ଥାନାରେ ନାବାଳିକାଙ୍କୁ ବଳାତ୍କାର ମାମଲା: ହାଇକୋର୍ଟରେ ଜାମିନ ଆବେଦନ କଲେ ପୂର୍ବତନ ଆଇଆଇସି

କଟକ ଅଫିସ,୧୭।୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଭିତରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ପରେ ଗର୍ଭପାତ ଅଭିଯୋଗରେ ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ଗିରଫ ହୋଇଥିଲେ। ତଳ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ଏବେ ସେ ଏଥିପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଥାନାରେ ଜଣେ ୧୩ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଥିଲା। ଏନେଇ ରାଏବୋଗା ଥାନାରେ ଏକ ମାମଲା ରୁଜୁ ହୋଇଛି। ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଘଟଣାର ତଦନ୍ତ କରି ଗତ ୧ ତାରିଖରେ ଅଭିଯୁକ୍ତ ପୂର୍ବତନ ଥାନା ଆଇଆଇସି ମାଝୀଙ୍କୁ ଅନୁଗୋଳ ଜିଲା ହଣ୍ଡପାରୁ ଗିରଫ କରିଥିଲା। ପରେ ଗର୍ଭପାତ କରାଇଥିବା ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ଦେବାଶିଷ ଘୋଷ ମଧ୍ୟ ଗିରଫ ହୋଇଥିଲେ। ତଳ ଅଦାଲତରେ ମାଝୀଙ୍କୁ ହାଜର କରିବା ପରେ ପୋଲିସ ତାଙ୍କୁ ରିମାଣ୍ଡରେ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ଯୋଗୁ ମାସ୍କ ପିନ୍ଧି ବେଦୀରେ ବସିଲେ ବରକନ୍ୟା, ସାମାଜିକ ଦୂରତ୍ୱ ରକ୍ଷା କରି ବିବାହ ସମ୍ପନ୍ନ

ସୁନ୍ଦରଗଡ଼, ୧୮।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଲକ୍‌ଡାଉନ୍‌ ଅବଧି ମେ ୩ କୁ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ସୁନ୍ଦରଗଡ଼ ଜିଲାରେ ପୂର୍ବରୁ ଲଗ୍ନ...

ମାମୁଘରେ ମସ୍ତିଷ୍କ ବିକୃତ ପୁତୁରାର ଉନ୍ମତ୍ତକାଣ୍ଡ, ମାଉସୀଙ୍କୁ କୁରାଢ଼ିରେ ହାଣି ହତ୍ୟା

ରାଇରଙ୍ଗପୁର,୧୨।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବହଳଦା ଥାନା ଅନ୍ତର୍ଗତ ଦଲଡ଼ିହା ଗ୍ରାମରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମରେ ଥିବା ନିଜ ମାମୁ...

ପିଲାଙ୍କୁ କରିବେ ଉଚ୍ଚଶିକ୍ଷିତ : ମା’ କାନ୍ଧେଇଛନ୍ତି ବାପାର ବୋଝ

ବଅଁରପାଳ, ୧୨।୫- ଦୁର୍ଘଟଣାରେ ସ୍ବାମୀ ଆଖିବୁଜିବା ବେଳେ  କୋଳରେ ଥିଲେ ଦୁଇ କୁନି ସନ୍ତାନ। ନୂଆଣିଆ ଘର ଖଣ୍ଡିକୁ ଛାଡ଼ିଦେଲେ ଆଉ କିଛି ନ ଥିଲା...

ସ୍ତ୍ରୀଙ୍କୁ ନେଇଗଲେ ବାପଘର ଲୋକେ: ସ୍ବାମୀ ଥାନାର ଦ୍ୱାରସ୍ଥ

ଅନୁଗୋଳ ଅଫିସ, ୧୩।୭ – ଅନୁଗୋଳ ଜିଲା କଲିୟରୀ ଥାନା ଅଞ୍ଚଳର ରବି ବିଶ୍ୱାଳଙ୍କ ସ୍ତ୍ରୀଙ୍କୁ ବାପଘର ଲୋକେ ଜବରଦସ୍ତ ନେଇଯାଇଥିବା ରବି ଥାନାରେ ଅଭିଯୋଗ...

ବନ୍ତରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ: ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି

ବନ୍ତ,୨୮।୪(ଡି.ଏନ୍‌.ଏ./ସ୍ବ.ପ୍ର.) : ଭଦ୍ରକ ଜିଲା ବନ୍ତ ବ୍ଲକରେ ମଙ୍ଗଳବାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି କରାଯାଇଛି। ଚାରିଗାଁ...

ବୁଧବାରଠାରୁ ଅସ୍ଥିମଜ୍ଜା ପ୍ରତିରୋପଣ

କଟକ ଅଫିସ,୧୨ା୬: ପ୍ରାୟ ଅଢ଼େଇ ମାସ ବ୍ୟବଧାନ ପରେ ଏସ୍‌ସିବିରେ ଆରମ୍ଭ ହେବ ଅସ୍ଥିମଜ୍ଜା ପ୍ରତିରୋପଣ। ଏଥିପାଇଁ ଏସ୍‌ସିବି କ୍ଲିନିକାଲ ହେମାଟୋଲୋଜି ବିଭାଗରେ ପ୍ରସ୍ତୁତି ଶେଷ...

ଇଣ୍ଡୋର ଷ୍ଟାଡିୟମ ନେଇ ୫ଟି ସଚିବଙ୍କୁ ଅନୁରୋଧ

ଛତ୍ରପୁର,୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଭଞ୍ଜନଗର, ଦିଗପହଣ୍ଡି, ପୁରୁଷୋତ୍ତମପୁର, ଖଲିକୋଟରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଗୁରୁବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ...

ହୋମଗାର୍ଡଙ୍କ ଦୈନିକ ଭତ୍ତା ୫୩୩ ଟଙ୍କା ବୃଦ୍ଧି କର: ହାଇକୋର୍ଟ

କଟକ ଅଫିସ,୧୯ା୮-ହୋମଗାର୍ଡମାନଙ୍କ ଭତ୍ତା ବୃଦ୍ଧି କରି ରାଜ୍ୟ ସରକାର ସେମାନଙ୍କୁ ଦୈନିକ ୫୩୩ ଟଙ୍କା ଦିଅନ୍ତୁ। ସେମାନଙ୍କ ମଜୁରିକୁ ନେଇ ହାଇକୋର୍ଟ ବୁଧବାର ଏହି ଗୁରୁତ୍ୱପୂର୍ଣ୍ଣ...

Advertisement


Archives

Model This Week