Posted inଜାତୀୟ

ସୁପ୍ରିମକୋର୍ଟ ଗଲେ ପ୍ରଶାନ୍ତ

ନୂଆଦିଲ୍ଲୀ,୨୦ା୮ : ଅଦାଲତ ଅବମାନନା ମାମଲାରେ ଦଣ୍ଡବିଧାନର ଦିନକ ପୂର୍ବରୁ ବରିଷ୍ଠ ଆଇନୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରିଭ୍ୟୁ ପିଟିଶନ୍‌ର ଶୁଣାଣି ନ ହେବା ଯାଏ ତାଙ୍କ ବିରୋଧରେ ଦଣ୍ଡବିଧାନ କରା ନ ଯାଉ ବୋଲି ସେ ଏକ ଆବେଦନ କରିଛନ୍ତି।
୪ ପୂର୍ବତନ ସିଜେଆଇ ଓ ବର୍ତ୍ତମାନର ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କୁ ନେଇ ପ୍ରଶାନ୍ତ ଭୂଷଣ କରିଥିବା ଟୁଇଟ୍‌ ଅଦାଲତ ଅବମାନନା କରୁଛି ବୋଲି ଗତ ୧୪ ତାରିଖରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ପ୍ରଶାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍‌ ଓ ୨ ହଜାର ଟଙ୍କା ଯାଏ ଜରିମାନା ହୋଇପାରେ। ଗୁରୁବାର ତାଙ୍କ ଦଣ୍ଡବିଧାନ କରାଯିବାକୁ ଧାର୍ଯ୍ୟ ହୋଇଥିବାବେଳେ ଏହାକୁ ରୋକିବା ପାଇଁ ପ୍ରଶାନ୍ତ ବୁଧବାର ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଛନ୍ତି। ଏଥିରେ ପ୍ରଶାନ୍ତ ଉଲ୍ଲେଖ କରିଛନ୍ତି ଯେ, ଅଗଷ୍ଟ ୧୪ ରାୟକୁ ବିସ୍ତୃତ ଅନୁଧ୍ୟାନ କରିବା ଓ ଉପଯୁକ୍ତ ଆଇନଗତ ପରାମର୍ଶ ନେବା ପରେ ସେ ଏହା ବିରୋଧରେ ଏକ ରିଭ୍ୟୁ ପିଟିଶନ ଦାଖଲ କରିବାକୁ ଚାହୁଁଛନ୍ତି। କାରଣ ଅଭିବ୍ୟକ୍ତି ସ୍ବାଧୀନତା ପ୍ରସଙ୍ଗରେ ଏହି ରାୟ ସାମ୍ବିଧାନିକ ଗୁରୁତ୍ୱ ଦୃଷ୍ଟିରୁ ବିପଜ୍ଜନକ। ରାୟ ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ଆବେଦନକାରୀ ସମୀକ୍ଷା ପିଟିଶନ ଦାଏର କରିପାରିବେ ବୋଲି ସୁପ୍ରିମକୋର୍ଟ ରୁଲ୍ସ, ୨୦୧୩ରେ ବ୍ୟବସ୍ଥା ରହିଛି। ତେଣୁ ୨୦ ତାରିଖରେ ଦଣ୍ଡବିଧାନ କରା ନ ଯାଇ ରିଭ୍ୟୁ ପିଟିଶନ୍‌ର ବିଚାର କରାଯିବା ଯାଏ ଏହାକୁ ସ୍ଥଗିତ ରଖାଯାଉ ବୋଲି ପ୍ରଶାନ୍ତ ଆବେଦନ କରିଛନ୍ତି।

ସାମ୍ବିଧାନିକ ପୀଠରେ ଶୁଣାଣି ହେଉ: ଜଷ୍ଟିସ୍‌ ଜୋସେଫ୍‌
ମାନବାଧିକାର କର୍ମୀ ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ଶୁଣାଣି ସାମ୍ବିଧାନିକ ପୀଠରେ କରାଯାଉ ବୋଲି ବୁଧବାର ତାଙ୍କ ସପକ୍ଷରେ ବାହାରିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି କୁରିଏନ୍‌ ଯୋସେଫ।
ଜଷ୍ଟିସ୍‌ ଜୋସେଫ୍‌ଙ୍କ ମତରେ ପ୍ରଶାନ୍ତଙ୍କ ବିରୋଧରେ ଅବମାନନା ମାମଲା ଯୋଗୁ ଆଇନର କେତେକ ଦିଗ ଉପରେ ପ୍ରଶ୍ନ ଉଠିଛି, ଯାହାର ବିଚାର ଏକ ସାମ୍ବିଧାନିକ ପୀଠରେ ହୋଇପାରିବ। ଗୋଟିଏ ଅଦାଲତଙ୍କ ପକ୍ଷରୁ ନିଜ ଆଡ଼ୁ ରୁଜୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ସମ୍ପୃକ୍ତ କୋର୍ଟର ବୃହତ୍‌ ବେଞ୍ଚ୍‌ରେ ଅପିଲ କରିବା ସୁଯୋଗ ମିଳୁ। ସମ୍ବିଧାନର ଅନୁଚ୍ଛେଦ ୧୪୫ (୩) ଅନୁସାରେ ସାମ୍ବିଧାନିକ ସମୀକ୍ଷା ସମ୍ପର୍କିତ ପ୍ରଶ୍ନ ଉଠିଲେ ଅନୂ୍ୟନ ୫ ବିଚାରପତି ବିଶିଷ୍ଟ ସାମ୍ବିଧାନିକ ପୀଠରେ ମାମଲାର ଶୁଣାଣି ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଫୁଲବାଣୀର ନୂତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ଓ…

ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

ଆସନ୍ତା ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ: ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲା ଦାୟିତ୍ବ, ଜାଣନ୍ତୁ …

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri