Posted inଜାତୀୟ

ରାଜ୍ୟ ସଭାରେ ହଙ୍ଗାମା: ୮ ଏମ୍‌ପି ସପ୍ତାହେ ପାଇଁ ନିଲମ୍ବିତ

ନୂଆଦିଲ୍ଲୀ, ୨୧।୯: ମୌସୁମୀ ଅଧିବେଶନର ୮ମ ଦିନରେ ସୋମବାର ରାଜ୍ୟ ସଭାରେ ୮ ବିରୋଧୀ ସଦସ୍ୟଙ୍କୁ ଏକ ସପ୍ତାହ ପାଇଁ ନିଲମ୍ବିତ କରାଯାଇଛି। କୃଷି ବିଧେୟକକୁ ନେଇ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ କରାଯାଇଥିବା ହଙ୍ଗାମାକୁ ନେଇ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ଏଭଳି ନିଷ୍ପତ୍ତି ବାଚସ୍ପତି ଭେଙ୍କୟା ନାଇଡୁ ନେଇଛନ୍ତି। ଗୃହର ସାଧାରଣ କାର୍ଯ୍ୟକୁ ଅଚଳ କରିଥିବା, ରୁଲ୍‌ ବୁକ୍‌ ଚିରାଯାଇଥିବା ଏବଂ ମାଇକ୍‌ ଭଙ୍ଗା ଘଟଣାରେ ବାଚସ୍ପତି ଭେଙ୍କୟା ନାଇଡୁ ସଦସ୍ୟଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ସଦସ୍ୟଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସର ଡେରେକ ଓ ବ୍ରିଏନ ଏବଂ ସୁଶ୍ରୀ ଡୋଲା ସେନ୍‌ ରହିଛନ୍ତି। ସେହିପରି ଆଏନ୍‌ସିର ରାଜୀବ ସତଓ୍ବ, ସୟଦ ନାସିର ହୁସେନ ଏବଂ ରିପୁନ ବୋରା ରହିଛନ୍ତି। ସିପିଆଇଏମ୍‌ର ୨ ଜଣ ଏମ୍‌ପି ଏଲାମରମ୍‌ କରିମ୍‌ ଏବଂ କେ.କେ. ରାଗେଶ ନିଲମ୍ବିତ ଏମ୍‌ପିଙ୍କ ମଧ୍ୟରେ ରହିଛନ୍ତି। ଏଏପିର ଏମ୍‌ପି ସଞ୍ଜୟ ସିଂଙ୍କୁ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ନିଲମ୍ବିତ କରାଯାଇଛି। କୃଷି ବିଲ୍‌କୁ ନେଇ ରାଜ୍ୟ ସଭାରେ ହୋଇଥିବା ହଙ୍ଗାମାକୁ ବାଚସ୍ପତି ଦୃଢ଼ ନିନ୍ଦା କରିଛନ୍ତି। ବିରୋଧୀ ଦଳଙ୍କ ବିରୋଧ ସତ୍ତ୍ୱେ କୃଷି ବିଧେୟକକୁ ରାଜ୍ୟ ସଭାରେ ମଞ୍ଜୁରୀ ମିଳିଥିବା ସେ କହିଛନ୍ତି। ନିଲମ୍ବିତ ହେବା ପରେ ମଧ୍ୟ ସଦସ୍ୟମାନେ ରାଜ୍ୟ ସଭାରେ ଉପସ୍ଥିତ ରହିବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ଅଧାଘଣ୍ଟା ପାଇଁ ସ୍ଥଗିତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ରାଜ୍ୟରେ ବିଧାନସଭା ନିର୍ବାଚନ: ଫେବୃୟାରୀରେ ହୋଇପାରେ ତାରିଖ ଘୋଷଣା !

ନୂଆଦିଲ୍ଲୀ,୧୦।୧: ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ନିର୍ବାଚନ ଆୟୋଗ ଫେବୃୟାରୀରେ ତାରିଖ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ୧୫ ଜାନୁୟାରୀରେ...

ପଶ୍ଚିମବଙ୍ଗରେ ହାରିବ ଭାଜପା: ମମତା

କୋଲକାତା,୨୭ ।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ବୁଧବାର ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ୍ ବର୍ଷିଛନ୍ତି । ମମତା କହିଛନ୍ତି ଏହା ନିଶ୍ଚିତ...

ସିଦ୍ଧାନ୍ତ କପୁରଙ୍କୁ ମିଳିଲା ବେଲ୍‌

ମୁମ୍ବାଇ,୧୪ ।୬: ବଲିଉଡ ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁରଙ୍କୁ ଡ୍ରଗ୍ସ ମାମଲାରେ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା । ରବିବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁର...

ଲୋକଙ୍କ ପାଇଁ ବନ୍ଦ ହେଲା ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ,୧୩।୩(ପି.ଟି.): କରୋନା ଭୟରେ ରାଷ୍ଟ୍ରପତି ଭବନରେ ବାହାର ଲୋକଙ୍କ ପ୍ରବେଶକୁ ଶୁକ୍ରବାରଠାରୁ ବନ୍ଦ କରିଦିଆଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନ ପରିସରକୁ କୌଣସି ପର୍ଯ୍ୟଟକ...

କୃଷକଙ୍କ ବାଡ଼ିରେ ଫଳିଛି ୩ କେଜିର ଲେମ୍ବୁ, ଦେଖିବା ପାଇଁ ନାହିଁ ନ ଥିବା ଭିଡ଼

ଚଣ୍ଡିଗଡ଼,୨୬ା୧୨: ହରିୟାଣାର ଆଦାମପୁରର କିଶନଗଡ଼ ଗ୍ରାମ ନିବାସୀ କୃଷକ ବିଜେନ୍ଦ୍ର ଥୋରିଙ୍କ ବାଡ଼ିରେ ଏକ ଚମତ୍କାରିତା ଦେଖିବାକୁ ମିଳିଛି। ଯେଉଁଠାରେ ଲେମ୍ବୁଗୁଡ଼ିକ ତରଭୁଜ ଆକାରର ଫଳିଛି।...

ମହାମାରୀ ପରିଚାଳନାରେ ବିଫଳତା ସ୍ବୀକାର କଲା ମୋଦି ସରକାର

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କୁ ଇସ୍ତଫା ପତ୍ର ହସ୍ତାନ୍ତର କରିଥିଲେ ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ।...

ସୀମାରେ ବଳ ବଢ଼ାଉଛି ଚାଇନା

ନୂଆଦିଲ୍ଲୀ,୨୭ା୫ : ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣର କାରଣ ସାଜିଥିବା ଚାଇନାକୁ ଅନ୍ତର୍ଜାତୀୟ ସମୁଦାୟ କାଠଗଡ଼ାରେ ଛିଡ଼ା କରାଇଥିବାବେଳେ ନିଜ ପାପରୁ ଧ୍ୟାନ ହଟାଇବା...

ନଡ୍ଡାଙ୍କୁ ଜେଡ୍‌ ସୁରକ୍ଷା

ନୂଆଦିଲ୍ଲୀ,୧୧-୧୦(ପି.ଟି.): ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଜେଡ୍‌ ସୁରକ୍ଷା ଯୋଗାଇ ଦିଆଯାଇଛି। ତାଙ୍କୁ ଏଣିକି କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ୩୫ ଜଣ...

Advertisement
Archives

Model This Week