Posted inଜାତୀୟ

ପିଏମ୍‌ କେୟାର୍ସକୁ ୨୧୦୫ କୋଟି ଦାନ କରିଛନ୍ତିି ୩୮ ପିଏସ୍‌ୟୁ

ନୂଆଦିଲ୍ଲୀ,୨୦ା୮: ପ୍ରାଇମ୍‌ ମିନିଷ୍ଟର୍ସ ସିଟିଜେନ୍‌ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍‌ ଇନ୍‌ ଏମର୍ଜେନ୍ସି ସିଚ୍ୟୁଏଶନ୍ସ (ପିଏମ୍‌ କେୟାର୍ସ) ଫଣ୍ଡ୍‌କୁ ବେଳକୁ ବେଳ ସହାୟତାର ସୁଅ ଛୁଟିବାରେ ଲାଗିଛି। କୋଭିଡ୍‌ ମୁକାବିଲା ବେଳେ ନାଗରିକ ସହାୟତା ପ୍ରଦାନ ଉଦେଶ୍ୟରେ ମାର୍ଚ୍ଚ ୨୮ରେ ଗଠିତ ଏହି ପାଣ୍ଠିକୁ ଅଦ୍ୟାବଧି ୩୮ ରାଷ୍ଟ୍ରାୟତ୍ତ ସଂସ୍ଥା ବା ପବ୍ଲିକ ସେକ୍ଟର ୟୁନିଟ୍‌ (ପିଏସ୍‌ୟୁ) ୨୧୦୫ କୋଟି ଟଙ୍କା ଦାନ କରିସାରିଲେଣି। ଦାନ କରିଥିବା ଅଧିକାଂଶ ପିଏସ୍‌ୟୁ ସେଗୁଡ଼ିକର ୨୦୧୯-୨୦ ବର୍ଷ ପାଇଁ ଉଦ୍ଦିଷ୍ଟ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ପାଣ୍ଠିରୁ ଅର୍ଥ ଦେଇଛନ୍ତି। ଅଏଲ୍‌ ଆଣ୍ଡ ନେଚୁରାଲ ଗ୍ୟାସ୍‌ ଏଜେନ୍ସି (ଓଏନ୍‌ଜିସି)
୩୦୦ କୋଟି ଟଙ୍କା ଦାନ କରି ୩୮ ପିଏସ୍‌ୟୁ ମଧ୍ୟରୁ ସର୍ବବୃହତ୍‌ ଦାତା ପାଲଟିଛି। ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ମିଳିଥିବା ଏକ ଉତ୍ତରରୁ ଏହି ବିଷୟ ଜଣାପଡ଼ିଛି।
୨୦୧୯-୨୦ ଆର୍ଥତ୍କ ବର୍ଷ ଶେଷ ହେବାକୁ ୪ ଦିନ ବାକି ଥିବାବେଳେ ଅର୍ଥାତ୍‌ ମାର୍ଚ୍ଚ ୨୮ରେ ପିଏମ୍‌ କେୟାର୍ସ ଫଣ୍ଡ୍‌ ଗଠନ ହୋଇଥିଲା। ମାର୍ଚ୍ଚ ୩୧ ବେଳକୁ ଏହି ପାଣ୍ଠିରେ ୩,୦୭୬.୬୨ କୋଟି ଟଙ୍କା ଜମାହୋଇ ସାରିଥିଲା। ଆର୍‌ଟିଆଇରେ ଏନେଇ ୫୫ ପିଏସ୍‌ୟୁକୁ ପ୍ରଶ୍ନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଗଷ୍ଟ ୧୩ ସୁଦ୍ଧା ୩୮ ପିଏସ୍‌ୟୁ ଉତ୍ତର ଦେଇଥିଲେ। ଆର୍‌ଟିଆଇ ତଥ୍ୟ ଅନୁସାରେ ପିଏମ୍‌ କେୟାର୍ସ ଫଣ୍ଡ୍‌ ଗଠନ ହେବାର ୫ ମାସ ମଧ୍ୟରେ ୩୮ ପିଏସ୍‌ୟୁ ୨୦୧୫.୩୮ କୋଟି ଟଙ୍କା ଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜର ସିଏସ୍‌ଆର୍‌ ଫଣ୍ଡ୍‌ରୁ ଦେଇଛନ୍ତି, ଯାହାକି ସଂସ୍ଥାଗୁଡ଼ିକ ୨୦୧୯-୨୦ ଆର୍ଥିକ ବର୍ଷରେ ଖର୍ଚ୍ଚ କରିପାରି ନ ଥିଲେ। ଅନ୍ୟ କ୍ଷେତ୍ରରେ ଆବଣ୍ଟନ ଚୂଡ଼ାନ୍ତ ହୋଇ ନ ଥିଲେ ହେଁ ପିଏସ୍‌ୟୁଗୁଡ଼ିକ ଚଳିତ ବର୍ଷର ସିଏସ୍‌ଆର୍‌ ବଜେଟରୁ ଦାନ କରିଥାଆନ୍ତି। ଅନ୍ୟପକ୍ଷରେ ଗୋଟିଏ ପିଏସ୍‌ୟୁ ସିଏସ୍‌ଆର୍‌ ପାଇଁ ଆକଳନ କରିଥିବା ପାଣ୍ଠିରୁ ଅଧିକ ଦାନ କରିଥିବା ସ୍ବୀକାର କରିଛି। ଦାତାଙ୍କ ମଧ୍ୟରେ ରହିଛନ୍ତି, ମହାରନତ୍ଠୁ ନେଇ ନବରନତ୍ କମ୍ପାନୀ, ଶକ୍ତି ଓ ବିଦ୍ୟୁତ୍‌ କମ୍ପାନୀ। ଓଏନ୍‌ଜିସି ସର୍ବାଧିକ ୩୦୦ କୋଟି ଟଙ୍କା ଦାନ କରିଛି। ସେହିପରି ଏଚ୍‌ପିସିଏଲ୍‌ର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସିଏସ୍‌ଆର୍‌ ଆବଣ୍ଟନ ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ ଏହି ସଂସ୍ଥା ସେଥିରୁ ୧୨୦ କୋଟି ଟଙ୍କା ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ଦେଇଛି। ଇତିମଧ୍ୟରେ ପାଓ୍ବାର ଫାଇନାନ୍ସ କର୍ପୋରେଶନ ୨୦୨୦-୨୧ ପାଇଁ ଥିବା ମୋଟ ସିଏସ୍‌ଆର୍‌ ଆବଣ୍ଟନରୁ ଅଧିକ ଦାନ କରିଛି। ଆର୍‌ଟିଆଇ ଉତ୍ତରରେ ପାଓ୍ବାର ଫାଇନାନ୍ସ କର୍ପୋରେଶନ ପକ୍ଷରୁ କୁହାଯାଇଛି ଯେ ଏହି ବର୍ଷ ପାଇଁ ଏସ୍‌ଏସ୍‌ଆର୍‌ ଲାଗି ୧୫୦.୨୮ କୋଟି ଟଙ୍କା ଆବଣ୍ଟନ ପାଇଁ ଆକଳନ କରାଯାଇଥିବାବେଳେ ପିଏମ୍‌ କେୟାର୍ସକୁ ୨୦୦ କୋଟି ଟଙ୍କା ଦାନ କରିଛି। ସେହିପରି ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ ୩୮ କୋଟି, ପାଓ୍ବାର ଗ୍ରୀଡ୍‌ କର୍ପୋରେଶନ ୨୦୦ କୋଟି ଓ ରୁରାଲ ଇଲେକ୍ଟ୍ରିଫିକେଶନ କର୍ପୋରେଶନ ୧୦୦ କୋଟି ଟଙ୍କା ପିଏମ୍‌ କେୟାର୍ସକୁ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

ମଙ୍ଗଳ ସୂତ୍ର ପରେ ଉତ୍ତରାଧିକାର ଟ୍ୟାଙ୍କ ଲଢେଇ, ପିଟ୍ରୋଡାଙ୍କ ବୟାନକୁ ନେଇ ଭାଜପା ଖପ୍ପା, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନ୍ରେତିକ ମାହୋଲ ବେଶ ସରଗରମ ରହିଛି। କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିକୁ ଭାଜପା ଟାର୍ଗେଟ କଲାବେଳେ...

‘କଂଗ୍ରେସର ଲୁଟ ଜିନ୍ଦେଗିକେ ସାଥ ଭି, ଜିନ୍ଦେଗିକେ ବାଦ ଭି’, ପିଟ୍ରୋଡାଙ୍କ ବୟାନକୁ ନେଇ ମୋଦିଙ୍କ ଜବାବ

ନୂଆଦିଲ୍ଲୀ, ୨୪।୪: କଂଗ୍ରେସର ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜବାବ ରଖିଛନ୍ତି। ବୁଧବାର (ଏପ୍ରିଲ ୨୪, ୨୦୨୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri