ପୁରୀରେ ଉଚ୍ଛେଦକୁ ବର୍ଷେ ପୂରିଲା: ବିକାଶରେ କରୋନା ସାଜିଛି କଣ୍ଟା

ପୁରୀ ଅଫିସ,୨୦ା୮: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ବଦଳିଯିବ ଏହାର ରୂପରେଖ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଏହା ପରିଗଣିତ ହେବ। ଭକ୍ତ, ପର୍ଯ୍ୟଟକଙ୍କୁ ଅତ୍ୟାଧୁନିକ ସେବା ସୁବିଧା ମିଳିବ। ଏଥିପାଇଁ ଭିତ୍ତିଭୂମିର ବିକାଶ, ନୂଆ ବହୁଥାକିଆ ରାସ୍ତା, ସେତୁ, ହ୍ରଦ, ମାର୍କେଟ କମ୍ପ୍ଲେକ୍ସ, ପାର୍କିଂ ଆଦି କରାଯିବ। ଏତଦ୍‌ବ୍ୟତୀତ ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରି କଡ଼ରୁ ୭୫ମିଟର ପରିଧି (ଶ୍ରୀମନ୍ଦିର ସୁରକ୍ଷା ଜୋନ) ମଧ୍ୟରେ ଥିବା ଜାଗା ଖାଲି କରାଯିବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଗତବର୍ଷ ଅଗଷ୍ଟ ୧୯ ତାରିଖରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ମେଘନାଦ ପାଚେରିକୁ ଲାଗି ରହିଥିବା ନିର୍ମାଣ ଉଚ୍ଛେଦ କରାଯାଇଥିଲା। ସେହିଦିନ ପ୍ରଥମେ ଦକ୍ଷିଣ ପାର୍ଶ୍ୱରୁ ଭଙ୍ଗା ଅଭିଯାନ ଆରମ୍ଭ ହୋଇଥିଲା। ଖଜା ଦୋକାନ, ଦୁଇ ମହଲା ବିଶିଷ୍ଟ ଶୌଚାଳୟ, କ୍ଲୋକ୍‌ ରୁମ୍‌, ଜୋତା ଷ୍ଟାଣ୍ଡ, ପିଏଚ୍‌ଡି ପମ୍ପ ହାଉସ୍‌ ପ୍ରଭୃତି ଭଙ୍ଗାଯାଇଥିଲା। ଶୌଚାଳୟ ପାଖରେ ମେଘନାଦ ପାଚେରିକୁ ଲାଗି ଗଦା ହୋଇଥିବା ଅଳିଆ ଆବର୍ଜନା ମଧ୍ୟ ସଫା କରାଯାଇଥିଲା। ଏହାପରେ ସିଂହଦ୍ୱାର ନିକଟ ଅର୍ଥାତ୍‌ ପୂର୍ବପାର୍ଶ୍ୱରେ ଥିବା ବିଭିନ୍ନ ନିର୍ମାଣ ସମେତ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା କେନ୍ଦ୍ର, ସିଂହଦ୍ୱାର ପୋଲିସ ଫାଣ୍ଡି, ପଶ୍ଚିମ ପାର୍ଶ୍ୱରେ ଥିବା ସେସୁ ଅଫିସ, ଶ୍ରୀମନ୍ଦିର ବିଦ୍ୟୁତ୍‌ କାର୍ଯ୍ୟାଳୟ ଓ ଶୌଚାଳୟକୁ ଭଙ୍ଗାଯାଇଥିଲା। ବୁଧବାର ଏହି ଉଚ୍ଛେଦ ଅଭିଯାନକୁ ବର୍ଷେ ପୂରିଯାଇଛି। ଅନେକ ପୁରାତନ ମଠ, ମନ୍ଦିର, ମାର୍କେଟ କମ୍ପ୍ଲେକ୍ସ, ବ୍ୟବସାୟ ପ୍ରତିଷ୍ଠାନ, ଘରଦ୍ୱାର ଉଚ୍ଛେଦ କରାଯାଇଛି। କିନ୍ତୁ କାମ ସରିନାହିଁ। ତେବେ କରୋନା ପାଇଁ ଗତ ମାର୍ଚ୍ଚ ୧୫ରୁ ଉଚ୍ଛେଦ ଅଭିଯାନ ବନ୍ଦ ରହିଛି। ଫଳରେ ଆଗେଇ ପାରିନି ଶ୍ରୀମନ୍ଦିର ଐତିହ୍ୟ କରିଡ଼ର କାମ। ସେହିପରି ଗତ ଜାନୁୟାରୀ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିବା ୭ଟି ମେଗା ପ୍ରକଳ୍ପ ସାଙ୍ଗକୁ ସ୍ବର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବି କରୋନା ପାଇଁ ବାଧାପ୍ରାପ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏଏସ୍‌-ଆଇପିଏସ୍‌ ଅଫିସର ପିନ୍ଧିବେ ଡାକ୍ତରୀ ୟୁନିଫର୍ମ: କାର୍ମିକ ମନ୍ତ୍ରଣାଳୟର ନୂଆ ଯୋଜନା

ନୂଆଦିଲ୍ଲୀ, ୧୧।୬: ଭାରତରେ କରୋନା ମହାମାରୀ ଯୋଗୁ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଏବେ ପ୍ରତିଦିନ ଦେଶରେ ହାରାହାରି ୧୦୦୦ ଜଣ ନୂଆ...

ସହାୟତା ପାଇଁ କର୍କଟ ରୋଗୀ ପ୍ରଶାସନର ଦ୍ୱାରସ୍ଥ

ଭଦ୍ରକ ଅଫିସ, ୧୭ା୨- ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଅଭିଯୋଗ ଶୁଣାଣିରେ କର୍କଟ ରୋଗରେ ପୀଡ଼ିତ ଭଦ୍ରକ ବ୍ଲକ ବେଲଦା ଗ୍ରାମର ରାଜନ ଯେନା ଆର୍ଥିକ...

ଲୋକଙ୍କ ଘର ମୁହଁରୁ ସଂଗ୍ରହ ହେବ ବନଜାତ ଦ୍ରବ୍ୟ

ନୂଆପଡା ଅଫିସ,୧୩ା୫: ମହାମାରୀ କରୋନା ପରିସ୍ଥିତିର ମୁକାବିଲା ପାଇଁ ସମଗ୍ର ଦେଶ ଲକ୍‌ ଡାଉନ୍‌ ରହିଛି। ଏହାଦ୍ୱାରା ଜନଜୀବନ ପ୍ରଭାବିତ ହୋଇଛି। ବଣଜଙ୍ଗଲରେ ବସବାସ କରୁଥିବା...

ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ  ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ରାଜ୍ୟ ବିଧାନସଭା ପକ୍ଷରୁ ମଙ୍ଗଳବାର ଏହି ବିଧିବଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାରେ...

କୁଟିର ଶିଳ୍ପ ପ୍ରୋତ୍ସାହନ ପାଇଁ ସଚେତନତା କର୍ମଶାଳା

କର୍ଲାମୁଣ୍ଡା,୩୦।୮(ଡି.ଏନ.ଏ.):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲା ଶିଳ୍ପ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ଶୁକ୍ରବାର କୁଟିର ଶିଳ୍ପର ପ୍ରୋତ୍ସାହନ ପାଇଁ ଏକ ଜନସଚେତନତା କର୍ମଶାଳା...

ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଅଚଳ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ

ନାଉଗାଁ ,୨୫।୧୧(ସ୍ବ.ପ୍ର.): ରୋଗୀଙ୍କୁ ବିନାମୂଲ୍ୟରେ ହସ୍‌ପିଟାଲରେ ପହଞ୍ଚାଇବା ପାଇଁ ସରକାର ୧୦୮ ପରି ଜରୁରି ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି। ଏହି ଆମ୍ବୁଲାନ୍ସ ସେବା ନାଉଗାଁ...

ନଦୀ ଖୋଳା, ପୋଲ ନିର୍ମାଣରେ ଅନିୟମିତତା

ଖଇରା, ୨୩।୬(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୋଚିଆକୋଇଲି ଦେଇ ଯାଇଥିବା ଢଙ୍କଣ ନଦୀ ଖୋଳା ଓ ଅନ୍ୟ ୩ ପୋଲ ନିର୍ମାଣରେ ଅନିୟମତତା...

ରାତିରେ ଭାଜପା, ସକାଳେ ବିଜେଡି

ସମ୍ବଲପୁର,୨୮ା୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ଘଡିକେ ଘୋଡା ଛୁଟିବା ସ୍ଥିତି ଦେଖିବାକୁ...

Advertisement
Archives

Model This Week