ଶ୍ରୀନଅର ବୀଜେ ହେଲା ଖଡ଼ିପ୍ରସାଦ
ପୁରୀ ଅଫିସ,୨୦।୬: ଦତ୍ତ ମହାପାତ୍ର ସେବକମାନେ ଶନିବାର ନିଜ ଘରୁ ଶ୍ରୀମନ୍ଦିରକୁ ଖଡ଼ିପ୍ରସାଦ ବିଜେ କରାଇଥିଲେ। ପତି ମହାପାତ୍ର ସଂସ୍କାର କରିବା ପରେ ମହାପ୍ରଭୁଙ୍କୁ ଖଡିପ୍ରସାଦ ଲାଗୁ ହୋଇଥିଲା। ପୂର୍ବାହ୍ନରେ ଦତ୍ତ ମହାପାତ୍ର ଏବଂ ଦଇତାପତି ସେବକ ଶ୍ରୀନଅରକୁ ଖଡ଼ି ପ୍ରସାଦ…
ସୁଶାନ୍ତଙ୍କର ରହିଛି ୩ଟି କମ୍ପାନୀ: ଗୋଟିଏ କଥିତ ପ୍ରେମିକା ରିଆଙ୍କ ନାମରେ
ନ୍ୟାସନାଲ ଫିଜିକ୍ସ ଅଲମ୍ପିଆଡ ବିଜେତା ସୁଶାନ୍ତ ସିଂ ରାଜପୁତଙ୍କର ବିଶ୍ୱ, ମହାକାଶ, ଗ୍ରହ ବିଷୟରେ ଜାଣିବାର ବିଶେଷ ଆଗ୍ରହ ରହିଥିଲା। ତାରା ଦେଖିବା ପାଇଁ ସେ ଏକ ଉନ୍ନତ ଟେଲିସ୍କୋପ ରଖିଥିଲେ। ଅଧିକାଂଶ ସମୟରେ ସେ ତାରା ଦେଖିବାକୁ ଭଲ ପାଉଥିଲେ।…
CORONAVIRUS UPDATE: ଆଜି ସର୍ବାଧିକ ୨୩୭ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୩୫୩୪କୁ ବୃଦ୍ଧି
ଭୁବନେଶ୍ୱର,୨୦।୬(ବ୍ୟୁରୋ): ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଆରୋଗ୍ୟ ସଂଖ୍ୟା ବଢ଼ୁଛି। ଏହି କ୍ରମରେ ଶନିବାର ରାଜ୍ୟରେ ସର୍ବାଧିକ ୨୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୫୩୪କୁ ବୃଦ୍ଧି…
ମାଲକାନଗିରିରେ ପୋଲିସ ମହାନିର୍ଦ୍ଦେଶକ ଅଭୟ: ଯୋଡ଼ାମ୍ବରେ ନୂତନ ଥାନା କଲେ ଉଦ୍ଘାଟନ
ମାଲକାନଗିରି,୨୦ା୬(ଡି.ଏନ୍.ଏ.): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର ମାଲକାନଗିରି ଜିଲା ଗସ୍ତ କରି ଫେରିଛନ୍ତି। ପ୍ରଥମେ ସେ ସ୍ବାଭିମାନ ଅଞ୍ଚଳ ଗସ୍ତ କରି ଯୋଡ଼ାଆମ୍ବଠାରେ ଏକ ନୂତନ ପୋଲିସ ଥାନା ଉଦ୍ଘାଟନ କରିଛନ୍ତି। ଏଥିସହ ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ଉପରେ…
ମାଲକାନଗିରିରେ ଆଉ ୨ କରୋନା ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୫୧କୁ ବୃଦ୍ଧି
ମାଲକାନଗିରି,୨୦ା୬(ଡି.ଏନ୍.ଏ.): ମାଲକାନଗିରି ଜିଲାରେ ଶନିବାର ପୁଣି ୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧କୁ ବୃଦ୍ଧି ପାଇଛି। ଆକ୍ରାନ୍ତ ଦ୍ୱୟ ମାଲକାନଗିରି ବ୍ଲକ ଅନ୍ତର୍ଗତ ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହୁଥିଲେ ଓ ଉଭୟ ତେଲେଙ୍ଗାନା…
କରୋନା ଚିକିତ୍ସା ପାଇଁ ଆସିଲା ଔଷଧ: ଦାମ ମାତ୍ର ୧୦୩ ଟଙ୍କା
ନୂଆଦିଲ୍ଲୀ,୨୦।୬: ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ କମ୍ପାନୀ କରୋନାରେ ସାମାନ୍ୟ ଭାବେ ପୀଡ଼ିତ ରୋଗୀଙ୍କ ଚିକିତ୍ସା ପାଇଁ ଏକ ଆଣ୍ଟିଭାଇରାଲ ଔଷଧ ଆଣିଛନ୍ତି। ଫାଭିପିରାଭିର(Favipiravir) ଆଣ୍ଟିଭାଇରାଲ ଔଷଧକୁ ଫାଭିଫ୍ଲୁ ବ୍ରାଣ୍ଡ ନାମରେ ଲଞ୍ଚ କରାଯାଇଛି। କମ୍ପାନୀ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। କମ୍ପାନୀ…
ଓଲିଉଡ୍ ଅଭିନେତ୍ରୀ ଦୀପା ସାହୁ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର,୨୦।୬(ବ୍ୟୁରୋ): ଓଡ଼ିଆ ଆଲବମ୍ କୁଇନ୍ ତଥା ଓଲିଉଡ୍ ଅଭିନେତ୍ରୀ ଦୀପା ସାହୁ ଅସୁସ୍ଥ। ତାଙ୍କୁ ଶନିବାର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଦୀପା ଓଡିଆ ଆଲବମ ଇଣ୍ଡଷ୍ଟ୍ରିର ଜଣାଶୁଣା ନାମ। ୯୦…
କୋଠରିରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ଯୁବକ ଗିରଫ; ହତ୍ୟା ଅଭିଯୋଗ ଆଣିଲେ ବାପା
ବ୍ରହ୍ମପୁର ଅଫିସ,୨୦ା୬: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ମୁକ୍ତେଶ୍ୱର ନଗରରେ ରହୁଥିବା ଜଣେ ନାବାଳିକାଙ୍କ ମୃତଦେହ ପୋଲିସ ଏକ କୋଠରିରୁ ଶନିବାର ଉଦ୍ଧାର କରିଛି। ନାବାଳିକାଙ୍କୁ ଗତ ମାର୍ଚ୍ଚ ମାସରେ ଜରଡ଼ା ଥାନା ଅନ୍ତର୍ଗତ ଖାରିଆଗୁଡା ଆଲୋକ ମହାରଣା…
ସୁଶାନ୍ତଙ୍କ ଆତ୍ମହତ୍ୟା ପରଠାରୁ ତାଙ୍କ ଭିଡିଓ ଦେଖୁଥିଲେ ପ୍ରଶଂସକ: ଶେଷରେ ହାରିଲେ ଜୀବନ
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପ୍ରଶଂସକମାନେ ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରୁଛନ୍ତି। ଏବେ ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଛନ୍ତି। ସେ ହେଲ ବିଶାଖାପାଟଣାର ୨୧ ବର୍ଷୀୟା ମହିଳା । ସୁଶାନ୍ତଙ୍କ ମୃତ୍ୟୁ ଖବରକୁ…
ଏହି ୫ କଥା ପ୍ରତି ଗୁରୁତ୍ୱ ଦେଲେ ମିଳିବ ସାଥୀଙ୍କ ଭରପୂର ପ୍ରେମ, ଜୀବନ ହୋଇଉଠିବ ମଧୁମୟ
ସାମାନ୍ୟ କଥାକୁ ନେଇ ମଧ୍ୟ ବେଳେ ବେଳେ ଦାମ୍ପତ୍ୟ ଜୀବନରେ ଝଡ଼ ଆସିଥାଏ। ପରିଶେଷରେ ଏହି ଝଡ଼ ଉଗ୍ର ରୂପ ଧାରଣ କରିଥାଏ। ଏପରିକି ବିଚ୍ଛେଦ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ। ମାତ୍ର ସମ୍ପର୍କକୁ ସୁଦୃଢ଼ କରିବା କୌଣସି ଯାଦୁଗରି କଥା…
ଚାଇନାର ଚେତାବନୀ: ୨୦ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିବ କରୋନା ଭୂତାଣୁ
ବେଜିଂ, ୨୦।୬: କରୋନା ସଂକ୍ରମଣ ନେଇ ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ଏପରିସ୍ଥଳେ ଚାଇନାର ମହାମାରୀ ବିଶେଷଜ୍ଞ ଲି ଲାନଜୁଆନ୍ ଚେତାବନୀ ଦେଇଛନ୍ତି ଯେ, ମାଇନସ୍ ୨୦ ଡିଗ୍ରୀ ତାପମାତ୍ରା ମଧ୍ୟରେ କରୋନା ଭୂତାଣୁ ୨୦ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିପାରିବ। ମାଇନସ୍…
ଚାଇନା ଉତ୍ପାଦ ବ୍ୟବହାର ନ କରିବାକୁ ଚାହୁଁଛନ୍ତି ୮୭ ପ୍ରତିଶତ ଭାରତୀୟ
ନୂଆଦିଲ୍ଲୀ, ୨୦।୬: ଗଲଓ୍ବାନ ଘାଟିରେ ୨୦ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏନେଇ ଭାରତୀୟଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବାରେ ଲାଗିଛି। ଚାଇନାକୁ ଆର୍ଥିକ କ୍ଷେତ୍ରରେ ଦୁର୍ବଳ କରିବା ଲାଗି ୮୭ ପ୍ରତିଶତ ଭାରତୀୟ କୌଣସି ଚାଇନା ଉତ୍ପାଦ ଏକବର୍ଷ ପର୍ଯ୍ୟନ୍ତ…
Archives


