ଟାଟା ହାତକୁ ଆସିପାରେ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ସରକାର ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଘରୋଇକରଣ ଲାଗି ପ୍ରକ୍ରିୟା ଜାରି ରଖିଛନ୍ତି। ସୋମବାର ସୁଦ୍ଧା ଏହି ବିମାନ କମ୍ପାନୀ ନିଲାମ ପ୍ରକ୍ରିୟାରେ ଭାଗନେବା ଲାଗି ଏକ୍ସପ୍ରେଶନ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ବା ଆଗ୍ରହ ପତ୍ର ଦାଖଲ କରିବାର ସୀମା ଧାର୍ଯ୍ୟ କରାଯାଇଥିଲା। ଏହି ବିମାନ କମ୍ପାନୀ ଲାଗି ଏକାଧିକ ଇଓଆଇ ହସ୍ତଗତ ହୋଇଥିବା ସରକାର ସ୍ପଷ୍ଟ କରିଛନ୍ତି। ଏୟାର ଇଣ୍ଡିଆ ଅଧିଗ୍ରହଣ ଦୌଡ଼ରେ ରହିଥିବା ପ୍ରମୁଖ ଦାବିଦାର ମଧ୍ୟରେ ଟାଟା ଗ୍ରୁପ୍‌ ଆଗରେ ରହିଛି। ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ୍‌ ପ୍ରଥମେ ସ୍ଥାପନ କରିଥିଲା। ହେଲେ ପରବର୍ତ୍ତୀ ସମୟରେ ଏହା ସରକାରଙ୍କ ହେପାଜତକୁ ଆସିଛି। ଟାଟା ଗ୍ରୁପ୍‌ ଏୟାର ଏସିଆ ସହାୟତାରେ ଇଓଆଇ ଦାଖଲ କରିଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଏୟାର ଏସିଆ ସହ ମିଳିତ ହୋଇ ଯୌଥ ଉଦ୍ୟୋଗରେ ଟାଟା ଭାରତରେ ବିମାନ ସେବା ଯୋଗାଉଛି।
ଏହାକୁ ବିଚାରକଲେ ଏୟାର ଇଣ୍ଡିଆର ପୁଣି ଥରେ ଘର ବାହୁଡା ହୋଇପାରେ ବୋଲି କୁହାଯାଉଛି। ଟାଟା ଗ୍ରୁପ୍‌ ବାଦ୍‌ ଏୟାର ଇଣ୍ଡିଆର ଏକ କର୍ମଚାରୀ ଗୋଷ୍ଠୀ, ନ୍ୟୁୟର୍କରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବ ଏବଂ ମଧ୍ୟ ଏୟାର ଇଣ୍ଡିଆ ଲାଗି ଆଗ୍ରହ ଦେଖାଇଛନ୍ତି। ସ୍ପାଇସ ଜେଟ୍‌ ପ୍ରମୋଟର ଅଜୟ ସିଂ ଏହି ଧାରାରେ ସାମିଲ ହେବେ କି ନାହିଁ ସେ ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ସରକାରଙ୍କ ପକ୍ଷରୁ ଏକ ଟୁଇଟରେ କୁହାଯାଇଛି, ଏୟାର ଇଣ୍ଡିଆ ଘରୋଇକରଣ ଲାଗି ଏକାଧିକ ଆଗ୍ରହ ପତ୍ର ହସ୍ତଗତ ହୋଇଛି। ଏଥିଲାଗି ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟପନ୍ଥା ହାତକୁ ନିଆଯାଉଛି। ଟ୍ରାଞ୍ଜାକଶନ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ରହିଥିବା ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ (ଦୀପମ) ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସୂଚନାଯୋଗ୍ୟ, ଟାଟା ଗ୍ରୁପ୍‌ ଗତ ସପ୍ତାହରେ ଏୟାର ଇଣ୍ଡିଆ ନିଲାମରେ ଭାଗନେବା ଲାଗି ପଦକ୍ଷେପ ନେଇଛି। ବିଡିଂରେ ଟାଟା ଗ୍ରୁପ୍‌ ସଫଳ ହେଲେ ୬୭ ବର୍ଷ ପରେ ପରେ ପୁଣି ଏୟାର ଇଣ୍ଡିଆ ଟାଟା ଗ୍ରୁପ୍‌କୁ ଫେରିବ। ସରକାର ୨୦୧୮ରେ ଏୟାର ଇଣ୍ଡିଆକୁ ବିକ୍ରି କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଥିଲେ। ହେଲେ ଏଥିଲାଗି କୌଣସି କମ୍ପାନୀ ଆଗ୍ରହ ଦେଖାଇ ନ ଥିଲେ। ମାତ୍ର ଚଳିତ ଥର କିଛି କମ୍ପାନୀ ଏ ନେଇ ଆଗେଇ ଆସିଛନ୍ତି।
୧୯୫୩ରେ ଏୟାର ଇଣ୍ଡିଆ ଘରୋଇକରଣ ହୋଇଥିଲା
୧୯୩୨ରେ ଟାଟା ଗ୍ରୁପ୍‌ ଟାଟା ଏୟାର ଲାଇନ୍ସ ନାମରେ ଏକ ବିମାନ କମ୍ପାନୀ(ବର୍ତ୍ତମାନର ଏୟାର ଇଣ୍ଡିଆ) ଆରମ୍ଭ କରିଥିଲା। ୧୯୫୩ରେ ଭାରତ ସରକାର ଏହି ବିମାନ କମ୍ପାନୀ ନିଜ ଅଧିକାରୀ କ୍ଷେତ୍ରକୁ ନେଇଥିଲେ। ଗତ ବର୍ଷ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଥିଲେ, ଏୟାର ଇଣ୍ଡିଆ ଘରୋଇକରଣ ନ ହେଲେ ବନ୍ଦ ହୋଇଯିବ। ପୁରୀ ପୁଣି ରବିବାର କହିଛନ୍ତି, ଏୟାର ଇଣ୍ଡିଆର ଘରୋଇକରଣ ଏକ ଗୋପନୀୟ ପ୍ରକ୍ରିୟା। ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଦୀପମ ଅବଗତ କରାଇବ ବୋଲି ମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri