Posted inଜାତୀୟ

ସାରା ଦେଶକୁ ବ୍ୟାପିଲା ଆନ୍ଦୋଳନ

ନୂଆଦିଲ୍ଲୀ, ୧୫।୧୨: କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀମାନଙ୍କ ଆନ୍ଦୋଳନ ସୋମବାର ୧୯ ଦିନରେ ପହଞ୍ଚତ୍ଥିବାବେଳେ ଏହା ସାରା ଦେଶକୁ ବ୍ୟାପିଛି। କୃଷକ ସଂଘର ନେତାମାନେ ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନଶନରେ ବସିଥିଲେ। କୃଷକ ସଂଗଠନ ପକ୍ଷରୁ ଜିଲା ସଦର ମହକୁମାଗୁଡ଼ିକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମଧ୍ୟ ସୋମବାର ଉପବାସ କରିବା ସହ ଅନ୍ୟମାନଙ୍କୁ ଏଥିରେ ସାମିଲ ହେବା ଲାଗି ପରାମର୍ଶ ଦେଇଥିଲେ। ଚାଷୀ ଆନ୍ଦୋଳନରେ ବହୁସଂଖ୍ୟାରେ ଯୋଗଦେବା ଲାଗି କେଜ୍‌ରିଓ୍ବାଲ ଆମ୍‌ ଆଦ୍‌ମୀ ପାର୍ଟିର ସ୍ବେଚ୍ଛାସେବୀ, ସମର୍ଥକ ଓ ଦେଶର ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ୍‌ ସିସୋଡ଼ିଆ ମଧ୍ୟ ଦଳୀୟ କାର୍ଯ୍ୟାଳୟରେ ଅନ୍ୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ଅନଶନରେ ବସିଥିଲେ।
ଦିଲ୍ଲୀର ସିଙ୍ଘୁ ସୀମାରେ କୃଷକ ସଂଗଠନର ପ୍ରତିନିଧିମାନେ ଅନଶନରେ ବସିଥିଲେ। ସରକାରଙ୍କ ସହ ଆଲୋଚନା ଅମୀମାଂସିତ ରହିବା ଫଳରେ ଚାଷୀ ସଂଗଠନ ଆନ୍ଦୋଳନକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଥିବା ଚାଷୀନେତା ବଳଦେବ ସିଂ କହିଛନ୍ତି। ଦିଲ୍ଲୀ ସୀମାରେ ଅଧିକରୁ ଅଧିକ କୃଷକ ଆନ୍ଦୋଳନରେ ସାମିଲ ହେଉଛନ୍ତି।
ଆନ୍ଦୋଳନ ବଢ଼ୁଥିବାରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ରାସ୍ତାରେ ବହୁସ୍ତରୀୟ ସିମେଣ୍ଟ ଅବରୋଧକ ରଖାଯିବା ସହ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ରାପିଡ୍‌ ଆକ୍ସନ ଫୋର୍ସ ସହ ଅର୍ଦ୍ଧସାମରିକ ଯବାନଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ବିଭିନ୍ନ ରାସ୍ତାକୁ ବନ୍ଦ କରିଦିଆଯାଇଛି ଓ ଲୋକମାନଙ୍କୁ ବିକଳ୍ପ ରାସ୍ତା ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି। ଶନିବାର ପଞ୍ଜାବ ସହ ଥିବା ୩ଟି ସୀମା ପଏଣ୍ଟକୁ ସିଲ୍‌ କରାଯିବା ପରେ ରବିବାର ସକାଳେ ହରିୟାଣା ପୋଲିସ ପିପ୍‌ଲା ବ୍ରିଜ୍‌ରେ ବ୍ୟାରିକେଡ୍‌ ନିର୍ମାଣ କରିଥିଲା। ରାତାରାତି ପାଇପ୍‌ ଓ କଂକ୍ରିଟ ଦେଇ ମଜଭୁତ ଅବରୋଧକ କରାଯାଇଥିଲା। ପଞ୍ଜାବ ହରିୟାଣାର କୃଷକମାନେ ଟ୍ରାକ୍ଟର ସହାୟତାରେ ଜାତୀୟ ରାଜପଥ ୯ରୁ ବ୍ୟାରିକେଡ୍‌ଗୁଡ଼ିକୁ ହଟାଇ ଦେଇଛନ୍ତି।
ପଞ୍ଜାବ, ହରିୟାଣାରେ ମଧ୍ୟ ସୋମବାର ଆନ୍ଦୋଳନ ଜୋର୍‌ଦାର ହୋଇଛି। ଚାଷୀମାନେ ଶୋଭାଯାତ୍ରା ବାହାର କରିବା ସହ ଜିଲା କମିଶନରଙ୍କ କାର୍ଯ୍ୟାଳୟ ଆଗରେ ସ୍ଲୋଗାନ ଦେଇଥିଲେ। ସିଙ୍ଘୁ ସୀମାରେ ଆନ୍ଦୋଳନକାରୀଙ୍କ ସଂଖ୍ୟା ବଢ଼ିବାରୁ ହରିୟାଣା ପୋଲିସ ଅମ୍ବାଲା-ପଟିଆଲା ଜାତୀୟ ରାଜପଥକୁ ବନ୍ଦ କରିଦେଇଥିଲା। ପଞ୍ଜାବରେ କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଜାତୀୟ ସହମତିକ୍ରମେ କୃଷି କ୍ଷେତ୍ରରେ ସଂସ୍କାର ଅଣାଯିବା ଆବଶ୍ୟକ। କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ଚାଷୀ ଆନ୍ଦୋଳନର ସମାଧାନ କରିବାକୁ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ସରକାର କୃଷି ଆଇନରୁ ପଛକୁ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ସ୍ପଷ୍ଟ କରିଦେଇଛନ୍ତି। ପରବର୍ତ୍ତୀ ଆଲୋଚନା ତାରିଖ ଧାର୍ଯ୍ୟ କରିବା ଲାଗି ସରକାର କୃଷକ ନେତାମାନଙ୍କ ସହ କଥାବାର୍ତ୍ତା କରୁଥିବା କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। କୃଷି ଆଇନର ପ୍ରତ୍ୟେକ ଧାରା ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ଧର୍ମଘଟକୁ ସ୍ଥଗିତ ରଖିଛି ୟୁଏଫ୍‌ବିୟୁ। ଗତକାଲି ଭାରତୀୟ ବ୍ୟାଙ୍କ ସଂଘ ସହ…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?