୩୦ ପରିବାରକୁ ମିଳିଲା ବିଜୁଳି

ବଇଣ୍ଡା, ୧୭ା୭(ଡି.ଏନ.ଏ.)
ଅନୁଗୋଳ ଜିଲା କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ଜାମୁଖୋଳ ଗ୍ରାମରେ ବୁଧବାର ୩୦ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଏହାକୁ ନେଇ ସମ୍ପୃକ୍ତ ପରିବାର ଲୋକେ ଖୁସି ବ୍ୟକ୍ତି କରିଛନ୍ତି।
ସୂଚନାଯୋଗ୍ୟ ଯେ, ସୌଭାଗ୍ୟ ଯୋଜନାରେ ସାମିଲ ହୋଇ ମଧ୍ୟ ସମ୍ପୃକ୍ତ ୩୦ ପରିବାର ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍‌ରୁ ବଞ୍ଚିତ ଥିଲେ। ଏ ନେଇ ଗତ ୧୨ ତାରିଖରେ ‘ଧରିତ୍ରୀ’ରେ ‘ଖୁଣ୍ଟରେ ଝୁଲୁଛି ସୌଭାଗ୍ୟ’ ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଥିଲା। ଏ ନେଇ ଆଠମଲ୍ଲିକର ସାମାଜିକକର୍ମୀ ପ୍ରତାପ ମେହେର ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରିଥିଲେ। ଏହା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏପରିକି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମଧ୍ୟ ଉକ୍ତ ଗ୍ରାମକୁ ବିଦ୍ୟୁତ୍‌ ଯୋଗାଇବାକୁ ସେସୁ ଓ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ସେସୁ ଏସ୍‌ଡିଓ ସିପକ ଦାସ, କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ମାଝିଙ୍କ ସହ ଠିକା ସଂସ୍ଥା କର୍ମଚାରୀ ସମସ୍ତଙ୍କ ଘରେ ମିଟର ଲଗାଇ ଟ୍ରାନ୍ସଫର୍ମରରୁ ବିଦ୍ୟୁତ୍‌ ସଂଯୋଗ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ନେବେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି

କଟକ ଅଫିସ, ୧୩।୮: ଶପଥ ନେବେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି ଗୌରୀଶଙ୍କର ଶତପଥୀ ଏବଂ ଚିତ୍ତରଞ୍ଜନ ଦାସ। ଶନିବାର ଅପରାହ୍ନ ୩ଟା ୩୦ରେ...

କରଡି ଲାଗି ପଦା ହେଉଛି ବାଉଁଶ ଜଙ୍ଗଲ

ବାଲିମେଳା,୨୭ା୭(ଶିବଦତ୍ତ ସାହୁ): ଦିନକୁ ଦିନ ବାଉଁଶ ଗଜା(କରଡି)ର ଚାହିଦା ସ୍ଥାନୀୟ ଅଞ୍ଚଳରେ ବଢୁଛି। ଲୋକେ ଏଥିରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଉଥିବା ବେଳେ...

ସଂକଟରେ କାଠ ଶିଳ୍ପ: ଚିନ୍ତାରେ ଶ୍ରମିକ ପରିବାର

ବାଲେଶ୍ୱର ଅଫିସ,୧୨।୧୧- ବାଲେଶ୍ୱର ଜିଲାର କାଠ ଶିଳ୍ପ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ଥିବା ବିଭିନ୍ନ ବର୍ଗର ୧୨ଶହରୁ ଊର୍ଦ୍ଧ୍ୱ ଶ୍ରମିକ ପରିବାର...

ସମସ୍ୟାରେ ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ

ପାରାଦୀପ,୨୮ା୧୧(ସ୍ବ.ପ୍ର.): ଯୁବତୀ ଓ ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେବା ପାଇଁ ସରକାର ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ଆଇନ ଲାଗୁ କରୁଛନ୍ତି। କିନ୍ତୁ ରାଜ୍ୟରେ ଏମିତି...

ବିଦ୍ୟୁତ୍‌ ଆଲୋକ ଦେଖି ନ ଥିବା ଗାଁ ଗିରିଡ଼ିଆମ୍ବା

ନୟାଗଡ଼ ଅଫିସ/ଓଡ଼ଗାଁ,୧୭।୪(ସ୍ବ.ପ୍ର.): ଦେଶ ସ୍ବାଧୀନ ହେବାର ୭୬ ବର୍ଷ ବିତିବାକୁ ବସିଛି । ହେଲେ ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତର ଗିରିଡିଆମ୍ବା ଗାଁରେ...

ଥାନାରେ ଅଭିଯୁକ୍ତଙ୍କ ମୃତ୍ୟୁ: ସ୍ବାମୀଙ୍କୁ ମାରି ଦେଇଥିବା ଅଭିଯୋଗ ଆଣିଲେ ସ୍ତ୍ରୀ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ସ୍ଥାନୀୟ ବଡ଼ଗଡ଼ ଥାନାରେ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ମୃତକ ହେଲେ କପିଳପ୍ରସାଦ ଅଞ୍ଚଳର ଦେବେନ୍ଦ୍ର ଚୌଧୁରୀ। ରବିବାର ରାତିରେ...

ଷ୍ଟେଶନରେ ହଠାତ୍‌ ପହଞ୍ଚି ଚା’ ପିଇଲେ ରେଳ ମନ୍ତ୍ରୀ

ଝାରସୁଗୁଡା ଅଫିସ୍‌,୯।୧୧: ଓଡ଼ିଶା ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ସକାଳେ ଝରସୁଗୁଡା ରେଳ ଷ୍ଟେଶନରେ ପହଞ୍ଚି ଯାଞ୍ଚ କରିଛନ୍ତି। ପରେ ଝାରସୁଗୁଡାରେ...

ଅପରାଧୀ ପିନୁଙ୍କୁ ଏନ୍‌କାଉଣ୍ଟର କଲା ପୋଲିସ

ପୁରୀ,୨୪।୮(ଅଜିତ ମହାନ୍ତି): ପୁରୀ,୨୪।୮(ଅଜିତ ମହାନ୍ତି): ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ଶଙ୍କରେଶ୍ୱର ମନ୍ଦିର ନିକଟ ଜଙ୍ଗଲରେ ଗୁରୁବାର ଏନ୍‌କାଉଣ୍ଟର ହୋଇଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ...

Advertisement
Archives

Model This Week