Posted inଫୁରସତ

ଆନ୍ତର୍ଜାତିକ ନ୍ୟାୟ ଦିବସ: ବିଶ୍ୱରେ ଶାନ୍ତି, ସୁରକ୍ଷା ସୁନିଶ୍ଚିତ କରେ

ପ୍ରତିବର୍ଷ ଜୁଲାଇ ୧୭ ଆନ୍ତର୍ଜାତିକ ନ୍ୟାୟ ଦିବସ ଭାବେ ପାଳନ କରାଯାଇଥାଏ। ବିଶ୍ୱରେ ଏବେ ଅପରାଧକୁ ପ୍ରତିହତ କରିବା ପାଇଁ ନ୍ୟାୟ ପ୍ରକ୍ରିୟାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ସବୁ ପ୍ରକ୍ରିୟାଗୁଡିକୁ ଲୋକଲୋଚନକୁ ଆଣିବାକୁ ଏହି ଦିବସ ପ୍ରୟାସ କରିଥାଏ। ଏହାକୁ ମଧ୍ୟ ଇଣ୍ଟରନ୍ୟାଶନାଲ କ୍ରମିନାଲ ଜଷ୍ଟିସ ଡେ’ ଭାବେ ପାଳନ କରାଯାଏ। ୧୯୯୮ ଜୁଲାଇ ୧୭ରେ ଇଟାଲୀର ରୋମ୍‌ରେ ଇଣ୍ଟର୍‌ନ୍ୟାଶନାଲ କ୍ରିମିନାଲ କୋର୍ଟ ଷ୍ଟାଚ୍ୟୁ ବା ରୋମ ଷ୍ଟାଚ୍ୟୁ ବା ସମ୍ବିଧାନ ପ୍ରସ୍ତୁତ କରାଯାଇ ସେଥିରେ ଇଣ୍ଟରନ୍ୟାଶନାଲ କ୍ରିମିନାଲ କୋର୍ଟ (ଆଇସିସି) ର ଭିତ୍ତିଭୂମି ତଥା ପ୍ରଶାସନିକ ଢାଞ୍ଚା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ଏହି ଆଇନ ୨୦୦୨ ଜୁଲାଇ ୧ରେ କାର୍ଯ୍ୟକାରୀ ହୋଇଥିଲା ଓ ଏହା ବଳରେ ଇଣ୍ଟରନ୍ୟାଶନାଲ କ୍ରିମିନାଲ କୋର୍ଟ (ଆଇସିସି)ବା ଆନ୍ତର୍ଜାତିକ ଅପରାଧିକ ନ୍ୟାୟାଳୟ ତା କାର୍ଯ୍ୟ ଆରମ୍ଭ କରିଥିଲା। ୨୦୧୯ ନଭେମ୍ବର ସୁଦ୍ଧା ଏହାର ସଦସ୍ୟ ସଂଖ୍ୟା ୧୩୯ରେ ପହଞ୍ଚିଛି। ଏହାର ମୁଖ୍ୟାଳୟ ହଗ୍‌, ନେଦରଲ୍ୟାଣ୍ଡରେ ରହିଛି। ୨୦୧୦ ଜୁନ୍‌ ୧ରେ ଉଗାଣ୍ଡାର କମ୍ପାଲାରେ ରୋମ୍‌ ସମ୍ବିଧାନ ବା ଆଇନର ସମୀକ୍ଷା ସମ୍ମିଳନୀରେ ୧୭ ଜୁଲାଇକୁ ଆନ୍ତର୍ଜାତିକ ନ୍ୟାୟ ଦିବସ ଭାବେ ପାଳନ କରାଯିିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ସେବେଠାରୁ ଏହି ଦିବସ ପ୍ରତିବର୍ଷ ପାଳନ କରାଯାଇଆସୁଛି। ରୋମ ଷ୍ଟାଚ୍ୟୁକୁ ଏହି ଦିବସ ମନେପାକାଇଦିଏ। ଏହି ଦିବସ ଅପରାଧ ବିରୋଧରେ ଲଢେଇ ଜାରି ରଖିବା ଲାଗି ଲୋକମାନଙ୍କୁ ସଚେତନ କରେ। ଯୁଦ୍ଧପୀଡିତ, ମାନବିକତା ବିରୋଧରେ ସଂଘଠିତ ଅପରାଧ, ଅନ୍ୟ ଉପରେ ଆକ୍ରମଣ ଜନିତ ଅପରାଧ ତଥା ହତ୍ୟା ଶିକାର ହେଉଥିବା ଲୋକମାନଙ୍କୁୁ ନ୍ୟାୟ ଦେବା ଉପରେ ଏହି ଦିବସ ଗୁରୁତ୍ୱ ଦେଇ ଆସୁଛି।
ଆଇସିସି ଏବେ ୧୫୦ରୁ ଊର୍ଦ୍ଧ୍ୱ ଦେଶରେ ୨,୫୦୦୦ ସଂଗଠନ ଦ୍ୱାରା କାର୍ଯ୍ୟ କରି ପୀଡିତଙ୍କୁ ନ୍ୟାୟ ପ୍ରଦାନରେ ପ୍ରମୁଖ ଭୂମିକା ନିଭାଉଛି। ପ୍ରତିବର୍ଷ ଆନ୍ତର୍ଜାତିକ ନ୍ୟାୟ ଦିବସରେ ସାରା ବିଶ୍ୱରେ ଆଇସିସିକୁ ସମର୍ଥନ କରିବା ସହ ଆନ୍ତର୍ଜାତିକ ଅପରାଧିକ ନ୍ୟାୟକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ବିଶ୍ୱରେ ଏବେ ବିଭିନ୍ନ ପ୍ରକାର ଅପରାଧ ମୁଣ୍ଡ ଟେକିଲାଣି। ସାଇବର ଅପରାଧ ବି ଜଟିଳ ସମସ୍ୟା ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri