Posted inଜାତୀୟ

ଜାତୀୟ ନିଯୁକ୍ତି ଏଜେନ୍ସି ସ୍ଥାପନକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ, ୨୦।୮(ଆଇଏନ୍‌ଏସ୍‌): ଜାତୀୟ ନିଯୁକ୍ତି ଏଜେନ୍ସି ସ୍ଥାପନକୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଅଧିକାଂଶ କେନ୍ଦ୍ରୀୟ ସରକାରୀ ଚାକିରି ପାଇଁ ଏହି ସଂସ୍ଥା ସାଧାରଣ ଯୋଗ୍ୟତା ପରୀକ୍ଷା ପରିଚାଳନା କରିବ। ଏହା ଏକ ଐତିହାସିକ ନିଷ୍ପତ୍ତି ଯାହା ନିଯୁକ୍ତି ଆଶାୟୀ ଯୁବତୀଯୁବକଙ୍କ ପାଇଁ ଲାଭଦାୟକ ହେବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଚଳିତ ବର୍ଷର କେନ୍ଦ୍ରୀୟ ବଜେଟ ଉପସ୍ଥାପନ ବେଳେ ସରକାର ଜାତୀୟ ନିଯୁକ୍ତି ଏଜେନ୍ସି (ଏନ୍‌ଆର୍‌ଏ) ପ୍ରସ୍ତାବ ଆଣିଥିଲେ। ଏହା ଏକ ନିରପେକ୍ଷ ସଂଗଠନ ଯାହା ସରକାରୀ ନିଯୁକ୍ତି ପାଇଁ ସାଧାରଣ ଯୋଗ୍ୟତା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରିବ। ଏବେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଏବଂ ଷ୍ଟାଫ୍‌ ସିଲେକ୍ସନ କମିଶନ (ଏସ୍‌ଏସ୍‌ସି) ଜରିଆରେ ସରକାରୀ ନିଯୁକ୍ତି ଲାଗି ପରୀକ୍ଷା କରାଯାଉଛି।
ଏନ୍‌ଆର୍‌ଏ ସ୍ଥାପନ ଲାଗି କ୍ୟାବିନେଟ ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟର ଜରିଆରେ ଉଚ୍ଚ ପ୍ରଶଂସା କରିଛନ୍ତି। ଦେଶର କୋଟି କୋଟି ଯୁବତୀଯୁବକଙ୍କ ପାଇଁ ଏହା ବରଦାନ ହେବ। ବିଭିନ୍ନ ନିଯୁକ୍ତି ପାଇଁ ସେମାନଙ୍କୁ ଆଉ ଏକାଧିକ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଫଳରେ ସେମାନଙ୍କର ମୂଲ୍ୟବାନ ସମୟ ଓ ସମ୍ବଳ ବଞ୍ଚତ୍ବା ସହ ନିଯୁକ୍ତି କ୍ଷେତ୍ରରେ ସ୍ବଚ୍ଛତା ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏନ୍‌ଆର୍‌ଏ ସବୁ ଜିଲାରେ ପରୀକ୍ଷା କେନ୍ଦ୍ର କରିବ। ପରୀକ୍ଷାର୍ଥୀଙ୍କୁ ବିଶେଷ କରି ମହିଳା ପ୍ରାର୍ଥୀଙ୍କୁ ପରୀକ୍ଷା ପାଇଁ ଦୂରକୁ ଯିବାକୁ ପଡ଼ିବ ନାହିଁ। ସମ୍ପ୍ରତି ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କୁ ବିଭିନ୍ନ ସଂସ୍ଥା ଅଧୀନରେ ଭିନ୍ନ ଭିନ୍ନ ପରୀକ୍ଷା ଦେବାକୁ ପଡ଼ୁଛି। ଏଥିରେ ସମୟ ବରବାଦ ହେବା ସହ ନିଯୁକ୍ତି ଆଶାୟୀମାନେ ଖର୍ଚ୍ଚାନ୍ତ ହେଉଛନ୍ତି। ଦୂରରେ ଥିବା ପରୀକ୍ଷାକେନ୍ଦ୍ରକୁ ଯିବା ଆସିବା, ରହିବା ଆଦିରେ ମଧ୍ୟ ଅଧିକ ଖର୍ଚ୍ଚ ହେଉଛି। ଗୋଟିଏ ପରୀକ୍ଷା ହେବା ଦ୍ୱାରା ଏହିସବୁ ଖର୍ଚ୍ଚରୁ ମୁକ୍ତି ମିଳିବ ବୋଲି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାରୀଙ୍କୁ ବିବାହ ପାଇଁ ପୀଡ଼ିତାଙ୍କ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ,୨।୮: ବଳାତ୍କାର କରିଥିବା ପୂର୍ବ ପାଦ୍ରୀଙ୍କୁ ବିବାହ ପାଇଁ ପୀଡ଼ିତାଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ହୋଇଥିବା ଏକ ଆବେଦନ ଖାରଜ ହୋଇଯାଇଛି। କେରଳର କୋଟିୟୁରରେ ବାସ କରୁଥିବା...

ନମସ୍ତେ ଟ୍ରମ୍ପ୍‌: ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୩୬ ଘଣ୍ଟା ଗସ୍ତ କାର୍ଯ୍ୟକ୍ରମରେ ୧୦୦ କୋଟିରୁ ଅଧିକ ଖର୍ଚ୍ଚ

ଅହମଦାବାଦ୍‌,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ପରିବାର ପାଇଁ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।...

ଡାଇବେଟିସ୍‌ ଦୂର କରିବ ଏହି ଜୁସ୍‌

ଆଜିକାଲି ଅଧିକାଂଶ ବ୍ୟକ୍ତି ଡାଇବେଟିସରେ ପୀଡ଼ିତ। ଡାଇବେଟିସ ରୋଗୀ ଯେହେତୁ ନିଜର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହନ୍ତି, ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ...

ଫସଲ ବୀମାରେ ମିଳିଛି ମାତ୍ର ୯୦ ଟଙ୍କା, ମହାରାଷ୍ଟ୍ର ଚାଷୀଙ୍କ ଦୁଃଖଭରା କାହାଣୀ…

ମୁମ୍ବାଇ,୨୭।୧୧ : ମହାରାଷ୍ଟ୍ରରେ ଅତ୍ୟଧିକ ବର୍ଷା ଯୋଗୁ ଅନେକ ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଥିଲା। ସେମାନେ ବହୁତ କମ କ୍ଷତିପୂରଣ ରାଶି ପାଇଛନ୍ତି ବୋଲି କୃଷକମାନେ...

ଶୁଭେନ୍ଦୁଙ୍କ ଶରଣରେ ଅପରାଧୀ: ଟିଏମ୍‌ସି

କୋଲକାତା,୨୩।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ମାଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ...

ଦିନକରେ ସର୍ବାଧିକ ୭ ଲକ୍ଷ ପରୀକ୍ଷା

ନୂଆଦିଲ୍ଲୀ, ୧୦।୮(ପି.ଟି.): ଭାରତରେ ଗୋଟିଏ ଦିନରେ ରେକର୍ଡ ୭ ଲକ୍ଷରୁ ଅଧିକ କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଦେଶରେ ମୋଟ ନମୁନା ପରୀକ୍ଷା ସଂଖ୍ୟା...

ଭାରତୀୟ ଶିକ୍ଷାନୁଷ୍ଠାନରେ ଚାଇନାର ଅନୁପ୍ରବେଶ

ନୂଆଦିଲ୍ଲୀ, ୧୦।୯(ଆଇଏଏନ୍‌ଏସ୍‌): ଚାଇନା ଗତ କିଛିବର୍ଷ ମଧ୍ୟରେ ଅନେକ ଭାରତୀୟ ସେକ୍ଟରରେ ନିଜର ପ୍ରଭାବ ବିସ୍ତାର କରିଥିବା ଜଣାପଡ଼ିଛି। କେବଳ ଆମୋଦପ୍ରମୋଦ କ୍ଷେତ୍ର ନୁହେଁ, ଶିକ୍ଷା...

ଆତଙ୍କବାଦ-ମ୍ୟାଚ୍‌ ଏକାସାଥିରେ ହୋଇ ପାରିବନି, ଭାରତ-ପାକ୍‌ ମ୍ୟାଚ୍‌ ରାଷ୍ଟ୍ରଧର୍ମର ବିରୁଦ୍ଧ…

ନୂଆଦିଲ୍ଲୀ,୨୪।୧୦: ରବିବାର ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଏହା ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଯଦିଓ ଭାରତୀୟ...

Advertisement
Archives

Model This Week