Posted inଜାତୀୟ

ହିମାଳୟ ପାଇଁ ଖୋଲିବ ଜଳବାୟୁ କେନ୍ଦ୍ର

ନୂଆଦିଲ୍ଲୀ, ୧୫।୧୨(ପି.ଟି.): ହିମାଳୟ ପାର୍ବତ୍ୟାଞ୍ଚଳ ପାଇଁ ଏକ ଆଞ୍ଚଳିକ ଜଳବାୟୁ କେନ୍ଦ୍ର ଖୋଲିବା ଲାଗି ଭାରତ ସରକାର ଯୋଜନା କରୁଛନ୍ତି। ଏହା କେବଳ ଆମ ଦେଶକୁ ପାଣିପାଗ ସମ୍ପର୍କିତ ତଥ୍ୟ ଓ ପରାମର୍ଶ ଦେବନାହିଁ, ପଡୋଶୀ ଦେଶଗୁଡ଼ିକ ମଧ୍ୟ ଏଥିରୁ ଉପକୃତ ହୋଇପାରିବେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଏନେଇ କାମ ଆରମ୍ଭ ହୋଇଯାଇଛି ଏବଂ ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ) ସହିତ ଆଲୋଚନା ଚାଲିଛି। ଚାଇନା ମଧ୍ୟ ହିମାଳୟର ନିଜ ପାର୍ଶ୍ୱରେ ଅନୁରୂପ ଏକ ଆଞ୍ଚଳିକ ଜଳବାୟୁ କେନ୍ଦ୍ର ସ୍ଥାପନ କରୁଛି। ପାର୍ବତ୍ୟାଞ୍ଚଳରେ ପାଣିପାଗ ଓ ଜଳବାୟୁ ସେବା ଶୀର୍ଷକ ଓ୍ବେବିନାରରେ ଉଦ୍‌ବୋଧନ ଦେଇ ମୃତ୍ୟୁଞ୍ଜୟ କହିଥିଲେ, ଭାରତର ପୂର୍ବ ଓ ପଶ୍ଚିମରେ ଯଥାକ୍ରମେ ପୂର୍ବଘାଟ ଓ ପଶ୍ଚିମଘାଟ ପର୍ବତମାଳା ଏବଂ ଉତ୍ତରପୂର୍ବାଞ୍ଚଳରେ ମ୍ୟାନ୍‌ମାର ପାହାଡ଼ ରହିଛି। ହିମାଳୟର ବିଶାଳତା ଏବଂ ଭାରତର ଜଳବିଜ୍ଞାନ, ପାଣିପାଗ, ବିପର୍ଯ୍ୟୟ ପରିଚାଳନା, ପରିବେଶ ବ୍ୟବସ୍ଥା ଓ ଅନ୍ୟାନ୍ୟ କାର୍ଯ୍ୟରେ ଏହାର ଭୂମିକାକୁ ବିଚାରକୁ ନେଇ ଏହାକୁ ବିଶ୍ୱର ତୃତୀୟ ମେରୁ ବିବେଚନା କରାଯାଉଛି। ନିର୍ମାଣ ହେବାକୁ ଥିବା ଆଞ୍ଚଳିକ ଜଳବାୟୁ କେନ୍ଦ୍ର (ଆର୍‌ସିସି)ର କାର୍ଯ୍ୟାଳୟ ଦିଲ୍ଲୀରେ ରହିବ। ହିମାଳୟ ଅଞ୍ଚଳରେ ରହୁଥିବା ଚାଷୀ ଓ ଆଦିବାସୀମାନଙ୍କୁ ଏହା ପାଣିପାଗ ସମ୍ପର୍କିତ ସେବା ଯୋଗାଇବ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ହୋମଗାର୍ଡଙ୍କ ଅନ୍ତଃବସ୍ତ୍ରରେ ମୋବାଇଲ୍‌: ୫ ମିନିଟ୍‌ କଲିଂ ପାଇଁ ୧୦୦ ଟଙ୍କା ଦେଉଥିଲେ କଏଦୀ

ଗ୍ରେଟର ନୋଏଡା,୧୧।୪: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ଥିବା ଲୁକସାର ଜେଲ୍‌ରେ ଜଣେ ହୋମଗାର୍ଡଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଜେଲ୍‌ର ମହିଳା ବାରାକ୍‌ରେ ମୁତୟନ ଥିବା...

କରୋନା ସଂକ୍ରମଣ ରୋକିବ ହୋମିଓପ୍ୟାଥି ଔଷଧ ‘ଆର୍ସେନିକ୍‌ ଅଲବୁମ୍‌-୩୦’: ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏଡଭାଇଜରି ଜାରି

ଜୟପୁର,୩।୨: ସାରା ପୃଥିବୀରେ କରୋନା ଭୁତାଣୁ ସଂକ୍ରମଣ ନେଇ ଆତଙ୍କ ଖେଳି ଯାଇଛି। ଇତିମଧ୍ୟରେ ଭାରତର କେରଳରେ ୨ ଜଣଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି।...

ଦିଲ୍ଲୀ ଦଙ୍ଗା ପୀଡିତଙ୍କୁ ମିଳୁଛି ରନ୍ଧା ଖାଦ୍ୟ

ନୂଆଦିଲ୍ଲୀ,୨୮।୨: ଉତ୍ତର-ପୂର୍ବ ଦିଲ୍ଲୀରେ ଗତ ୫ ଦିନ ହେବ ଉପୁଜିଥିବା ଦଙ୍ଗାରେ ଅନେକ ଲୋକ ସେମାନଙ୍କ ଜୀବିକା ହରାଇଥିବା ବେଳେ କେତେକ ବାସହରା ମଧ୍ୟ ହୋଇ...

କେସିଆର୍‌ଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୭।୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ୬୬ତମ ଜନ୍ମଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ମୋଦି କେସିଆର୍‌ଙ୍କ...

ମୃତ୍ୟୁକୁ ହରାଇ ହସି ହସି ଘରକୁ ଫେରିଲେ ୧୦୩ ବର୍ଷୀୟ ବୃଦ୍ଧ

ପାଲଘର, ୯ା୫ : ମହାରାଷ୍ଟ୍ରର ପାଲଘରରୁ ଆସିଛି ଏକ ଭଲ ଖବର। ଦ୍ୱିତୀୟ ଲହରରେ ସ୍ବଳ୍ପ ବୟସ୍କଙ୍କ ମୃତ୍ୟୁ ହେଉଥିବାବେଳେ କୋଭିଡ୍‌-୧୯କୁ ହରାଇ ହସି ହସି...

ତ୍ୱରିତ ଆଣ୍ଟିବଡି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୬।୪(ପି.ଟି.): ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) କୋଭିଡ୍‌-୧୯ ତ୍ୱରିତ୍‌ ଆଣ୍ଟିବଡି ପରୀକ୍ଷାର ସଠିକତାକୁ ପୁନଃଯାଞ୍ଚ କରୁଛି। ସେଥିପାଇଁ ଏହି ରାପିଡ୍‌ ଆଣ୍ଟିବଡି ପରୀକ୍ଷା କିଟ୍‌ର...

ଇଡି-ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ,୧୫ ।୧୧: କେନ୍ଦ୍ର ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ(ସିବିଆଇ)ର ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧିକରି ୫ ବର୍ଷ ପର୍ଯ୍ୟନ୍ତ କରିଦେଇଛନ୍ତି । ଏହାର...

ନମାଜ ପାଠ ପରେ ସୁରକ୍ଷାକର୍ମୀଙ୍କ ଉପରକୁ ପଥରମାଡ଼

ଶ୍ରୀନଗର,୩।୫: ଇଦ୍‌-ଉଲ୍‌-ଫିତର ଅବସରରେ ଜମ୍ମୁ କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରାଯାଇଛି। ଏଠାରେ ଏକ ମସଜିଦ ବାହାରେ ସୁରକ୍ଷାକର୍ମୀମାନଙ୍କ ଉପରକୁ ପଥରମାଡ ହୋଇଥିବା ସୂଚନା ମିଳିଛି।...

Advertisement
Archives

Model This Week