Home

ଲକ୍ଷଣ ଥାଇ ସରପଞ୍ଚଙ୍କ ବାପାଙ୍କର ହୋଇପାରିଲାନି କରୋନା ପରୀକ୍ଷା

କୁଜଙ୍ଗ,୨୧ା୯(ଡି.ଏନ୍‌.ଏ.): କରୋନା ଟେଷ୍ଟିଂ ଠିକ୍‌ ଭାବେ ହେଉ ନ ଥିବା ନେଇ ଅଭିଯୋଗ ଆଣିଥିବା ସରପଞ୍ଚଙ୍କ ବାପାଙ୍କୁ ଡାକ୍ତରଖାନା ପକ୍ଷରୁ ଜାଣିଶୁଣି ହଇରାଣ କରାଯାଉଥିବା ଅଭିଯୋଗ ଆଣିଛନ୍ତି କୁଜଙ୍ଗ ବ୍ଲକ ଅଧୀନ ଗରେଇ ପଞ୍ଚାୟତ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ। ଅଭିଯୋଗ ମୁତାବକ,…

କୋଟିଏ ଟଙ୍କାର ରାସ୍ତାରେ ବସୁଛି ହାଟ

ଯାଜପୁର ଅଫିସ/ଯାଜପୁର ରୋଡ୍‌, ୨୧।୯ (ଡି.ଏନ୍‌.ଏ.): କର୍ମବର୍ଦ୍ଧିଷ୍ଣୁ ଯାଜପୁର ସହରର ଟ୍ରାଫିକ ସମ୍ଭାଳିବାକୁ ସହରରେ ନୂତନ ବିକଳ୍ପ ରାସ୍ତା ପ୍ରତି ଧ୍ୟାନ ଦିଆଯାଉନାହିଁ। ଜିଲା ପ୍ରଶାସନ, କଳିଙ୍ଗନଗର ଉନ୍ନୟନ ପରିଷଦ ଓ ଯାଜପୁର ମ୍ୟୁନିସିପାଲିଟିର ଏ ଦିଗରେ ସମନ୍ବିତ ଉଦ୍ୟମ ନାହିଁ…

ବନ୍ୟା ବିପନ୍ନଙ୍କ ଦୁଃଖ ବଢ଼ାଇଛି ଲଘୁଚାପ ବର୍ଷା

ବରୀ,୨୧ା୯(ଡି.ଏନ୍‌.ଏ.): ଗତ ଅଗଷ୍ଟରେ ହୋଇଥିବା ବନ୍ୟାରେ ବରୀ ବ୍ଲକର ବହୁ କଚ୍ଚା ଘର ଭାଙ୍ଗିଯିବା ଫଳରେ ବନ୍ୟା ପ୍ରଭାବିତ ଲୋକମାନେ ବାସହରା ହୋଇ ଉଚ୍ଚ ସ୍ଥାନ ଓ ନଦୀବନ୍ଧ ଉପରେ ଆଶ୍ରୟ ନେଇଥିଲେ। ବନ୍ୟା ଛାଡିବାର ଦୀର୍ଘ ତିନିସପ୍ତାହ ପରେ ବି…

ତିର୍ତ୍ତୋଲ ଉପନିର୍ବାଚନ: ପ୍ରାର୍ଥୀ ଚୟନକୁ ନେଇ ଟଣାଓଟରା

ଜଗତ୍‌ସିଂହପୁର ଅଫିସ୍‌, ୨୧।୯: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନେଇ ରାଜନୈତିକ ପରିବେଶ ଚଳଚଞ୍ଚଳ ହୋଇପଡିଛି। ବିଶେଷକରି ବିଜେଡି, ଭାଜପା ଓ କଂଗ୍ରେସରୁ କିଏ ପ୍ରାର୍ଥୀ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି। ଏଥର ପ୍ରାର୍ଥୀ ଦୌଡ଼ରେ ବହୁ ନୂଆ ମୁହଁ…

ନିଜ କରୋନା ଟିକା ଉପରେ ରୁଷ୍‌ର ନାହିଁ ଭରସା: ଲୋକଙ୍କୁ ଦେବାକୁ ବାରଣ

ମସ୍କୋ, ୨୧।୯: ରୁଷ୍‌ ପ୍ରଥମେ ଅଗଷ୍ଟ ୧୧ରେ କରୋନା ପ୍ରତିଷେଧକ ଟିକା ପ୍ରସ୍ତୁତି କରି ପୃଥିବୀରେ ଇତିହାସ ରଚିଥିଲା। ତେବେ ଏବେ ରୁଷ୍‌ ଟିକାର ପ୍ରଭାବ ଉପରେ ଭରସା କରି ପାରୁନାହିଁ। ଟିକାର ସମ୍ପୂର୍ଣ୍ଣ ପରୀକ୍ଷା ଶେଷ ନ ହୋଇଥିବାବେଳେ ଏହାକୁ…

ପ୍ରଯୋଜକ ବୀରକିଶୋର ମହାପାତ୍ରଙ୍କ ପରଲୋକ

କଟକ ଅଫିସ,୨୧।୯: ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ତଥା ନାଟ୍ୟକାର ବୀରକିଶୋର ମହାପାତ୍ର(୯୨)ଙ୍କର ଶନିବାର ରାତିରେ ମଧୁସୂଦନ ନଗରସ୍ଥ ବାସଭବନରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ…

ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ଆରମ୍ଭ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ସୋମବାରଠାରୁ ରାଜ୍ୟରେ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। କୋଭିଡ୍‌ ନିୟମ ପାଳନ କରାଯାଇ ଏହି ନାମଲେଖା ଆରମ୍ଭ ହୋଇଛି। ପ୍ରତି ଘଣ୍ଟାରେ ୧୫ ଜଣ ଛାତ୍ରୀଛାତ୍ର ନାମ ଲେଖାଇ ପାରିବେ। ସକାଳ ୯ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ…

ଥାନାରେ ପହଞ୍ଚି ପୋଲିସର କାନ ଧରିଲା ମାଙ୍କଡ, ଆଉ ତା’ପରେ

ସାଧାରଣତଃ ପୋଲିସ ନାଁ ଶୁଣିଲେ ଲୋକେ ଭୟଭୀତ ହୋଇଯାନ୍ତି। କିନ୍ତୁ ମଧ୍ୟ ପ୍ରଦେଶରର ବୈତୁଲର ଏକ ଥାନାରେ ମାଙ୍ଗଡ ପୋଲିସକୁ ଭୟଭୀତ କରିଦେଇଛି। ଗତ ୧୦ ଦିନ ହେବ ଏକ ମାଙ୍ଗଡ ପୋଲିସ ଅସୁବିଧାରେ ପକାଇଛି। ବାରମ୍ବାର ଥାନା ଭିତରେ ପଶିଯାଇ…

କାନାଗାଁରୁ କଟକ ଷ୍ଟୁଡିଓ

କଟକ ଅଫିସ,୨୧।୯: ବଣମଲ୍ଲୀ, ବଣରେ ମଉଳି ଯାଇନି। ଅପହଞ୍ଚ ଦୁର୍ଗମ ପାହାଡ଼ି ଇଲାକାର ପ୍ରତିଭା ମୁଖ୍ୟସ୍ରୋତକୁ ଆସିଛି। ସୁଦୂର କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କାନାଗାଁ ପଞ୍ଚାୟତ ଚିନ୍ତାଗୁଡ଼ା ଗ୍ରାମର ଆଦିବାସୀ ଝିଅ ନମିତା ମେଲକା ଏବେ କଟକ ସିଡିଏସ୍ଥିତ ନ୍ୟୁ…

ରାଜ୍ୟ ସଭାରେ ହଙ୍ଗାମା: ୮ ଏମ୍‌ପି ସପ୍ତାହେ ପାଇଁ ନିଲମ୍ବିତ

ନୂଆଦିଲ୍ଲୀ, ୨୧।୯: ମୌସୁମୀ ଅଧିବେଶନର ୮ମ ଦିନରେ ସୋମବାର ରାଜ୍ୟ ସଭାରେ ୮ ବିରୋଧୀ ସଦସ୍ୟଙ୍କୁ ଏକ ସପ୍ତାହ ପାଇଁ ନିଲମ୍ବିତ କରାଯାଇଛି। କୃଷି ବିଧେୟକକୁ ନେଇ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ କରାଯାଇଥିବା ହଙ୍ଗାମାକୁ ନେଇ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ…

ସ୍କୁଲ ଫିସ୍‌ ଦେବା ପାଇଁ ବାସନ ବିକୁଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡର ବ୍ୟାଡ୍‌ମ୍ୟାନ୍‌ ଗୁଲଶନ ଗ୍ରୋଭରଙ୍କୁ ଆଜି ୬୫ ବର୍ଷ ହୋଇଛି। ପିଲାଦିନକୁ ଦାରିଦ୍ର୍ୟରେ ବିତାଇଥିବା ଗୁଲଶାନ କେବଳ ବଲିଉଡରେ ନୁହେଁ, ହଲିଉଡ, ଜର୍ମାନ, ଅଷ୍ଟ୍ରେଲିୟ, ପୋଲାଣ୍ଡ, କାନାଡିୟ, ଇରାନ, ମାଲେସିଆ, ବ୍ରିଟେନ ଏବଂ ନେପାଳୀ ଚଳଚ୍ଚିତ୍ର ସମେତ ଭାରତର ବିଭିନ୍ନ ଭାଷାରେ…

‘ଫେଲୁଦା’କୁ ଅନୁମୋଦନ: କମ୍‌ ଖର୍ଚ୍ଚ, ସ୍ବଳ୍ପ ସମୟରେ କରୋନା ରିପୋର୍ଟ

ଭୁବନେଶ୍ୱର, ୨୧।୯(ବ୍ୟୁରୋ): ଏଣିକି କମ୍‌ ଖର୍ଚ୍ଚରେ କରୋନା ପରୀକ୍ଷା ହୋଇପାରିବ। ପୁଣି ସ୍ବଳ୍ପ ସମୟରେ ରିପୋର୍ଟ ଜାଣିହେବ। ଦେଶର ପ୍ରଥମ ସ୍ବଦେଶୀ କୋଭିଡ୍‌ ସିଆର୍‌ଆଇଏସ୍‌ପିଆର୍‌ (କ୍ଲଷ୍ଟରଡ ରେଗୁଲାରୀ ଇଣ୍ଟରସ୍ପେସ୍‌ଡ ଶର୍ଟ ପାଲିନ୍‌ଡ୍ରୋମିକ ରିପିଟ୍‌ସ) ଟେଷ୍ଟ କିଟ୍‌ ‘ଫେଲୁଦା’କୁ ଡ୍ରଗ୍ସ କଣ୍ଟ୍ରୋର ଜେନରୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?