ଡାର୍କ ଓ୍ବେବ୍‌ରେ ନକଲି ଟିକା

ନୂଆଦିଲ୍ଲୀ, ୧୫ା୧୨: କୋଭିଡ୍‌-୧୯ ମହାମାରୀରୁ ବର୍ତ୍ତିବା ପାଇଁ ଟିକା ଏକମାତ୍ର ଆଶା ହୋଇଥିବାବେଳେ ଏହାର ଫାଇଦା ଉଠାଉଛନ୍ତି ସାଇବର ଅପରାଧୀ। କୌଣସି ବିଶ୍ୱସ୍ତ ସର୍ଚ୍ଚ ଇଞ୍ଜିନ ଦ୍ୱାରା ଅନୁମୋଦିତ ହୋଇ ନ ଥିବା ସାଇଟ୍‌ ତଥା ଡାର୍କ ଓ୍ବେବରେ ଲୋକଙ୍କୁ ନିଜ ଜାଲରେ ଫସାଇବାକୁ ନକଲି ଟିକା ଓ ଔଷଧ ବିକ୍ରି ପାଇଁ ଉଦ୍ୟମ ଚାଲିଛି। ବ୍ରିଟେନ, କାନାଡା, ଆମେରିକାରେ ଫାଇଜର ଟିକାକୁ ଅନୁମତି ମିଳିସାରି ଥିବାରୁ ବିଭିନ୍ନ ଓ୍ବେବସାଇଟ୍‌ରେ ଏହା ଉପଲବ୍ଧ ହେଉଥିବା ନେଇ ଲୋକଙ୍କୁ ଲୋଭାନ୍ବିତ କରାଯାଉଛି ବୋଲି ସାଇବର ସିକ୍ୟୁରିଟି ସଫ୍ଟଓ୍ବେର କମ୍ପାନୀ ଚେକ୍‌ ପଏଣ୍ଟର ରିସର୍ଚ୍ଚରମାନେ ପ୍ରକାଶ କରିଛନ୍ତି।
ପଏଣ୍ଟ ରିସର୍ଚ୍ଚରଙ୍କ କହିବା ମୁତାବକ, କୋଭିଡ୍‌ ଭାକ୍ସିନ୍‌ ଓ ଔଷଧ ବିକ୍ରି ପାଇଁ ଡାର୍କନେଟ୍‌ରେ ଅନେକ ବିଜ୍ଞାପନ ଆସୁଥିବା ଦେଖିବାକୁ ମିଳିଛି। ଟ୍ରେସ ହେବାରୁ ବଞ୍ଚିବା ପାଇଁ ବିକ୍ରେତା ବିଟ୍‌କଏନରେ ପେମେଣ୍ଟ ପାଇଁ ଅପଶନ୍‌ ରଖୁଛନ୍ତି। ତଦନ୍ତ ପାଇଁ ଜଣେ ବିକ୍ରେତାଙ୍କ ସହ ଯୋଗାଯୋଗ ପରେ ସେ ଏକ ଅଜଣା କୋଭିଡ୍‌ ଟିକାକୁ ୦.୦୧ ବିଟ୍‌କଏନ ବା ପ୍ରାୟ ୩ ଶହ ଡଲାରରେ ବିକ୍ରି କରୁଥିବା ଜଣାପଡିଛି। ଏପରିକି ସେହି ଟିକାର ୧୪ଟି ଡୋଜ ନେବା ଜରୁରୀ ବୋଲି ବିକ୍ରେତା ଜଣକ କହିଥିଲେ। ତଦନ୍ତରୁ ଆହୁରି ଜଣାପଡିଛି ଯେ, ନଭେମ୍ବରରୁ ବିଭିନ୍ନ ଦେଶରେ ପ୍ରସ୍ତୁତ ଟିକା ଉପଲବ୍ଧ ହେଉଥିବା ଖବର ସାମ୍‌ନାକୁ ଆସୁଥିବାରୁ ଲୋକଙ୍କୁ ଭୁଆଁ ବୁଲାଇବାକୁ କେବେ ଶୁଣିବାକୁ ମିଳି ନ ଥିବା ଟିକାର ନାଁ ମଧ୍ୟ ପଞ୍ଜୀକରଣ ହୋଇଥିବା ନେଇ ସାଇଟ୍‌ଗୁଡିକରେ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରିୟାଙ୍କ ବିରୋଧରେ ଜାରି ହୋଇପାରେ ଲୁକ୍‌ଆଉଟ ନୋଟିସ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧।୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି ଏବେ ବିବାଦ ଘେରକୁ ଚାଲିଆସିଛନ୍ତି। ସୂତ୍ର ଅନୁସାରେ ବିହାର...

୧୦୦ ଦିନ ମଧ୍ୟରେ ପୁଣି ଥରେ ସୁସ୍ଥ ଆକ୍ରାନ୍ତଙ୍କୁ ହୋଇପାରେ କରୋନା ସଂକ୍ରମଣ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ, ୧୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି ଯେ, କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ୧୦୦...

ଡ୍ରାଇଭରଙ୍କ ପାଇଁ ବର୍ଷକର ଦରମା ଦେଲେ ଓଲା ସିଇଓ

ନୂଆଦିଲ୍ଲୀ, ୨୮।୩- କରୋନା ପାଇଁ ୨୧ ଦିନ ଲକ୍‌ଡାଉନ୍‌ ରହିଛି ସାରାଦେଶ। ଏଥିଯୋଗୁ ଅନେକ ଲୋକଙ୍କ ସମସ୍ୟା ବଢ଼ିଯାଇଥିବା ବେଳେ ରାଇଡ୍‌ ସେୟାରିଂ ପ୍ଲାଟଫର୍ମ ଓଲା...

‘ଅନନ୍ୟା ଅଭିଯୁକ୍ତ ନୁହନ୍ତି’

ମୁମ୍ବାଇ,୨୧।୧୦: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା ପାଇଁ ଗୁରୁବାର ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) କାର୍ଯ୍ୟାଳୟକୁ ଡକାଇଛି। କ୍ରୁଜରୁ ଜବତ ହୋଇଥିବା ଡ୍ରଗ୍ସ ମାମଲାରେ...

୧୯୮୪ ଶିଖ୍‌ଦଙ୍ଗାକୁ ରୋକାଯାଇ ପାରିଥାନ୍ତା: ମନମୋହନ

ନୂଆଦିଲ୍ଲୀ, ୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ୧୯୮୪ରେ ହୋଇଥିବା ଶିଖ୍‌ ଦଙ୍ଗାକୁ ରୋକାଯାଇ ପାରିଥାନ୍ତା। ଏନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ...

ତ୍ରିରଙ୍ଗାକୁ ଘୋଡ଼ାଇ ଦେଲା ଭାଜପା ଦଳୀୟ ପତାକା

ନୂଆଦିଲ୍ଲୀ,୨୩।୮: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଶେଷ ଦର୍ଶନ ବେଳର ଏକ ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି। ଭେଟେରାନ ଭାଜପା...

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ: ଏନ୍‌ସିପିକୁ ମିଳିଲା ଅର୍ଥ ଓ ଗୃହ

ମୁମ୍ବାଇ,୫।୧ପି.ଟି.): ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ କରାଯାଇଛି। ଏହି ତାଲିକା ଶନିବାର ସନ୍ଧ୍ୟାରେ ରାଜ୍ୟପାଳ ଭଗତ୍‌ ସିଂ କୋଶିୟାରୀଙ୍କ ନିକଟକୁ ପଠାଯାଇଥିବା ଏନ୍‌ସିପି ନେତା ତଥା...

ବ୍ଲାକ ଫଙ୍ଗସକୁ ଡରି ଆତ୍ମହତ୍ୟା କଲେ ଦମ୍ପତି!

ମେଙ୍ଗାଲୁରୁ,୧୭ ।୮: କର୍ନାଟକର ମେଙ୍ଗାଲୁରୁରେ ଏକ ଦମ୍ପତି ବ୍ଲାକ ଫଙ୍ଗସକୁ ଡରି ଆତ୍ମହତ୍ୟା କରିଥିବା ଜଣାପଡିଛି । ଉଭୟ କରୋନାରେ ସଂକ୍ରମିତ ଥିଲେ । ସୁଇସାଇଟ...

Advertisement
Archives

Model This Week