Posted inଜାତୀୟ

‘ମାଇଁ ଲର୍ଡ’ ନୁହେଁ, ‘ସାର୍‌’ ସମ୍ବୋଧନ କର

କୋଲକାତା,୧୭ା୭(ପି.ଟି.):କଲିକତା ହାଇକୋର୍ଟ ମୁଖ୍ୟ ବିଚାରପତି ଟିବିଏନ୍‌ ରାଧାକ୍ରିଷ୍ଣନ୍‌ ବିଚାର ବିଭାଗୀୟ ବ୍ୟବସ୍ଥାରେ ଏକ ନୂଆ ପରମ୍ପରା ଆରମ୍ଭ କରିଛନ୍ତି। ତାଙ୍କୁ ‘ମାଇଁ ଲର୍ଡ’ କିମ୍ବା ‘ଲର୍ଡଶିପ୍‌’ ପରିବର୍ତ୍ତେ ‘ସାର୍‌’ ସମ୍ବୋଧନ କରିବା ପାଇଁ ପଶ୍ଚିମବଙ୍ଗ ଓ ଆଣ୍ଡାମାନର ନ୍ୟାୟିକ ଅଧିକାରୀମାନଙ୍କୁ ଜଷ୍ଟିସ୍‌ ରାଧାକ୍ରିଷ୍ଣନ୍‌ ପରାମର୍ଶ ଦେଇଛନ୍ତି।
କଲିକତା ହାଇକୋର୍ଟ ମୁଖ୍ୟ ବିଚାରପତି ରାଧାକ୍ରିଷ୍ଣନ୍‌ ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ନିମ୍ନ ଅଦାଲତଗୁଡ଼ିକରେ ଥିବା ବିଚାରପତି ଏବଂ ନ୍ୟାୟିକ ଅଧିକାରୀମାନଙ୍କୁ ଏକ ପତ୍ର ଲେଖିଛନ୍ତି। ଏଥିରେ ସେ ଆଗ୍ରହ ପ୍ରକାଶ କରିଛନ୍ତି ଯେ ଏଣିକି ସମସ୍ତ ଜିଲାସ୍ତରୀୟ ବିଚାରପତିମାନେ ତାଙ୍କୁ ସବୁ ପ୍ରକାର ବିଚାର ବିଭାଗୀୟ ଓ ପ୍ରଶାସନିକ କାର୍ଯ୍ୟ ସମ୍ପର୍କିତ ଦସ୍ତାବିଜରେ ସାର୍‌ ସମ୍ବୋଧନ କରନ୍ତୁ। ସେ ‘ମାଇଁ ଲର୍ଡ’ କିମ୍ବା ‘ଲର୍ଡଶିପ୍‌’ ପରିବର୍ତ୍ତେ ତାଙ୍କୁ ‘ସାର୍‌’ ଡାକ ଶୁଣିବାକୁ ପସନ୍ଦ କରିବେ। ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ରାୟ ଚଟ୍ଟୋପାଧ୍ୟାୟ ମୁଖ୍ୟ ବିଚାରପତି ଥୋଟ୍ଟିଲ ବି. ନାୟାର ରାଧାକ୍ରିଷ୍ଣନ୍‌ଙ୍କ ଏହି ସନ୍ଦେଶକୁ ସମସ୍ତ କୋର୍ଟକୁ ପଠାଇଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟର ଏଏପି ମୁଖ୍ୟ ଗୋପଳ ଇଟାଲିଆଙ୍କୁ ଅଟକ ରଖିଛି ପୋଲିସ, ଏନସିଡବ୍ଲୁ କାର୍ଯ୍ୟାଳୟ ଆଗରେ କରୁଥିଲେ ପ୍ରଦର୍ଶନ

ନୂଆଦିଲ୍ଲୀ,୧୩ ।୧୦: ଦିଲ୍ଲୀ ପୋଲିସ ଗୁରୁବାର ଆମ ଆଦମୀ ପାର୍ଟି(ଏଏପି) ଗୁଜରାଟର ଅଧ୍ୟକ୍ଷ ଗୋପାଳ ଇଟାଲିଆଙ୍କୁ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ କାର୍ଯ୍ୟାଳୟ ନିକଟରୁ ନେଇ ଅଟକ...

ପ୍ରଥମ କରୋନା ଟିକା ନେଲେ ଏମ୍‌ପି ମହେଶ ଶର୍ମା, ବିଧାୟକ ରବୀନ୍ଦ୍ରନାଥ ଚାଟାର୍ଜୀ

ନୂଆଦିଲ୍ଲୀ,୧୬।୧: ଭାରତରେ ପ୍ରଥମ ଏମ୍‌ପିଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଗୌତମବୁଦ୍ଧନଗରର ଏମ୍‌ପି ଭାଜପା ନେତା ମହେଶ ଶର୍ମା ସ୍ବାସ୍ଥ୍ୟ କର୍ମୀ ଭାବେ କରୋନା ଟିକା ନେଇଛନ୍ତି। ଡ.ଶର୍ମା...

୧୩୧ତମ ସ୍ଥାନକୁ ଖସିଲା ଭାରତ

ନୂଆଦିଲ୍ଲୀ, ୧୭।୧୨: ଜାତିସଂଘର ମାନବ ବିକାଶ ସୂଚକାଙ୍କରେ ଭାରତ ଗୋଟିଏ ସ୍ଥାନ ତଳକୁ ଖସି ୧୩୧ରେ ରହିଛି। ମୋଟ ୧୮୯ଟି ଦେଶକୁ ନେଇ ଏହି ସୂଚକାଙ୍କ...

ସୋସିଆଲ ମିଡିଆ ପାଇଁ ବଞ୍ଚିଗଲେ ଯୁବକ

ନୂଆଦିଲ୍ଲୀ,୨୧।୧୦: ଫେସବୁକ୍‌ରେ ଲାଇଭ୍‌ ଷ୍ଟ୍ରିମିଂ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ୪୩ ବର୍ଷୀୟ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୋସିଆଲ ମିଡିଆ ପକ୍ଷରୁ ଇ-ମେଲ...

କରୋନା ଯୋଦ୍ଧାଙ୍କୁ ଅସମ୍ମାନ: ସଂକ୍ରମିତ ଡାକ୍ତରଙ୍କ ମୃତଦେହକୁ କବର ଦେବାକୁ ବିରୋଧ କଲେ ଲୋକେ

ଚେନ୍ନାଇ,୨୧।୪: ସାରା ବିଶ୍ୱ ଏବେ ଲଢୁଛି ଅଦୃଶ୍ୟ ଯୁଦ୍ଧରେ। ଆଉ ଏହାର ଯୋଦ୍ଧା ସାଜିଛନ୍ତି ଦ୍ୱିତୀୟ ଈଶ୍ୱର କୁହାଯାଉଥିବା ଡାକ୍ତର। ହେଲେ ଯେତେବେଳେ ଏହି ଯୋଦ୍ଧାଙ୍କ...

ମୋରବି ଘଟଣା ଦୋଷୀଙ୍କ ବିରୋଧରେ ହେଉ ଇଡି-ସିବିଆଇ କାର୍ଯ୍ୟାନୁଷ୍ଠାନ : ମମତା…

କୋଲକାତା,୨।୧୧ : ଗୁଜରାଟର ମୋରବିରେ ଘଟିଥିବା ଝୁଲାପୋଲ ଦୁର୍ଘଟଣା ଦେଶ ତଥା ବିଶ୍ୱକୁ ଥରାଇ ଦେଇଛି। ଯେତେବେଳେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଏହା ଉପରେ...

୩୮ ବର୍ଷ ହେବ ବିଜୁଳି ସଂଯୋଗ ନ ପାଇ ମନ୍ତ୍ରୀଙ୍କ ସାମ୍ନାରେ ବିଷ ପିଇଲେ ଚାଷୀ

ମୁମ୍ବାଇ,୧୮।୬: ମହାରାଷ୍ଟ୍ରର ଜଣେ ୩୯ ବର୍ଷୀୟ ଯୁବ ଚାଷୀ ବୁଲଦାନାଠାରେ ୨ଜଣ ମନ୍ତ୍ରୀଙ୍କ ସାମ୍ନାରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଈଶ୍ୱର ସୁପରାଓ...

ଲଦାଖରେ ପାଓ୍ବାର ଗ୍ରୀଡ୍‌ ଭଣ୍ଡୁର ପାଇଁ ହ୍ୟାକରଙ୍କ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୭ା୪: ଚାଇନା ଏହାର କଳାକାରନାମାରୁ ନିବୃତ୍ତ ହେଉନାହିଁ। ଲଦାଖରେ ଏହାର କଳାକାରନାମା ଜାରି ରଖିଛି। ଏହା ମଧ୍ୟରେ ଚାଇନାର ହ୍ୟାକରମାନେ ଲଦାଖର ପାଓ୍ବାର ଗ୍ରୀଡକୁ ଭଣ୍ଡୁର...

Advertisement
Archives

Model This Week