କରୋନା କଲା ରେକର୍ଡ: ୨୮ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୦।୮: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଲକ୍ଷ ୩୬ ହଜାର ୯୫୨ଛୁଇଁଛିି। ସେହିପରି ମୃତକଙ୍କ ସଂଖ୍ୟା ୫୩ ହଜାର ୮୬୬ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। ଏହି ସମୟ ମଧ୍ୟରେ ଦେଶରେ ୬୯ ହଜାର ୬୫୨ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ୯୭୭ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦ ଲକ୍ଷ ୯୬ ହଜାର ୬୬୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୬ ଲକ୍ଷ ୮୬ ହଜାର ୫୧୪ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଅଗଷ୍ଟ ୧୯ ସୁଦ୍ଧା ୩ କୋଟି ୨୭ ଲକ୍ଷ ୪୨ ହଜାର ୭୮୨ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ମଙ୍ଗଳବାର ୯ ଲକ୍ଷ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମାଜ ଉପରେ ଜୋର ଜବଦରଦସ୍ତ ନିଜ ଚିନ୍ତାଧାରା ଲଦି ଦେବା ନୁହେଁ ଯୁକ୍ତିଯୁକ୍ତ: ରାଷ୍ଟ୍ରପତି

ବିଶୁନପୁର,୨୯।୨: ସମାଜ ଉପରେ ଜୋର ଜବଦରଦସ୍ତ ନିଜର ବ୍ୟକ୍ତିଗତ ଚିନ୍ତାଧାରାକୁ ଲଦି ଦେବା ଯୁକ୍ତିଯୁକ୍ତ ନୁହେଁ। ଏହା ଏକ ପ୍ରକାର ବିକୃତ ମନୋଭାବ। ଅପରପକ୍ଷରେ ଦେଶକୁ...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬୦୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୫।୧(ବ୍ୟୁରୋ): ଖସିବରେ ଲାଗିଛି ଦୈନିକ କରୋନା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୪୯...

ହରିୟାଣା କଂଗ୍ରେସରେ ଫାଟ, ଭାଜପା ଶିବିରକୁ ଯିବେ କୁଲଦୀପ ବିଷ୍ନୋଇ…

ଚଣ୍ଡିଗଡ଼,୩।୮ : ହରିୟାଣା ରାଜନୀତିରେ କଂଗ୍ରେସ ବିଧାୟକ କୁଲଦୀପ ବିଷ୍ନୋଇଙ୍କ ସମ୍ପର୍କରେ ଚାଲିଥିବା କଳ୍ପନା ଜଳ୍ପନା ଏବେ ଶେଷ ହୋଇଛି। ସେ ନିଜେ ଭାରତୀୟ ଜନତା...

ଶେରଗଡ଼ରେ ପ୍ରଧାନଶିକ୍ଷକଙ୍କର କରୋନାରେ ମୃତ୍ୟୁ: ଯୋଦ୍ଧା ଭାବେ ଗ୍ରହଣ କରିବାକୁ ଦାବି

ଶେରଗଡ଼,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଥୁରୁବୁରାଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶିଷ୍ଠ କୁମାର ପ୍ରହରାଜଙ୍କର କରୋନାରେ ମଙ୍ଗଳବାର ସାରେ ମୃତ୍ୟୁ ଘଟିଛି। ସେ ଗତ...

୩ ଅଯୋଗ୍ୟ ଘୋଷିତ ବିଧାୟକ ଯିବେ ସୁପ୍ରିମ୍‌କୋର୍ଟ: ବାଚସ୍ପତିଙ୍କ ନିଷ୍ପତ୍ତିକୁ କଂଗ୍ରେସ-ଜେଡିଏସ୍‌ କଲେ ସ୍ବାଗତ

ବେଙ୍ଗାଲୁର୍‌,୨୮।୭: କର୍ନାଟକରେ କ୍ଷମତା କନ୍ଦଳ ଡ୍ରାମା ଶେଷ ହେବାର ନାଁ ଧରୁନି। ବାଚସ୍ପତି ଆର୍‌ ରମେଶ କୁମାର ଗୁରୁବାର ୩ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ।...

ଟଳିଲା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର, ୨୦ା୭: ଜମ୍ମୁ-କଶ୍ମୀରର ଶ୍ରୀନଗର ଜିଲାରେ ୩୦ କେଜି ଆଇଇଡି ବିସ୍ଫୋରକକୁ ମଙ୍ଗଳବାର ନିଷ୍କ୍ରିୟ କରିଦେଇଛି ସୁରକ୍ଷା ବଳ। ଫଳରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ...

ଲେହ ମାନଚିତ୍ର ବିବାଦ: ଗୃହ କମିଟିରେ କ୍ଷମା ମାଗିଲା ଟୁଇଟର

ନୂଆଦିଲ୍ଲୀ,୩୦ା୧୦: ଲେହକୁ ଚାଇନାର ଅଞ୍ଚଳ ଭାବେ ଦର୍ଶାଇଥିବା ମାଇକ୍ରୋ-ବ୍ଲଗିଙ୍ଗ୍‌ ସାଇଟ ଟୁଇଟର ଗୁରୁବାର ଏଥିପାଇଁ ଯୁଗ୍ମ ସଂସଦୀୟ କମିଟି ନିକଟରେ କ୍ଷମାପ୍ରାର୍ଥନା କରିଛି। ଏନେଇ ସ୍ପଷ୍ଟୀକରଣ...

ବାଲେଶ୍ୱର, ଭଦ୍ରକ, ଯାଜପୁର ପାଇଁ ଷ୍ଟେଟ୍‌ ର଼୍ୟାପିଡ୍‌ ରେସପନ୍ସ ଟିମ୍‌ ଗଠିତ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ବାଲେଶ୍ୱର, ଭଦ୍ରକ, ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨ ଦିନ ଭିତରେ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

Advertisement
Archives

Model This Week