ବିଷ ଝଡ଼ାଇବା ପାଇଁ ବୋଳା ହେଉଛି ଏସିଡ୍‌

ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ଏବେ ବି ତନ୍ତ୍ରମନ୍ତ୍ର ଓ ଅନ୍ଧବିଶ୍ୱାସକୁ ନେଇ ଚିକିତ୍ସା ଚାଲିଛି। ଏଥିଯୋଗୁ କାହିଁ କେତେ ଜୀବନ ବିପଦ ମୁହଁକୁ ଚାଲିଯାଉଛି। ସାପ କିମ୍ବା ଅନ୍ୟକିଛି ବିଷାକ୍ତ ଜୀବଜନ୍ତୁ କାମୁଡ଼ିଲେ ରୋଗୀଙ୍କୁ ଡାକ୍ତରଖାନା ବଦଳରେ ଗୁଣିଆ ପାଖକୁ ନିଆଯାଉଛି। ବିଷ ଝାଡ଼ିବା ପାଇଁ ଗୁଣିଆ କରୁଛନ୍ତି ଅଜବ ଚିକିତ୍ସା। ଯେଉଁ ଅଙ୍ଗରେ ବିଷ ଚରିଥିବ ବୋଲି ଗୁଣିଆ ଭାବୁଛନ୍ତି ସେଥିରେ ସେ ଏସିଡ୍‌ ବୋଳି ଦେଉଛନ୍ତି। ଫଳରେ ଏସିଡ୍‌ ଜ୍ୱାଳାରେ ରୋଗୀ ଜଣକ ଛଟପଟ ହେଉଛନ୍ତି। ଚମଡ଼ା ପୋଡ଼ିଯିବାରୁ କପଡ଼ା ପିନ୍ଧିବା ଅସମ୍ଭବ ହୋଇପଡୁଥିବାବେଳେ ସାମାଜିକ କଳଙ୍କ ଭାବି ଲଜ୍ଜାରେ ଘର ଭିତରେ ରହି ମାନସିକ ଭାରସାମ୍ୟ ବି ହରାଉଛନ୍ତି। ଢେଙ୍କାନାଳ ଜିଲାରେ ଏଭଳି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି। ନିକଟରେ ମୋଟଙ୍ଗା ଥାନା ଅନ୍ତର୍ଗତ ମୃଦଙ୍ଗାପଲ୍ଲୀ ଗ୍ରାମର ୩ଜଣଙ୍କ କ୍ଷେତ୍ରରେ ଏଭଳି ବିପଦପୂର୍ଣ୍ଣ ଚିକିତ୍ସା କରାଯାଇଥିବା ଜଣାପଡିଛି।
ମିଳିଥିବା ସୂଚନାନୁସାରେ, ସରିତା ମହାପାତ୍ର ନାମକ ଜଣେ ୨୫ବର୍ଷୀୟ ଯୁବତୀଙ୍କ ଗୋଡ଼ ଆଙ୍ଗୁଠିରେ ଗତ ୧୭ ତାରିଖରେ କ’ଣ ଗୋଟେ କାମୁଡି ଦେଇଥିଲା। ସାପ କାମୁଡ଼ି ଦେଇଥିବା ସନ୍ଦେହରେ ସେ ନିକଟ ଗାଁର ଜଣେ ଗୁଣିଆଙ୍କ ପାଖକୁ ଯାଇଥିଲେ। ଗୁଣିଆ ଜଣକ ତାଙ୍କ ଗୋଡ଼ରେ ଏସିଡ୍‌ ବୋଳି ଚିକିତ୍ସା କରିଥିଲେ। ତା’ପର ଦିନ ସରିତାଙ୍କ ଗୋଡ଼ କଳା ପଡ଼ି ଫୋଟକା ହୋଇଯାଇଥିଲା। ସେହିପରି ୪୫ ବର୍ଷୀୟ ଶୁଭଶ୍ରୀ ମହାପାତ୍ରଙ୍କ ବାମ ଗୋଡ଼ରେ ପ୍ରାୟ ୧୫ଦିନ ତଳେ ଏକ କଙ୍କଡ଼ାବିଛା କାମୁଡ଼ି ଦେଇଥିଲା। ସେ ମଧ୍ୟ ତାଙ୍କ ପାଖକୁ ଯିବାପରେ କ୍ଷତ ସ୍ଥାନରେ ଏସିଡ଼ ବୋଳି ଚିକିତ୍ସା କରିଥିଲେ। ଏହି ସମୟରେ ଶୁଭଶ୍ରୀ ମୁଣ୍ଡ ବୁଲାଉଥିବା କହିବାରୁ ଗୁଣିଆ ଜଣକ ମଧ୍ୟ ତାଙ୍କ ମୁଣ୍ଡରେ ଏସିଡ୍‌ ବୋଳିଦେଇଥିଲେ। ଫଳରେ ତାଙ୍କ ଦେହସାରା ଫୋଟକା ଆଉ ଘା’ ହୋଇଯାଇଥିଲା। ଯନ୍ତ୍ରଣା ଅସହ୍ୟ ହେବାରୁ ସେ ଡାକ୍ତରଖାନା ଯାଇ ଔଷଧ ଖାଇବା ପରେ ସୁସ୍ଥ ହୋଇଛନ୍ତି। କିନ୍ତୁ ମୁଣ୍ଡରେ କଳା ଦାଗ ରହିଥିବାରୁ ଚିନ୍ତାରେ ରହିଛନ୍ତି ଶୁଭଶ୍ରୀ। ଆଉଜଣେ ରୋଗୀ ହେଉଛନ୍ତ ନିରଞ୍ଜନ ବେହେରା। ୩୦ବର୍ଷୀୟ ଏହି ବ୍ୟକ୍ତିଜଣକ ଗତ ୧୫ ତାରିଖରେ ଘରେ ଥିବାବେଳେ ଚାଳ ଉପରୁ ତାଙ୍କ ମୁଣ୍ଡ ଉପରକୁ ଏକ ସାପ ଖସିପଡ଼ିଥିଲା। ସେ ଉକ୍ତ ସାପଟିକୁ ହାତରେ ଟାଣି ଫୋପାଡ଼ି ଦେଇଥିଲେ। ସାପ କାମୁଡ଼ି ଦେଇଥିବା ଭାବି ସେ ଉକ୍ତ କୁଣିଆଙ୍କ ପାଖକୁ ଯାଇଥିଲେ। ଗୁଣିଆ ଜଣକ ସମାନ ଢଙ୍ଗରେ ଏସିଡ୍‌ ବୋଳି ଦେଇଥିଲେ। ଏହାପରେ ନିରଞ୍ଜନ ଯନ୍ତ୍ରଣାରେ ଛଟପଟ ହେବା ସହ ତାଙ୍କ ଶରୀରର ଅବସ୍ଥା କଦାକାର ହୋଇଯାଇଥିଲା।
ଉଲ୍ଲେଖଯୋଗ୍ୟ, ଗୁଣିଆ ଜଣକ ଏସିଡ୍‌ ନୁହେଁ ଏକ ତରଳ ଔଷଧ ବୋଳାଯାଉଥିବା ରୋଗୀଙ୍କୁ କହିଥାନ୍ତି। ସେ କେବେ ବି ହାତରେ ନ ବୋଳି ଏକ ବ୍ରଶ୍‌ ବ୍ୟବହାର କରୁଥିବାରୁ ତାହାକୁ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଲୋକେ ଏସିଡ୍‌ ବୋଲି କହୁଛନ୍ତି। କିନ୍ତୁ ରୋଗୀଙ୍କ କ୍ଷତକୁ ଦେଖିଲେ ମଧ୍ୟ ତାହା ଏସିଡ୍‌ ପୋଡ଼ା ଚିହ୍ନ ବୋଲି ସ୍ପଷ୍ଟ ଜଣାପଡୁଥିବା ଭୁବନେଶ୍ୱର ଏମ୍ସର ଫରେନ୍‌ସିକ୍‌ ମେଡିସିନ୍‌ ବିଭାଗର ଆଡିଶନାଲ ପ୍ରଫେସର ଡା. ସୁଦୀପ୍ତ ରଣସିଂହ କହିଛନ୍ତି। ତେବେ ଏସମ୍ପର୍କରେ ଖବର ପାଇବା ପରେ ସ୍ନେକ୍‌ ହେଲ୍ପ ଲାଇନ୍‌ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ମଙ୍ଗଳବାର ନିଜ ଟିମ୍‌ ସହ ସେଠାକୁ ଯାଇ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ। ୧୯୦୦ ମସିହାରୁ ଏପରି ବିପଦପୂର୍ଣ୍ଣ ଚିକିତ୍ସା ଚାଲି ଆସିଥିବା ଜାଣିବାକୁ ପାଇଛନ୍ତି। ସେଠାରୁ ଫେରିବା ପରେ ବୁଧବାର ଶୁଭେନ୍ଦୁ ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ସମ୍ବଳିତ ଅଭିଯୋଗ କରିଛନ୍ତି। ଏଥିସହିତ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଢେଙ୍କାନାଳ ଏସ୍‌ପି ଓ ସିଡିଏମ୍‌ଓଙ୍କୁ ଜଣାଇଛନ୍ତି। ସମ୍ପୃକ୍ତ ଗୁଣିଆରିଙ୍କୁ ତୁରନ୍ତ ଗିରଫ କରିବା ସହିତ ଏକ ସ୍ବତନ୍ତ୍ର ମେଡିକାଲ ଟିମ୍‌ ଦ୍ୱାରା ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?