପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କୁ ଫ୍ରି ଟିକେଟ ବୁକ କରିବାକୁ ଅପଶନ ଦେଲା ସ୍କୁଟ ଏୟାରଲାଇନ୍ସ, ୩୫ ଲୋକଙ୍କୁ ଛାଡି ଉଡିଯାଇଥିଲା ବିମାନ

ଅମୃତସର,୨୧ ।୧: ନିକଟରେ ସ୍କୁଟ ଏୟାରଲାଇନ୍ସର ଏକ ବିମାନ ୩୫ ଜଣ ଯାତ୍ରୀଙ୍କୁ ଛାଡି ଅମୃତସରରୁ ସିଙ୍ଗାପୁର ଅଭିମୁଖେ ଉଡିଯାଇଥିଲା । ଏହି ମାମଲାରେ ବେସାମରିକ...

ଏଣିକି ୮-୧୨ ସପ୍ତାହ ମଧ୍ୟରେ ଦିଆଯିବ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌

ନୂଆଦିଲ୍ଲୀ,୨୦।୩:ଭାରତରେ ଟିକାକରଣର ନିୟମ ସ୍ଥିର କରିବା ପାଇଁ ସରକାରଙ୍କ ଦ୍ୱାରା ଗଠିତ ଟାସ୍କ ଫୋର୍ସ ଏନ୍‌ଟିଏଜିଆଇ(NTAGI) କରୋନା ଟିକା କୋଭିଶିଲ୍ଡର ଦୁଇ ଡୋଜ ମଧ୍ୟରେ ଅବଧି...

ସ୍ପାଇସ୍‌ ଜେଟ୍‌ ବିମାନରୁ କରୋନା ସନ୍ଦେହରେ ଯାତ୍ରୀଙ୍କୁ ଓହ୍ଲାଇ ଦିଆଗଲା

ନୂଆଦିଲ୍ଲୀ,୧୩।୨: ସ୍ପାଇସ୍‌ ଜେଟ୍‌ ବିମାନରୁ କରେନା ସନ୍ଦେହରେ ଜଣେ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଛି। ବ୍ୟାଙ୍କକରୁ ଦିଲ୍ଲୀ ଆସୁଥିବା ଏସ୍ଜି-୮୮ ବିମାନରେ ଯାତ୍ରୀ ଜଣକ ଥିଲେ। ତାଙ୍କୁ...

ଟିକାକରଣରେ ଇତିହାସ ରଚିବ ଭାରତ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୧ ।୧୦: ଦେଶରେ କରୋନା ମହାମାରୀକୁ ଦୂରେଇବା ପାଇଁ ଦ୍ରୁତ ଗତିରେ ଚାଲିଛି ଟିକାକରଣ କାର୍ଯ୍ୟକ୍ରମ । ଏବେସୁଦ୍ଧା ଦେଶରେ ଏହି ଟିକାକରଣ ୯୫ କୋଟି...

ଯୋଗୀଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କଲେ ଅଖିଳେଶ

ଲକ୍ଷ୍ନୌ,୮।୨: ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ୨୪ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏଥିରେ ଗୋରଖପୁର (ସହରାଞ୍ଚଳ) ବିଧାନସଭା ନିର୍ବାଚନମଣ୍ଡଳୀରୁ ପୂର୍ବତନ ଭାଜପା ଉପସଭାପତି...

ବଦଳାଇ ଦିଅ ନିଷ୍ପତ୍ତି, ମୋଦିଙ୍କୁ ଆମେରିକୀୟ ଏମ୍‌ପିଙ୍କ ଅପିଲ

ନୂଆଦିଲ୍ଲୀ,୨୫।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇବାର ଗୋଟିଏ ଦିନ ପରେ ଶୁକ୍ରବାର...

୬୦ ଲକ୍ଷ ନିଯୁକ୍ତି କେଉଁଠୁ ଆସିବ

ନୂଆଦିଲ୍ଲୀ,୧୪ା୨: ୨୦୧୩-୧୪ରେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରେ କ୍ଷମତାସୀନ ହେଲେ ବର୍ଷକୁ ୨ କୋଟି ନିଯୁକ୍ତି ଦିଆଯିବ ବୋଲି ଭାଜପାର ନିର୍ବାଚନୀ ସଭାଗୁଡ଼ିକରେ...

ଦେଶରେ ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ, ୨୩।୯: ଆଗକୁ ପାର୍ବଣ ଋତୁ ଥିବାରୁ ଜନଗହଳି ସ୍ଥାନରେ ଟିଫିନ୍‌ ବକ୍ସରେ ଆଇଇଡି ରଖି ବିସ୍ଫୋରଣ କରାଇବାକୁ ଆଇଏସ୍‌ଆଇ ଯୋଜନା କରିଛି। ଏଥି ଲାଗି...

Advertisement
Archives

Model This Week