୯.୫% ଖସିପାରେ ଜିଡିପି

ନୂଆଦିଲ୍ଲୀ,୧୭।୭: କରୋନା ଯୋଗୁ ବିଶ୍ୱବଜାର ଗଭୀର କ୍ଷତି ସାମ୍ନା କରୁଛି। ସାରା ବିଶ୍ୱରେ ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇପଡିଛି। ବର୍ତ୍ତମାନ ଶିଳ୍ପ ଜଗତ ଟ୍ରାକ୍‌କୁ ଫେରି ନ ଥିବା ବେଳେ ବଜାର କ୍ଷତିରେ ଚାଲିଛି। ପୂର୍ବରୁ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଭାରତୀୟ ଅର୍ଥ ବ୍ୟବସ୍ଥା ଚଳିତ ବର୍ଷ ମଧ୍ୟ ଗଭୀର କ୍ଷତି ସହିବ ବୋଲି ପୂର୍ବାନୁମାନ କରାଯାଇଛି। ରେଟିଂ ଏଜେନ୍ସି ଇକ୍ରାର ପୂର୍ବାନୁମାନ ମୁତାବକ ୨୦୨୦ରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି)୯.୫% ଖସିପାରେ। ଏହି ଏଜେନ୍ସି ପୂର୍ବରୁ କରିଥିବା ଅନୁମାନରେ କହିଥିଲା ଯେ, ଚଳିତ ବର୍ଷ ଭାରତର ଜିଡିପି ୫% ଖସିପାରେ। ହେଲେ ବଜାର ସ୍ଥିତି ସଙ୍ଗିନ ହୋଇଥିବାରୁ ପୂର୍ବରୁ ହୋଇଥିବା ଆକଳନକୁ ଏହା ପରିବର୍ତ୍ତନ କରିଛି। ଚଳିତ ବର୍ଷ କୃଷିକ୍ଷେତ୍ରରେ ଗ୍ରସ୍‌ ଭାଲ୍ୟୁ ଆଡେଡ୍‌(ଜିଭିଏ) ୩.୫-୪% ରହିପାରେ ବୋଲି ଏହା ରିପୋର୍ଟରେ ଉଲ୍ଲେଖ କରିଛି।
ଘରୋଇ ବଜାରରେ ବର୍ତ୍ତମାନ କରୋନା ସଂକ୍ରମଣ ହାର ଦ୍ରୁତ ହୋଇଛି। ଏଥିଯୋଗୁ ଦେଶ ମଧ୍ୟରେ ବିଭିନ୍ନ ରାଜ୍ୟ ଲକ୍‌ଡାଉନ ଅବଧିକୁ ବଢ଼ାଇବାକୁ ବାଧ୍ୟ ହେଉଛନ୍ତି। ମେ ଏବଂ ଜୁନ୍‌ ମାସରେ ସ୍ଥିତିରେ କିଛିଟା ସୁଧାର ଆସିବ ବୋଲି ଅନୁମାନ କରାଯାଉଥିଲା। ହେଲେ ସବୁ କିଛି ଟ୍ରାକ୍‌କୁ ଫେରିବା ବର୍ତ୍ତମାନ କଷ୍ଟକର ହେଉଛି। ଏଭଳି ବିଭିନ୍ନ ଜଟିଳ ପ୍ରସଙ୍ଗକୁ ବିଚାରକରି ଇକ୍ରା ନିଜର ଆକଳନରେ ହ୍ରାସ କରିଛି। ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ଜିଡିପି ୨୫% ହ୍ରାସ ହେବା ନେଇ ଏହା ଆଶଙ୍କା କରିଛି। ସେହିଭଳି ଦ୍ୱିତୀୟ ତ୍ରୈମାସରେ ୧୨.୪%, ତୃତୀୟ ତ୍ରୈମାସରେ ୨.୩% ଏବଂ ଚତୁର୍ଥ ତ୍ରୈମାସରେ ଜିଡିପି ୧.୩% ହ୍ରାସ ହେବା ନେଇ ଇକ୍ରା ଏହାର ରିପୋର୍ଟରେ ପୂର୍ବାନୁମାନ କରିଛି।
ଇକ୍ରାର ମୁଖ୍ୟ ଅର୍ଥନୀତିଜ୍ଞ ଆଦିତି ନାୟାର କହିଛନ୍ତି ଯେ, କରୋନା ସଂକ୍ରମଣ ମାମଲା ଗଭୀର ହେବାକୁ ଲାଗିଛି। ଏଥିଲାଗି ସୁରକ୍ଷା ଉପାୟ ଲମ୍ବା ସମୟ ଯାଏ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଅର୍ଥ ବ୍ୟବସ୍ଥାର ସ୍ଥିତିକୁ ବିଚାରକରି ପୂର୍ବରୁ ଭାରତ ବଜାର ଲାଗି ଯେଉଁ ପୂର୍ବାନୁମାନ କରାଯାଇଥିଲା ସେଥିରେ ପରିବର୍ତ୍ତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

Plane Crash: ମିଆମି ବିମାନବନ୍ଦରରେ ବଡ଼ ଦୁର୍ଘଟଣା; ୫ ମୃତ ୫ ଆହତ ଦେଖନ୍ତୁ Video

ଓ୍ବାଶିଂଟନ,୭।୯: ଆମେରିକାର ମିଆମି ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହା ଫଳରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ…

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ…

ବିହାରରେ ବନ୍ୟା: ୨୨ ଲକ୍ଷ ପ୍ରଭାବିତ

ପାଟନା,୭ା୯(ପି.ଟି.): ବିହାର ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ…

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri