ଟିକା ପାଇଁ ପଞ୍ଜୀକରଣ ଜରୁରୀ

ନୂଆଦିଲ୍ଲୀ, ୧୫।୧୨: ଦେଶବ୍ୟାପୀ କୋଭିଡ୍‌-୧୯ ଟିକାକରଣ ଲାଗି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି ହୋଇଛି। ଟିକା ନେବାକୁ ହେଲେ ଆଗୁଆ ନାମ ପଞ୍ଜୀକରଣ ଜରୁରୀ। ରାଜ୍ୟଗୁଡ଼ିକୁ ପଠାଯାଇଥିବା ଗାଇଡ୍‌ଲାଇନ ଅନୁଯାୟୀ ଟିକା ନେବା ପାଇଁ ଡିଜିଟାଲ ପ୍ଲାଟଫର୍ମ କୋଭିଡ୍‌ ଭାକ୍ସିନ ଇଣ୍ଟେଲିଜେନ୍ସ ନେଟ୍‌ଓ୍ବର୍କ (ସିଓ-ଡବ୍ଲ୍ୟୁଆଇଏନ୍‌) ସିଷ୍ଟମରେ ଜନସାଧାରଣ ନିଜକୁ ପଞ୍ଜୀକୃତ କରିପାରିବେ। ଏଥିପାଇଁ ଭୋଟର ପରିଚୟପତ୍ର, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସ୍‌ପୋର୍ଟ, ପେନ୍‌ସନ କାଗଜପତ୍ର ଆଦି ୧୨ଟି ପରିଚୟ ପ୍ରମାଣ ଆଦିକୁ ବ୍ୟବହାର କରାଯାଇପାରିବ। ପଞ୍ଜୀକୃତ ହୋଇଥିବା ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ସିଓ-ଡବ୍ଲ୍ୟୁଆଇଏନ୍‌ ସିଷ୍ଟମକୁ ବ୍ୟବହାର କରାଯିବ। ସୂଚନା ଅନୁଯାୟୀ ଦିନକୁ ପ୍ରତି ଥରରେ ୧୦୦ରୁ ୨୦୦ ଲୋକଙ୍କୁ ଟିକା ଦିଆଯିବ। ଟିକା ନେବାର ୩୦ ମିନିଟ ପର୍ଯ୍ୟନ୍ତ ଏହାର କୌଣସି ପ୍ରତିକୂଳ ପ୍ରଭାବ ହେଉଛି କି ନାହିଁ ତାହା ଅନୁଧ୍ୟାନ କରାଯିବ। ଟିକା ପ୍ରଦାନକାରୀ ଟିମ୍‌ରେ ୫ ଜଣ କର୍ମଚାରୀ ରହିବେ। ଟିକାକରଣ ପାଇଁ ୩ଟି ପ୍ରକୋଷ୍ଠକୁ ବ୍ୟବହାର କରାଯିବ। ଗୋଟିଏରେ ହିତାଧିକାରୀ ପ୍ରତୀକ୍ଷା କରିବେ, ଅନ୍ୟଟିରେ ଟିକା ଦିଆଯିବ ଓ ତୃତୀୟ ପ୍ରକୋଷ୍ଠରେ ସେମାନଙ୍କ ଉପରେ ଟିକାର ପ୍ରଭାବ ଅନୁଧ୍ୟାନ କରାଯିବ।
ପ୍ରାଥମିକତା ଭିତ୍ତିରେ ଯେଉଁମାନେ ପୂର୍ବରୁ ନାମ ପଞ୍ଜୀକରଣ କରିଥିବେ କେବଳ ସେହିମାନଙ୍କୁ ଟିକା ଦିଆଯିବ। ଟିକାଦାନ ସ୍ଥାନରେ ତତ୍କାଳ ପଞ୍ଜୀକରଣ ବ୍ୟବସ୍ଥା ନାହିଁ। ବିଭିନ୍ନ କମ୍ପାନୀର ଟିକା ଯେପରି ପରସ୍ପର ମଧ୍ୟରେ ନ ମିଶେ, ସେଥିପାଇଁ ଗୋଟିଏ ଜିଲାକୁ ଗୋଟିଏ କମ୍ପାନୀର ଟିକା ପଠାଯିବ। ଟିକା ଓ ଏହାକୁ ନିଆଯାଉଥିବା କେରିୟର, ଆଇସ୍‌ ପ୍ୟାକ୍‌ ଆଦିରେ ଯେପରି ସୂର୍ଯ୍ୟକିରଣ ନ ପଡ଼େ ସେଥିପ୍ରତି ଦୃଷ୍ଟିଦେବାକୁ ହେବ। ଟିକା ଦିଆଯିବା ପର୍ଯ୍ୟନ୍ତ ଏହାକୁ କେରିୟର ଭିତରେ ବନ୍ଦ କରି ରଖାଯିବ। ଟିକା ଉପରେ ଭାକ୍ସିନ ଭାଏଲ୍‌ ମନିଟର (ଭିଭିଏମ୍‌) ଏବଂ ଏକ୍ସପାଏରି ତାରିଖ ନ ଥାଇପାରେ। ସେଥିପାଇଁ ଟିକା ଦେଉଥିବା ବ୍ୟକ୍ତି ନିରୁତ୍ସାହିତ ହେବାର କାରଣ ନାହିଁ। ଟିକାକରଣ ପରେ ସମସ୍ତ ଆଇସ୍‌ ପ୍ୟାକ୍‌, ଖୋଲାଯାଇ ନ ଥିବା ଟିକା ଆବଣ୍ଟନ କରୁଥିବା କୋଲ୍ଡଚେନ୍‌ ପଏଣ୍ଟକୁ ଫେରାଇଦିଆଯିବ ବୋଲି ଗାଇଡ୍‌ଲାଇନରେ କୁହାଯାଇଛି। ଟିକାକରଣର କାର୍ଯ୍ୟକାରିତା ଓ ସଫଳତା ମାର୍ଗରେ ବିଭିନ୍ନ ଚ୍ୟାଲେଞ୍ଜ ଆସିପାରେ। ଏହାକୁ ଦୂର କରିବାରେ ସମ୍ପୂର୍ଣ୍ଣ ସାମାଜିକ ସଚେତନତା ସୃଷ୍ଟି ଲାଗି ଏକ ସମନ୍ବିତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଟିକା ସମ୍ପର୍କିତ ସବିଶେଷ ସୂଚନା ୧୩୦ କୋଟି ଦେଶବାସୀଙ୍କ ପାଖରେ ପହଞ୍ଚତ୍ବା ଆବଶ୍ୟକ। ଟିକା ପ୍ରଦାନରେ ବିଭିନ୍ନ ବର୍ଗଙ୍କୁ ପ୍ରାଥମିକତା ଦେବା ଲାଗି ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଜନସାଧାରଣଙ୍କ ମନରେ ଥିବା ପ୍ରଶ୍ନର ଉତ୍ତର ମିଳିବା ଉଚିତ। ସେହିପରି ଟିକାର ପ୍ରତିକୂଳ ପ୍ରଭାବ ନେଇ ରହିଥିବା ଆଶଙ୍କାକୁ ମଧ୍ୟ ଦୂର କରାଯିବା ଆବଶ୍ୟକ ବୋଲି ଗାଇଡ୍‌ଲାଇନରେ କୁହାଯାଇଛି। ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର କର୍ମଚାରୀ ଏବଂ ୫୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ବିଭିନ୍ନ ରୋଗ ଥିବା ବ୍ୟକ୍ତିଙ୍କୁ ଟିକା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri