ସତର୍କ କରାଇଲା ଡବ୍ଲ୍ୟୁଏଚ୍ଓ: ‘ବିପଜ୍ଜନକ ସ୍ଥିତିରେ ମହାମାରୀ କରୋନା’
ଜେନିଭା, ୨୦ା୬: ମହାମାରୀ କରୋନା ଏବେ ଏକ ନୂଆ ଓ ବିପଜ୍ଜନକ ପର୍ଯ୍ୟାୟରେ ପ୍ରବେଶ କରିଛି। ଗତ ଦୁଇଦିନ ହେବ ଉଗ୍ର ସଂକ୍ରମଣ ଦେଖାଦେଇଛି। ଗୁରୁବାର ୧.୫୦ ଲକ୍ଷ ଓ ଶୁକ୍ରବାର ଗୋଟିଏ ଦିନରେ ସର୍ବାଧିକ ୧.୮୧ ଲକ୍ଷରୁ ଅଧିକ ନୂଆ…
ଚାଇନାକୁ ବାୟୁସେନା ମୁଖ୍ୟଙ୍କ ସତର୍କବାଣୀ ‘ଯେକୌଣସି ପରିସ୍ଥିତି ଲାଗି ଆମେ ପ୍ରସ୍ତୁତ’
ହାଇଦ୍ରାବାଦ, ୨୦ା୬: ଲଦାଖର ଗଲଓ୍ବାନ୍ ଉପତ୍ୟକାରେ ଭାରତ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଏହାକୁ ନେଇ ପରିସ୍ଥିତି ଉଷ୍ମ ରହିଥିବାବେଳେ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ଆମେ ପ୍ରସ୍ତୁତ ବୋଲି ଏୟାର ଚିଫ୍ ମାର୍ଶାଲ ଆର୍କେଏସ୍ ଭଦୌରିଆ…
ଜାଲ୍ ରସିଦ୍ ବହି କରି ଫସିଲେ କନଷ୍ଟେବଳ, ମାମଲା ଦାୟର ପରେ ଗିରଫ କଲା ପୋଲିସ
ବ୍ରହ୍ମପୁର ଅଫିସ,୨୦ା୬: ରେଡକ୍ରସ୍ ରସିଦ ବହି ନକଲି କରି ଟଙ୍କା ଠକେଇ କରିବାକୁ ଯୋଜନା କରିଥିବା ବ୍ରହ୍ମପୁର ପୋଲିସ ଜିଲାର ଜଣେ କନଷ୍ଟେବଳଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁ୍କ୍ତ କନଷ୍ଟେବଳକ ଜଣକ ହେଲେ ଟ୍ରାଫିକ ଥାନାରେ କାର୍ଯ୍ୟରତ କୃଷ୍ଣ ନାୟକ(୩୫)। ବୈଦ୍ୟନାଥପୁର…
ଦିଲ୍ଲୀରେ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ: ପତ୍ନୀ, ଦୁଇ ଝିଅ ମଧ୍ୟ ସଂକ୍ରମିତ
ଭୁବନେଶ୍ୱର, ୨୦।୬(ବ୍ୟୁରୋ)- ଦିଲ୍ଲୀରେ ଜଣେ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ହେଲେ ୩୯ ବର୍ଷୀୟ ଡା. ଅଶ୍ୱିନୀ କୁମାର ପ୍ରତାପ। ତାଙ୍କ ଘର କଟକ ଜିଲା ବାଙ୍କୀରେ। ସେ ନ୍ୟାଶନାଲ ହେଲ୍ଥ ସିଷ୍ଟମ ରିସୋର୍ସ ସେଣ୍ଟର(ଏନ୍ଏଚ୍ଏସ୍ଆର୍ସି)ରେ ଜଣେ ସିନିୟର…
‘ପାନି’ରୁ ସୁଶାନ୍ତଙ୍କୁ କାଢ଼ିଥିଲା ୟଶରାଜ ଫିଲ୍ମସ୍, ଏବେ ମୁମ୍ବାଇ ପୋଲିସ ହାତରେ ଦସ୍ତାବିଜ୍
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ନେଇ ପୋଲିସ ଯାଞ୍ଚ ଜାରି ରଖିଛି। ସମସ୍ତ ଦିଗରୁ ପୋଲିସ ଏହି ଯାଞ୍ଚ କରୁଛି। ସୁଶାନ୍ତଙ୍କ କ୍ୟାରିୟରକୁ ନେଇ ମଧ୍ୟ ପୋଲିସ ଯାଞ୍ଚ ପ୍ରକ୍ରିୟା ଆଗକୁ ବଢ଼ାଇଛି। ଏହି ଯାଞ୍ଚରେ…
ବ୍ୟାକ୍ଗ୍ରାଉଣ୍ଡ ଡ୍ୟାନ୍ସରରୁ ଲୋକପ୍ରିୟ ଅଭିନେତା ପାଲଟିଥିଲେ ସୁଶାନ୍ତ
ବମ୍ବେ: ବ୍ୟାକ୍ଗ୍ରାଉଣ୍ଡ ଡ୍ୟାନ୍ସରରୁ ଧାରାବାହିକ, ପରେ ବଡ଼ପରଦା। ଏଭଳି କିଛି ଥିଲା ଅଭିନେତା ସୁଶାନ୍ତ ସିଂଙ୍କ ଯାତ୍ରା। ଜଣେ ସଫଳ ନାୟକ ଭାବେ ସେ ନିଜକୁ ପ୍ରମାଣିତ ମଧ୍ୟ କରିଥିଲେ। ଜୁନ୍ ୧୪ରେ ମାତ୍ର ୩୪ ବର୍ଷ ବୟସରେ ତାଙ୍କର ନିଧନ…
ସୁଶାନ୍ତଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର
ପାଟଣା-ବଲିଉଡ ଅଭିନେତାଙ୍କ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସାରା ବଲିଉଡ ଜଗତ ସ୍ତବ୍ଧ ହୋଇପଡ଼ିଛି। ଏଥିସହ ତାଙ୍କ ମୃତ୍ୟୁକୁ ନେଇ ଅନେକ ଚର୍ଚ୍ଚା ହେଉଛି। ତେବେ ସୁଶାନ୍ତଙ୍କ ଦେହାନ୍ତର ଏକ ସପ୍ତାହ ପରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ…
ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଗି ନାମ ଘୋଷଣା ପରେ ଅଙ୍କିତାଙ୍କୁ ଆଲିଙ୍ଗନ କରିଥିଲେ ସୁଶାନ୍ତ
ମୁମ୍ବାଇ : ଏକତା କପୁର ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ସିରିୟଲ ‘ପବିତ୍ର ରିସ୍ତା’ପାଇଁ ସୁଶାନ୍ତ ସିଂ ରାଜପୁତଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା। ୧୦ମ ଇଣ୍ଡିଆନ୍ ଟେଲିଭିଜନ ପକ୍ଷରୁ ୧୦ମ ଏକାଡେମୀ ଆଓ୍ବାର୍ଡରେ ସୁଶାନ୍ତ ଏହି…
ବୁଗୁଡ଼ାରେ ଶଟ୍ଡାଉନ୍ର ପ୍ରଭାବ: ରାସ୍ତାଘାଟ ଶୂନ୍ଶାନ୍
ବୁଗୁଡ଼ା,୨୦ା୬(ଡି.ଏନ୍.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲାରେ ଶନିବାର ଓ ରବିବାର ଦୁଇଦିନିଆ ଶଟ୍ଡାଉନ୍ ଘୋଷଣା କରିଛନ୍ତି। କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ବୁଗୁଡ଼ା ସହରକୁ ଶଟ୍ଡାଉନ୍ କରାଯାଇଥିଲା। ଫଳରେ…
ଅଟକିଯାଇନି ରଥ କାମ: ମହାରଣା ସେବକଙ୍କ ବିଶ୍ୱାସ ‘ମହାପ୍ରଭୁ ଚାହିଁଲେ ସବୁକିଛି ଓଲଟପାଲଟ ହୋଇଯିବ’
ପୁରୀ ଅଫିସ,୧୯ା୬: ଚଳିତବର୍ଷ ରଥଯାତ୍ରା ବନ୍ଦ ରହିବ ବୋଲି ସୁପ୍ରିମ୍କୋର୍ଟ ରାୟ ଶୁଣାଇଛନ୍ତି। ହେଲେ ଏହି ରାୟ ପରେ ବିଭିନ୍ନ ମହଲରେ କ୍ଷୋଭ ସୃଷ୍ଟି ହୋଇଛି । ବଡ଼ଦାଣ୍ଡରେ ଗଡ଼ିବନି ମହାପ୍ରଭୁଙ୍କ ରଥ ଏହାକୁ କେହି ଗ୍ରହଣ କରିପାରୁ ନାହାନ୍ତି ।…
ପଦ୍ମପୁରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: କ୍ୱାରାଣ୍ଟାଇନ୍ ସେଣ୍ଟର ପରିସର ୭୨ ଘଣ୍ଟା କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା
କେନ୍ଦୁଝର,୨୦ା୬(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟ କ୍ବାରାଣ୍ଟାଇନ୍ ସେଣ୍ଟରରେ ଶନିବାର ଜଣେ ୩୮ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ ଘର କାଉଁରକଳା ପଞ୍ଚାୟତ ବଉଳମାଳ ଗ୍ରାମରେ ବୋଲି ଜଣାପଡ଼ିଛି। ଏହି ବ୍ୟକ୍ତି…
ଶ୍ରୀନଅର ବୀଜେ ହେଲା ଖଡ଼ିପ୍ରସାଦ
ପୁରୀ ଅଫିସ,୨୦।୬: ଦତ୍ତ ମହାପାତ୍ର ସେବକମାନେ ଶନିବାର ନିଜ ଘରୁ ଶ୍ରୀମନ୍ଦିରକୁ ଖଡ଼ିପ୍ରସାଦ ବିଜେ କରାଇଥିଲେ। ପତି ମହାପାତ୍ର ସଂସ୍କାର କରିବା ପରେ ମହାପ୍ରଭୁଙ୍କୁ ଖଡିପ୍ରସାଦ ଲାଗୁ ହୋଇଥିଲା। ପୂର୍ବାହ୍ନରେ ଦତ୍ତ ମହାପାତ୍ର ଏବଂ ଦଇତାପତି ସେବକ ଶ୍ରୀନଅରକୁ ଖଡ଼ି ପ୍ରସାଦ…
Archives


