Posted inଜାତୀୟ

୪ ମାସରେ ନିଯୁକ୍ତି ହରାଇଲେଣି ୧.୮୯ କୋଟି

ନୂଆଦିଲ୍ଲୀ, ୨୦।୮(ପି.ଟି.): କରୋନା ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଛଡ଼ାଇ ନେଇଛି। ଏକ ଆକଳନ ଅନୁଯାୟୀ କେବଳ ଜୁଲାଇ ମାସରେ ୫୦ ଲକ୍ଷ ବେତନଭୋଗୀ ନିଯୁକ୍ତି ହରାଇଥିବାବେଳେ ଏପ୍ରିଲ୍‌ରୁ ଇତିମଧ୍ୟରେ ପାଖାପାଖି ୨ କୋଟି ଲୋକଙ୍କ ଚାକିରି ଯାଇଛି। ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି।
ସିଏମ୍‌ଆଇଇ ରିପୋର୍ଟ ଅନୁଯାୟୀ, କରୋନା ଜନିତ ଲକ୍‌ଡାଉନ ଯୋଗୁ ଏପ୍ରିଲରେ ମୋଟ ୧.୭୭ କୋଟି ବେତନଭୋଗୀ ନିଯୁକ୍ତି ହରାଇଥିଲେ। ମେ’ ଓ ଜୁନ୍‌ରେ ସ୍ଥିତିରେ ଉନ୍ନତି ଆସିଥିଲା ଓ ୪୦ ଲକ୍ଷ ଲୋକ ନିଯୁକ୍ତି ଫେରିପାଇଥିଲେ। ତେବେ ଜୁଲାଇରେ ପୁଣି ୫୦ ଲକ୍ଷଙ୍କୁ ନିଯୁକ୍ତି ହରାଇବାକୁ ପଡ଼ିଛି। ଏହାକୁ ମିଶାଇ ମୋଟ ୧.୮୯ କୋଟି ନିଯୁକ୍ତି ହରାଇ ଦୁର୍ଦ୍ଦିନର ସମ୍ମୁଖୀନ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମହାମାରୀ ଯୋଗୁ ଦେଶର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଥିବାବେଳେ ନିକଟରେ ଏଥିରେ ସୁଧାର ଆସିବା ଭଳି ଜଣାପଡ଼ୁନାହିଁ। ଏଥିସହିତ ବେତନଭୋଗୀ କର୍ମଚାରୀ ନିଯୁକ୍ତି ହରାଇବା ସ୍ଥିତିକୁ ଆହୁରି ସଙ୍ଗିନ କରିଦେଇଛି। ଭାରତରେ ମୋଟ ନିଯୁକ୍ତିର ୨୧ ପ୍ରତିଶତ ବେତନଭୋଗୀ କର୍ମଚାରୀ, ଯାହାକି ଅଣଆନୁଷ୍ଠାନିକ ସେକ୍ଟରରେ ନିଯୁକ୍ତଙ୍କ ସଂଖ୍ୟାଠାରୁ ଯଥେଷ୍ଟ କମ୍‌। ଏପ୍ରିଲରୁ ଅଣଆନୁଷ୍ଠାନିକ ସେକ୍ଟର ଏବଂ ଗ୍ରାମାଞ୍ଚଳରେ ନିଯୁକ୍ତିରେ ସାମାନ୍ୟ ଉନ୍ନତି ହୋଇଥିବାବେଳେ ବେତନଭୋଗୀ ନିଯୁକ୍ତି ହ୍ରାସ ପାଇବା ଚିନ୍ତାର କାରଣ ପାଲଟିଛି।
୪ ମାସରେ ପାଖାପାଖି ୨ କୋଟି ଲୋକ ନିଯୁକ୍ତି ହରାଇବା ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ୨ କୋଟି ପରିବାରର ଭାଗ୍ୟ ଅନ୍ଧକାର ମଧ୍ୟକୁ ଠେଲିହୋଇଯାଇଛି। ଫେସ୍‌ବୁକ୍‌ରେ ମିଛ ଖବର ଓ ହିଂସା ଉଦ୍ରେକକାରୀ ଭାଷଣ ଦେଇ ବେରୋଜଗାରୀ ଏବଂ ଦେଶର ଆର୍ଥିକ ବିପର୍ଯ୍ୟୟ ଜନିତ ସତ୍ୟତାକୁ ଲୁଚାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିଓ୍ବାଲ କହିଲେ ବାହାର ଲୋକ କାମ

ନୂଆଦିଲ୍ଲୀ,୨୭ା୨: ଉତ୍ତର-ପୂର୍ବ ଦିଲ୍ଲୀରେ ଦିଲ୍ଲୀବାସୀ ହିଂସା ଭିଆଇନାହାନ୍ତି। ସେମାନେ ଶାନ୍ତି ଚାହାନ୍ତି। ଯାହାକିଛି ଘଟିଛି ସେଥିରେ ‘ଆମ୍‌ ଆଦ୍‌ମୀ’ଙ୍କ ଭୂମିକା ନାହିଁ, ଏହା ପଛରେ ବାହାର...

ମୋଦି ଅତିଥିଙ୍କ ପାଇଁ ‘ଶାହୀ ଦାଓ୍ବତ’

ନୂଆଦିଲ୍ଲୀ,୨୯।୫: ନରେନ୍ଦ୍ର ମୋଦି ଔପଚାରିକତା ଭାବେ ଦ୍ୱିତୀୟ ଥର ପାଇଁ ଗୁରୁବାର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ। ମୋଦିଙ୍କ ଶପଥ ଗ୍ରହଣ ସମାରୋହ ଲାଗି...

ଭାରତରେ ଷ୍ଟେଜ ୨ରେ କରୋନା ଭାଇରସ

ନୂଆଦିଲ୍ଲୀ,୧୪।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର ଉପସ୍ଥିତି ଜାହିର କରି ସାରିଲାଣି। ହାତ ଗଣତି କିଛି ଦେଶକୁ ଛାଡିଦେଲେ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ନିତି ଏହି ରସରୁ ଚାମୁଚେ…

ପରିବର୍ତ୍ତିତ ଜୀବନଶୈଳୀରେ କେତେକ ମେଦବହୁଳତାର ଶିକାର ହୋଇଥାନ୍ତି। ତେବେ ଏହାର ସଫଳ ଚିକିତ୍ସା ଆମ ଘରବାଡ଼ିରେ ଥିବା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ।...

ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ବସ୍‌ ଡ୍ରାଇଭର…

ଶ୍ରୀନଗର,୨୬।୧୨: ଧୀରେଧୀରେ ଜମ୍ମୁ-କଶ୍ମୀରରୁ ଆତଙ୍କବାଦର କଳାବାଦଲ ହଟିବାରେ ଲାଗିଛି। ଏଠାରେ ବହୁବିଧ ବିକାଶ କାର୍ଯ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି। ଏପରିସ୍ଥଳେ ରାଜ୍ୟର ପ୍ରଥମ ମହିଳା...

ଲକ୍ଷ୍ନୌ ସଦର ବଜାରରେ କଡ଼ା କାର୍ଯ୍ୟାନୁଷ୍ଠାନ: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ୭ହଜାର ଲୋକ

ଲକ୍ଷ୍ନୌ,୧୬।୪: ଦେଶରେ କରୋନା ଭାଇରସ୍‌ ତୀବ୍ରଗତିରେ ବ୍ୟାପୁଥିବା ବେଳେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନାକୁ ରୋକିବା ପାଇଁ...

ଅଯୋଧ୍ୟା ଶୁଣାଣି ପୂର୍ବରୁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୭।୧୧: ଅଯୋଧ୍ୟା ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପୂର୍ବରୁ ଅଯୋଧ୍ୟା ପ୍ରଶାସନ ପକ୍ଷରୁ ଗୁରୁବାର ସହରରେ ହାଇ ଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ...

କୋଲକାତା ଅଗ୍ନିକାଣ୍ଡରେ ୯ ମୃତ: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

କୋଲକାତା,୯ ।୩: ପଶ୍ଚିମବଙ୍ଗ କୋଲକାତାର କୋଲାଘାଟ ପ୍ରସାଦାର ୧୩ ମହଲାରେ ସୋମବାର ସନ୍ଧ୍ୟାରେ ଲାଗିଥିବା ନିଆଁରେ ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି...

Advertisement

BGU

Archives

Model This Week

Why Dharitri