କରୋନା ମୃତ୍ୟୁ ସଂଖ୍ୟା ୯୦ ହଜାର ଟପିଲା
ନୂଆଦିଲ୍ଲୀ, ୨୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଇତିମଧ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୯୦ ହଜାର ୨୦ ଛୁଇଁଛି। ଲଗାତାର ୨୧ ଦିନ ଧରି ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ହଜାରେ ଉପରେ ରହିଛି।…
ଦିନ ଟିଏ ଉପବାସ କରିବେ ଶରଦ
ମୁମ୍ବାଇ, ୨୩।୯: ରାଜ୍ୟ ସଭାରେ ରବିବାର କୃଷି ବିଲ୍ ଗୃହୀତ ସମୟରେ ହଟ୍ଟଗୋଳ କରିଥିବା ୮ଜଣ ଏମ୍ପିଙ୍କୁ ଚଳିତ ଅଧିବେଶନରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ଏମ୍ପିଙ୍କ ସମର୍ଥନରେ ପ୍ରାୟ ଅଧିକାଂଶ ବିରୋଧୀ ଦଳ ଏକାଠି ହୋଇ ସଂସଦ ବାହାରେ ୨ଦିନ…
୫ ଆଇଆଇଆଇଟିକୁ ମିଳିବ ଜାତୀୟ ଅନୁଷ୍ଠାନ ମର୍ଯ୍ୟାଦା
ନୂଆଦିଲ୍ଲୀ, ୨୩।୯(ପି.ଟି.): ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ଇନ୍ଫର୍ମେଶନ ଟେକ୍ନୋଲୋଜି(ଆଇଆଇଆଇଟି) ଆଇନ ସଂଶୋଧନ ବିଲ୍- ୨୦୨୦ ରାଜ୍ୟ ସଭାରେ ଗୃହୀତ ହୋଇଛି। ଆଇଆଇଆଇଟି ଆଇନ ୨୦୧୪ ଓ ଆଇଆଇଆଇଟି ସରକାରୀ ବେସରକାରୀ ଭାଗିଦାରୀ ଆଇନ ୨୦୧୭ରେ ଏହି ବିଲ୍ ସଂଶୋଧନ ଆଣିବ। ଏଥିସହିତ…
ବ୍ରିଟେନରେ ୬ମାସ ପାଇଁ ‘ଓ୍ବାର୍କ ଫ୍ରମ୍ ହୋମ୍’
ବ୍ରିଟେନ,୨୩ା୯: କୋଭିଡ୍ ସଂକ୍ରମଣ ରୋକିବା ଲାଗି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଦେଶବାସୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ୬ ମାସ ପର୍ଯ୍ୟନ୍ତ ‘ଓ୍ବାର୍କ ଫ୍ରମ୍ ହୋମ୍’ ଘୋଷଣା କରିବା ସହ ସାମାଜିକ ମିଳାମିଶା ଉପରେ କଟକଣା…
ଶବ ସଂରକ୍ଷଣ ଗୃହରେ ପଡ଼ିରହୁଛି ମୃତଦେହ
ଭୁବନେଶ୍ୱର, ୨୩।୯(ବ୍ୟୁରୋ):କରୋନା ଯୋଗୁ କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ରଖିବାରେ ଏବେ ବଡ଼ ସମସ୍ୟା ଦେଖାଦେଇଛି। କାରଣ କୋଭିଡ୍ ପାଇଁ ଏହି ହସ୍ପିଟାଲକୁ ଦିନକୁ ୧୫ରୁ ଉର୍ଦ୍ଧ୍ୱ ମୃତଦେହ ଆସୁଛି। କିନ୍ତୁ ଏହାକୁ ସଂରକ୍ଷିତ ଭାବେ ରଖିବାକୁ ଜାଗା ନାହିଁ। ଫଳରେ ମୃତଦେହଗୁଡ଼ିକ…
ଅଣାୟତ୍ତ ବେଳେ ଖୋଲିଦେଲେ
ପୁରୀ ଅଫିସ, ୨୩।୯:ପୁରୀ ଜିଲାରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ସେପ୍ଟେମ୍ବର ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି। ତେବେ ଏଭଳି ସମୟରେ ପର୍ଯ୍ୟଟକଙ୍କ ଆଗମନ ଉପରୁ କଟକଣା ହଟାଇବା ସହ ହୋଟେଲ, ରେଷ୍ଟୁରାଣ୍ଟ, ବେଳାଭୂମି ଆଦି ଖୋଲି…
ସେପ୍ଟେମ୍ବରରେ ୨ଲକ୍ଷ ଟପିବା ଆଶଙ୍କା
ଭୁବନେଶ୍ୱର, ୨୩।୯(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ କମିବାର ନାଁ ନେଉନି। ଗତ କିଛିଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ୪ହଜାର ଉପରେ ରହୁଛି। ଏହି ଧାରା ଜାରି ରହିଲେ ଚଳିତମାସ ଶେଷବେଳକୁ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ଟପିଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି।…
ବିବାହକୁ ମାସେ ପୂରିନି, ସ୍ବାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ଅଭିନେତ୍ରୀ ତଥା ବୋଲ୍ଡ ମଡେଲ ପୁନମ ପାଣ୍ଡେ ପୁଣି ଚର୍ଚ୍ଚାରେ ଅଛନ୍ତି। ଏହି ଅଭିନେତ୍ରୀ ନିକଟରେ ପ୍ରେମିକ ସାମ ବମ୍ବେଙ୍କୁ ବିବାହ କରିଥିଲେ। ବିଶ୍ୱାସ କରାଯାଉଥିଲା ଯେ ଅଭିନେତ୍ରୀ ନିଜକୁ ସମାଧାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିବାହର କିଛି ଦିନ ପରେ…
ସବୁ ହସ୍ପିଟାଲରେ ରହିବ କୋଭିଡ୍ ହେଲ୍ପ ଡେସ୍କ
ଭୁବନେଶ୍ୱର, ୨୩।୯(ବ୍ୟୁରୋ):ରାଜ୍ୟର ସମସ୍ତ ସରାକରୀ ଓ ଘରୋଇ ହସ୍ପିଟାଲରେ କୋଭିଡ୍ ହେଲ୍ପ ଡେସ୍କ ରହିବ। ଚିକିତ୍ସିତ ହେଉଥିବା କୋଭିଡ୍ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ପରିବାର ଲୋକେ ପଚାରି ବୁଝିପାରିବେ। ମଙ୍ଗଳବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି…
ଜାତୀୟ ଶିକ୍ଷାନୀତି ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର, ୨୩।୯(ବ୍ୟୁରୋ):ଜାତୀୟ ଶିକ୍ଷାନୀତି ଭାରତୀୟ ସଂସ୍କୃତି, ଶୈକ୍ଷିକ ପରମ୍ପରା, ଚିନ୍ତନ ଓ ତତ୍ତ୍ବ ଉପରେ ଆଧାରିତ। ଏହା ମାଧ୍ୟମରେ ଭାରତୀୟତା ସ୍ପଷ୍ଟ ଭାବରେ ପ୍ରକାଶିତ ଓ ପ୍ରସାରିତ ହୋଇପାରିବ। ଭାରତୀୟତା ହେଉଛି ବିଶ୍ୱଜନୀନତା, ଯାହାର ଆବଶ୍ୟକତା ସାମ୍ପ୍ରତିକ ବିଶ୍ୱ ପାଇଁ ଏକାନ୍ତ…
ଦୁର୍ଦ୍ଦିନରେ କମିଶନରେଟ ପୋଲିସ
ଭୁବନେଶ୍ୱର, ୨୩।୯(ବ୍ୟୁରୋ) :କରୋନା ଲଢ଼େଇରେ ଆଗଧାଡ଼ିର ଯୋଦ୍ଧା ହେଉଛନ୍ତି ପୋଲିସ। ତେବେ ରାଜ୍ୟର ସବୁଠୁ ଜନଗହଳିପୂର୍ଣ୍ଣ ରାଜଧାନୀ ଭୁବନେଶ୍ୱର ଓ କଟକରେ ସଂକ୍ରମଣ ରୋକିବାରେ ପ୍ରମୁଖ ଭୂମିକା ନେଉଛି କମିଶନରେଟ ପୋଲିସ। ନିଜ ଜୀବନକୁ ବାଜି ଲଗାଇ ସକାଳୁ ରାତି ସଜାଗ…
ସଂସଦ ଢାଞ୍ଚାରେ ଚାଲିବ ବିଧାନସଭା
ଭୁବନେଶ୍ୱର, ୨୩।୯(ବ୍ୟୁରୋ):କୋଭିଡ୍-୧୯ ମହାମାରୀକୁ ଦୃଷ୍ଟିରେ ରଖି ଏଥର ସଂସଦୀୟ ଢାଞ୍ଚାରେ ବିଧାନସଭା ମୌସୁମୀ ଅଧିବେଶନ ଚାଲିବ। ଏ ନେଇ ମଙ୍ଗଳବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। କେବଳ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଛାଡି ବିଧାନସଭା କାର୍ଯ୍ୟାବଳୀ ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପାଦନ…
Archives


