Posted inଜାତୀୟ

ପିଏମ୍‌ କେୟାର୍ସକୁ ୨୧୦୫ କୋଟି ଦାନ କରିଛନ୍ତିି ୩୮ ପିଏସ୍‌ୟୁ

ନୂଆଦିଲ୍ଲୀ,୨୦ା୮: ପ୍ରାଇମ୍‌ ମିନିଷ୍ଟର୍ସ ସିଟିଜେନ୍‌ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍‌ ଇନ୍‌ ଏମର୍ଜେନ୍ସି ସିଚ୍ୟୁଏଶନ୍ସ (ପିଏମ୍‌ କେୟାର୍ସ) ଫଣ୍ଡ୍‌କୁ ବେଳକୁ ବେଳ ସହାୟତାର ସୁଅ ଛୁଟିବାରେ ଲାଗିଛି। କୋଭିଡ୍‌ ମୁକାବିଲା ବେଳେ ନାଗରିକ ସହାୟତା ପ୍ରଦାନ ଉଦେଶ୍ୟରେ ମାର୍ଚ୍ଚ ୨୮ରେ ଗଠିତ ଏହି ପାଣ୍ଠିକୁ ଅଦ୍ୟାବଧି ୩୮ ରାଷ୍ଟ୍ରାୟତ୍ତ ସଂସ୍ଥା ବା ପବ୍ଲିକ ସେକ୍ଟର ୟୁନିଟ୍‌ (ପିଏସ୍‌ୟୁ) ୨୧୦୫ କୋଟି ଟଙ୍କା ଦାନ କରିସାରିଲେଣି। ଦାନ କରିଥିବା ଅଧିକାଂଶ ପିଏସ୍‌ୟୁ ସେଗୁଡ଼ିକର ୨୦୧୯-୨୦ ବର୍ଷ ପାଇଁ ଉଦ୍ଦିଷ୍ଟ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ପାଣ୍ଠିରୁ ଅର୍ଥ ଦେଇଛନ୍ତି। ଅଏଲ୍‌ ଆଣ୍ଡ ନେଚୁରାଲ ଗ୍ୟାସ୍‌ ଏଜେନ୍ସି (ଓଏନ୍‌ଜିସି)
୩୦୦ କୋଟି ଟଙ୍କା ଦାନ କରି ୩୮ ପିଏସ୍‌ୟୁ ମଧ୍ୟରୁ ସର୍ବବୃହତ୍‌ ଦାତା ପାଲଟିଛି। ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ମିଳିଥିବା ଏକ ଉତ୍ତରରୁ ଏହି ବିଷୟ ଜଣାପଡ଼ିଛି।
୨୦୧୯-୨୦ ଆର୍ଥତ୍କ ବର୍ଷ ଶେଷ ହେବାକୁ ୪ ଦିନ ବାକି ଥିବାବେଳେ ଅର୍ଥାତ୍‌ ମାର୍ଚ୍ଚ ୨୮ରେ ପିଏମ୍‌ କେୟାର୍ସ ଫଣ୍ଡ୍‌ ଗଠନ ହୋଇଥିଲା। ମାର୍ଚ୍ଚ ୩୧ ବେଳକୁ ଏହି ପାଣ୍ଠିରେ ୩,୦୭୬.୬୨ କୋଟି ଟଙ୍କା ଜମାହୋଇ ସାରିଥିଲା। ଆର୍‌ଟିଆଇରେ ଏନେଇ ୫୫ ପିଏସ୍‌ୟୁକୁ ପ୍ରଶ୍ନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଗଷ୍ଟ ୧୩ ସୁଦ୍ଧା ୩୮ ପିଏସ୍‌ୟୁ ଉତ୍ତର ଦେଇଥିଲେ। ଆର୍‌ଟିଆଇ ତଥ୍ୟ ଅନୁସାରେ ପିଏମ୍‌ କେୟାର୍ସ ଫଣ୍ଡ୍‌ ଗଠନ ହେବାର ୫ ମାସ ମଧ୍ୟରେ ୩୮ ପିଏସ୍‌ୟୁ ୨୦୧୫.୩୮ କୋଟି ଟଙ୍କା ଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜର ସିଏସ୍‌ଆର୍‌ ଫଣ୍ଡ୍‌ରୁ ଦେଇଛନ୍ତି, ଯାହାକି ସଂସ୍ଥାଗୁଡ଼ିକ ୨୦୧୯-୨୦ ଆର୍ଥିକ ବର୍ଷରେ ଖର୍ଚ୍ଚ କରିପାରି ନ ଥିଲେ। ଅନ୍ୟ କ୍ଷେତ୍ରରେ ଆବଣ୍ଟନ ଚୂଡ଼ାନ୍ତ ହୋଇ ନ ଥିଲେ ହେଁ ପିଏସ୍‌ୟୁଗୁଡ଼ିକ ଚଳିତ ବର୍ଷର ସିଏସ୍‌ଆର୍‌ ବଜେଟରୁ ଦାନ କରିଥାଆନ୍ତି। ଅନ୍ୟପକ୍ଷରେ ଗୋଟିଏ ପିଏସ୍‌ୟୁ ସିଏସ୍‌ଆର୍‌ ପାଇଁ ଆକଳନ କରିଥିବା ପାଣ୍ଠିରୁ ଅଧିକ ଦାନ କରିଥିବା ସ୍ବୀକାର କରିଛି। ଦାତାଙ୍କ ମଧ୍ୟରେ ରହିଛନ୍ତି, ମହାରନତ୍ଠୁ ନେଇ ନବରନତ୍ କମ୍ପାନୀ, ଶକ୍ତି ଓ ବିଦ୍ୟୁତ୍‌ କମ୍ପାନୀ। ଓଏନ୍‌ଜିସି ସର୍ବାଧିକ ୩୦୦ କୋଟି ଟଙ୍କା ଦାନ କରିଛି। ସେହିପରି ଏଚ୍‌ପିସିଏଲ୍‌ର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସିଏସ୍‌ଆର୍‌ ଆବଣ୍ଟନ ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ ଏହି ସଂସ୍ଥା ସେଥିରୁ ୧୨୦ କୋଟି ଟଙ୍କା ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ଦେଇଛି। ଇତିମଧ୍ୟରେ ପାଓ୍ବାର ଫାଇନାନ୍ସ କର୍ପୋରେଶନ ୨୦୨୦-୨୧ ପାଇଁ ଥିବା ମୋଟ ସିଏସ୍‌ଆର୍‌ ଆବଣ୍ଟନରୁ ଅଧିକ ଦାନ କରିଛି। ଆର୍‌ଟିଆଇ ଉତ୍ତରରେ ପାଓ୍ବାର ଫାଇନାନ୍ସ କର୍ପୋରେଶନ ପକ୍ଷରୁ କୁହାଯାଇଛି ଯେ ଏହି ବର୍ଷ ପାଇଁ ଏସ୍‌ଏସ୍‌ଆର୍‌ ଲାଗି ୧୫୦.୨୮ କୋଟି ଟଙ୍କା ଆବଣ୍ଟନ ପାଇଁ ଆକଳନ କରାଯାଇଥିବାବେଳେ ପିଏମ୍‌ କେୟାର୍ସକୁ ୨୦୦ କୋଟି ଟଙ୍କା ଦାନ କରିଛି। ସେହିପରି ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ ୩୮ କୋଟି, ପାଓ୍ବାର ଗ୍ରୀଡ୍‌ କର୍ପୋରେଶନ ୨୦୦ କୋଟି ଓ ରୁରାଲ ଇଲେକ୍ଟ୍ରିଫିକେଶନ କର୍ପୋରେଶନ ୧୦୦ କୋଟି ଟଙ୍କା ପିଏମ୍‌ କେୟାର୍ସକୁ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

OAS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri