Home

ମଝି ଆକାଶରେ ପୁତ୍ର ସନ୍ତାନଙ୍କୁ ଜନ୍ମଦେଲେ ମହିଳା: ଲାଇଫ୍‌ ଟାଇମ୍‌ ମାଗଣା ଫ୍ରି ଟିକଟ ଉପହାର ଦେଲା ଇଣ୍ଡିଗୋ

ନୂଆଦିଲ୍ଲୀ, ୮।୧୦: ଦିଲ୍ଲୀରୁ ବେଙ୍ଗାଲୁରୁ ଉଡ଼ାଣ କରୁଥିବା ଇଣ୍ଡିଗୋ ବିମାନରେ ଜଣେ ମହିଳା ପୁତ୍ର ସନ୍ତାନଙ୍କୁ ଜନ୍ମଦେଇଛନ୍ତି। ମଝି ଆକାଶରେ ହଠାତ୍‌ ମହିଳାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ବାଧ୍ୟ ହୋଇ ଡାକ୍ତରଙ୍କ ସହାୟତାରେ ମହିଳାଙ୍କ ପ୍ରସବ କରାଯାଇଥିଲା। ବେଙ୍ଗାଲୁରୁରେ ବିମାନ…

ରାଜଭବନ ପେଟ୍ରୋଲ ପମ୍ପ ଅଞ୍ଚଳ ଏବେ ବିପଦମୁକ୍ତ

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଅଞ୍ଚଳ ଏବେ ବିପଦମୁକ୍ତ ହୋଇଛି। ଏନେଇ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଆଇଓସିଏଲ ଅଧିକାରୀ ବିଳମ୍ବିତ ରାତିରେ ଫାଟିଥିବା ଗ୍ୟାସ ଟାଙ୍କି ଖାଲି କରିଦେଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ,…

ଚାଇନାକୁ ଟ୍ରମ୍ପ୍‌ଙ୍କ ଚେତାବନୀ: ଭୋଗିବାକୁ ପଡ଼ିବ କୁକର୍ମର ଫଳ

ଓ୍ବାଶିଂଟନ, ୮।୧୦:କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଚେତାବନୀ ଦେଇଛନ୍ତି। ଟ୍ରମ୍ପ୍‌ କହିଛନ୍ତି ଚାଇନାକୁ କୁକର୍ମର ଫଳ ଭୋଗିବାକୁ ପଡ଼ିବ। ରାଷ୍ଟ୍ର ଉଦ୍ଦେଶ୍ୟରେ ଜାରି ହୋଇଥିବା ୪ ମିନିଟ୍‌ ୫୩ ସେକେଣ୍ଡର…

କେଶ କାଟି ଫସିଲେ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ

ଜେରୁସେଲମ,୬।୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସ୍ତ୍ରୀ ସାରା ନେତାନ୍ୟାହୁ ଲକଡାଉନ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ହେୟାର ଡ୍ରେସର୍‌କୁ ଡକାଇ ଡାକି ସେ କେଶ କାଟିଥିଲେ। ଏହାକୁ ନେଇ ବିରୋଧୀ ତାଙ୍କୁ…

କରୋନା ଲଢ଼େଇ: ଧରାବୀ ମଡେଲକୁ ବିଶ୍ୱବ୍ୟାଙ୍କର ତାରିଫ୍‌

ଜେନେଭା/ମୁମ୍ବାଇ, ୮।୧୦: ଭାରତରେ କରୋନା ମହାମାରୀ ସଂକ୍ରମଣ ବିରୋଧରେ ଲଢ଼େଇ ଜାରି ରହିଛି। ମୁମ୍ବାଇର ଧରାବୀରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ପ୍ରଚଳନ କରାଯାଇଥିବା ମଡେଲକୁ ବିଶ୍ୱବ୍ୟାଭ୍‌କ ପକ୍ଷରୁ ତାରିଫ୍‌ କରାଯାଇଛି। ଏସିଆର ବୃହତ୍ତମ ବସ୍ତିରେ କରୋନା ସଂକ୍ରମଣକୁ…

ଦଳୀୟ ଶୃଙ୍ଖଳାକୁ ଚେଲ୍ଲାକୁମାରଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୮ା୧୦(ବ୍ୟୁରୋ):କଂଗ୍ରେସ ଓଡ଼ିଶା ପ୍ରଭାରୀ ଏ. ଚେଲ୍ଲାକୁମାର ୬ ଦିନିଆ ଓଡ଼ିଶା ଗସ୍ତରେ ଆସି ବୁଧବାର ଦଳୀୟ ନେତାଙ୍କ ସହ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ଗତ ନିର୍ବାଚନରେ ବିଧାୟକ ଏବଂ ଏମ୍‌ପି ପ୍ରାର୍ଥୀ ହୋଇଥିବା ନେତା ଏବଂ…

ରାଜ୍ୟପାଳଙ୍କୁ ଭେଟିଲା ଭାଜପା

ଭୁବନେଶ୍ୱର, ୮ା୧୦(ବ୍ୟୁରୋ):ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦କୁ ବିଧାନସଭାରେ ଉଭୟ ଭାଜପା ଓ କଂଗ୍ରେସର ବିରୋଧ ସତ୍ତ୍ୱେ ଏହି ବଲ୍‌ ପାସ୍‌ ହୋଇଛି। ଅନ୍ୟପଟେ ଭାଜପା ବର୍ତ୍ତମାନ ସୁଦ୍ଧା ଏହି ବିଲ୍‌କୁ ବିରୋଧ କରବା ସହିତ ଏହା ଏକ କଳା ଆଇନ ବୋଲି…

ଜାତୀୟ ହାରଠୁ ଓଡ଼ିଶାରେ ୨୪% ଅଧିକ ବନାଞ୍ଚଳ

ଭୁବନେଶ୍ୱର,୮ା୧୦(ବ୍ୟୁରୋ):ଗୃହପାଳିତ ପ୍ରାଣୀଙ୍କୁ ଯେଉଁଭଳି ଭାବେ ଆମେ ସ୍ନେହ ଓ ଆଦର କରିଥାଉ, ବନ୍ୟପ୍ରାଣୀଙ୍କ ପ୍ରତି ସେହିଭଳି ଆଦର, ଦୟା, କରୁଣା ଭାବ ଆମ ଭିତରେ ରହିବା ଉଚିତ। ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ ସମସ୍ତଙ୍କ ଧ୍ୟେୟ ହେଉ। ଆମର ବିରଳ ଜୈବବିବିଧତା…

ପରିବାରର ବିରୋଧ ସତ୍ତ୍ୱେ ଶାହରୁଖଙ୍କ ହାତ ଧରିଥିଲେ ଗୌରୀ

ମୁମ୍ବାଇ,୮।୧୦: କିଙ୍ଗ୍‌ ଖାଁ ଶାହରୁଖ୍‌ଙ୍କ ସ୍ତ୍ରୀ ଗୌରୀ ଖାଁ ଗୁରୁବାର ୫୦ ବର୍ଷରେ ପାଦ ଥାପିିଛନ୍ତି। ୧୯୭୦ ଅକ୍ଟୋବର ୮ରେ ସେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଗୌରୀ ଚିବର ଥିଲା। ତାଙ୍କ…

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଆଖିବୁଜିଲେ ସତ୍ୟ

କଟକ ଅଫିସ, ୮ା୧୦: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଏସ୍‌ସିବିକୁ ସ୍ଥାନାନ୍ତରିତ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସତ୍ୟ ନାୟକ(୩୭)। ତାଙ୍କ ଶରୀରର ୬୦ ପ୍ରତିଶତ ଅଂଶ…

୧୫ ମିନିଟ୍‌ରେ ଚାଇନା ସୈନ୍ୟଙ୍କୁ ହଟାଇଥାନ୍ତି

କୁରୁକ୍ଷେତ୍ର,୮।୧୦: କଂଗ୍ରେସ କ୍ଷମତାରେ ଥିଲେ ମାତ୍ର ୧୫ ମିନିଟ୍‌ରେ ଭାରତୀୟ ଅଞ୍ଚଳରୁ ଚାଇନା ସୈନ୍ୟ (ପିଏଲ୍‌ଏ)ଙ୍କୁ ହଟାଇଥାନ୍ତା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କହିଛନ୍ତି। ସୀମା ବିବାଦ ଲାଗିରହିବା ଓ ସମାଧାନର ରାସ୍ତା ନ ବାହାରିବା, ଭାରତୀୟ ଅଞ୍ଚଳକୁ…

ଉତ୍ତରପ୍ରଦେଶରେ ଅନର କିଲିଂ

ଶାହାଜାହାନ୍‌ପୁର,୮।୧୦ : ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ଘଟଣା ପରେ ପୁଣି ଉତ୍ତରପ୍ରଦେଶରେ ଏକ ଲଜ୍ଜାକର ଘଟଣା ଘଟିଛି। ରାଜ୍ୟର ଶାହାଜାହାନ୍‌ପୁର ଜିଲାରେ ଜଣେ ଦଳିତ ଗର୍ଭବତୀ ନାବାଳିକା(୧୬)ଙ୍କୁ ତାଙ୍କ ବାପା ଓ ଭାଇ ମିଶି ମାଡ଼ମାରିବା ସହ ମାରିଦେଇଛନ୍ତି। ଏମିତିକି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri