Home

ଡାକ୍ତରାଣୀଙ୍କୁ ବିବାହ କଲେ ପ୍ରଭୁଦେବା

ମୁମ୍ବାଇ,୨୨।୧୧-ବିବାହ ବନ୍ଧରେ ବାନ୍ଧି ହୋଇଛନ୍ତି ସାଉଥ କୋରିଓଗ୍ରାଫର ପ୍ରଭୁଦେବା। ମୁମ୍ବାଇ ଜଣେ ଫିଜିଓଥେରାପିଷ୍ଟ ଡାକ୍ତରାଣୀଙ୍କୁ ସେ ପ୍ରେମ ବିବାହ କରିଛନ୍ତି। ତାଙ୍କ ନାଁ ହିମାନୀ। ସେ ମୁମ୍ବାଇରେ ରୁହନ୍ତି। ଏ ନେଇ ପ୍ରଭୁଙ୍କ ଭାଇ ରାଜୁ ସୁନ୍ଦରମ ନିକଟରେ ଏକ ସାକ୍ଷାତକାରରେ…

ମାତୃତ୍ୱ ଅବକାଶକୁ ଅନୁଷ୍କାଙ୍କ ନା: ଗର୍ଭାବସ୍ଥାର ସାତ ମାସରେ କଲେ ଶୁଟିଂ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ନିଜ ଫିଲ୍ମ ଓ ଅଭିନୟକୁ ନେଇ ତ ଆଉ କେତେବେଳେ ତାଙ୍କ କାର୍ଯ୍ୟକଳାପକୁ ନେଇ। କରୋନା ଯୋଗୁ ଗତ କିଛି ମାସରୁ ସମସ୍ତ ଫିଲ୍ମ ଶୁଟିଂ ବନ୍ଦ ରହିଥିବା…

ହଠାତ୍‌ ରକ୍ତ ପରି ଲାଲ୍‌ ହେଲା ନଦୀ ପାଣି: ଦୋଷୀଙ୍କ ବିରୋଧରେ ୧ ଲକ୍ଷ ରାଶି ପୁରସ୍କାର ଘୋଷଣା

ମୁମ୍ବାଇ,୨୨ା୧୧: ମହାରାଷ୍ଟ୍ରର ଥାନେ ଜିଲା ଭାଲଧୁନି ନଦୀର ଜଳ ହଠାତ୍‌ ଲାଲ୍‌ ରଙ୍ଗ ଦେଖାଯାଇଥିଲା। ଏହା ପରେ ସୋସିଆଲ ମିଡିଆରେ ନଦୀର ଫଟୋ ଭାଇରାଲ ହୋଇଥିଲା। ନଦୀ ନିକଟରେ ରହୁଥିବା ଉଲହାସନଗର ଏବଂ ଅମ୍ବରନାଥ ଟାଉନଶିପ୍‌ର ବାସିନ୍ଦା ଅଭିଯୋଗ କରିଛନ୍ତି ଯେ,…

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ମାଓବାଦୀ ନିହତ: କୁଖ୍ୟାତ ମାଓବାଦୀ ଉପରେ ଥିଲା ୧୦ଲକ୍ଷ ଟଙ୍କା ପୁରସ୍କାର

ଗୟା,୨୨।୧୧: ବିହାର ଗୟା ଜିଲାର ବାରାଚଟି ଅନ୍ତର୍ଗତ ଏକ ଜଙ୍ଗଲରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟର ୩ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତ ୩ ମାଓବାଦୀଙ୍କ ମଧ୍ୟରେ ଜଣେ…

କୁକୁରର ହେଲା ଡିଏନ୍‌ଏ ଟେଷ୍ଟ, ଏହି କାରଣ ପାଇଁ ପୋଲିସ ନେଲା ଏମିତି ପଦକ୍ଷେପ

ହୋଶଙ୍ଗାବାଦ,୨୨ା୧୧: ସାଧାରଣତଃ କୁକୁର ତା’ର ମାଲିକଙ୍କୁ ସହଜରେ ଚିହ୍ନି ପାରିଥାଏ। ମାତ୍ର ଯେତେବେଳେ ଏଥିରେ ବ୍ୟତିକ୍ରମ ଘଟେ ସେତେବେଳେ ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥାଏ। ମଧ୍ୟପ୍ରଦେଶର ହୋଶଙ୍ଗାବାଦ ଜିଲାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ଲାବ୍ରାଡର…

ଟ୍ରମ୍ପ୍‌ଙ୍କୁ ସୁସ୍ଥ କରିଥିଲା ଏହି ଔଷଧ, ଯାହା ଆମେରିକୀୟଙ୍କ ପାଇଁ ହେବ ବରଦାନ

ଓ୍ବାଶିଂଟନ,୨୨ା୧୧: କରୋନା ଭୂତାଣୁ ପୁଣି ଥରେ ଲେଉଟିଛି। ଫଳରେ ଲୋକେ ଏଥିରେ ଶିକାର ହେବାର ଲାଗିଲେଣି। ଏଭଳି ପରିସ୍ଥିତିରେ ଆମେରିକାର ଖାଦ୍ୟ ଏବଂ ଔଷଧ ବିଭାଗ ଶନିବାର ଜରୁରୀକାଳିନ ପରିସ୍ଥିତିରେ ରେଜେନେରନ ଚିକିତ୍ସା ପାଇଁ ଅନୁମତି ଦେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

କଂଗ୍ରେସରେ ନେତୃତ୍ୱ ସଙ୍କଟ ନେଇ ହେଉଛି ମିଥ୍ୟା ଚର୍ଚ୍ଚା: ସଲମାନ୍‌ ଖୁର୍ଶିଦ୍‌

ନୂଆଦିଲ୍ଲୀ,୨୨।୧୧: କଂଗ୍ରେସରେ ନେତୃତ୍ୱ ସଙ୍କଟ ନେଇ କିଛି ନେତା ଚର୍ଚ୍ଚା କରୁଛନ୍ତି। ତେବେ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଦଳର ବରିଷ୍ଠ ସଦସ୍ୟ ସଲମାନ ଖୁର୍ଶିଦ୍‌ ରବିବାର ପ୍ରକାଶ କହିଛନ୍ତି। ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପ୍ରତି ସମସ୍ତଙ୍କର ସମର୍ଥନ ରହିଛି। ସେହିପରି…

ମଙ୍ଗଳରେ ଜନବସତି: କାଚ ଘରେ ରହିବେ ଲୋକେ

ଓ୍ବାଶିଂଟନ,୨୨।୧୧: ମଙ୍ଗଳରେ ଘର କରିବା ପାଇଁ ଯୋଜନା ଜାରି ରହିଛି। ପୃଥିବୀ ସହିତ କେତେକ ସାମ୍ୟତା ରଖୁଥିବା ମଙ୍ଗଳରେ ଜୀବନର ସନ୍ଧାନ ଲାଗି ଦୀର୍ଘ ଦିନ ଧରି ମଣିଷ ନାନା ଗବେଷଣା ଜାରି ରଖିଛି। ଅନ୍ୟ ଗ୍ରହରେ ଜୀବନ ଖୋଜୁଥିବା ଏଲନ…

କର୍କଟ ଯୋଗୁ ଆସନ୍ତା ବର୍ଷ ରାଷ୍ଟ୍ରପତି ପଦ ଛାଡି ପାରନ୍ତି ପୁଟିନ୍‌ !

ମସ୍କୋ,୨୨।୧୧: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଦେଶର ସର୍ବୋଚ୍ଚ ପଦବୀରେ ୨୦୩୪ ପର୍ଯ୍ୟନ୍ତ ରହିବା ପାଇଁ ସାମ୍ବିଧାନିକ ବ୍ୟବସ୍ଥାର ସଂଶୋଧନ କରିଥିଲେ। ତେବେ ଏବେ ଏହା ସମ୍ଭବ ନ ହେବା ପରି ଲାଗୁଛି। ପୁଟିନ୍‌ଙ୍କୁ କର୍କଟ ହୋଇଛି। ଆସନ୍ତା ବର୍ଷ ଆରମ୍ଭରୁ…

ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଜାରି: ଆଜି ମଧ୍ୟରାତ୍ରିରୁ ହେବ କାର୍ଯ୍ୟକାରୀ

ସାକ୍ଷୀଗୋପାଳ,୨୨ା୧୧(ଡି.ଏନ୍‌.ଏ.): ରାତି ପାହିଲେ ପାଳନ ହେବ ପବିତ୍ର ଅଁଳା ନବମୀ। ତେବେ ଏହା ପୂର୍ବରୁ ପୁରୀ ଜିଲାର ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଲାଗୁ ହୋଇଛି। କରୋନା ମହାମାରୀ ଏବଂ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ରବିବାର…

ଥମିଲା ଭାଲିଆଡିହି ଶ୍ମଶାନ ବିବାଦ: ୨୫ ଘଣ୍ଟା ପରେ ଦାହହେଲା ମୃତଦେହ

ନୟାଗଡ଼ ଅଫିସ,୨୨।୧୧: ନୟାଗଡ଼ ଜିଲା ଗୋଡିପଡା ଫାଣ୍ଡି ଭାଲିଆଡିହି ଶ୍ମଶାନରେ ମୃତଦେହ ଦାହକୁ ନେଇ ଉପରସାହି ଓ ପାଇକସାହି ମଧ୍ୟରେ ଶୁକ୍ରବାର ଅପରାହ୍ନରୁ ଲାଗିରହିଥିବା ଉତ୍ତେଜନା ଶନିବାର ସନ୍ଧ୍ୟାରେ ଥମିଛି। ଉପରସାହି ଲୋକ ମୃତଦେହ ଦାହ କରିବାକୁ ଦାବି କରୁଥିବାବେଳେ ପାଇକସାହି…

ନିର୍ବାଚନ ପୂର୍ବରୁ ମିଶନ ତାମିଲନାଡୁରେ ଶାହା: ବିମାନବନ୍ଦରରୁ ହୋଟେଲ ଯାଏଁ ଚାଲି ଚାଲି ଗଲେ

ଚେନ୍ନାଇ,୨୨।୧୧: ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଚାଣକ୍ୟଙ୍କ ମିଶନ ତାମିଲନାଡୁ। ଜନତାଙ୍କ ମନ ମୋହିବା ପାଇଁ ଚେନ୍ନାଇ ରାସ୍ତାରେ ଚାଲିଲେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଯାହା ଆଗାମୀ ଦିନରେ ଭାଜପାର ଆକ୍ରଣାତ୍ମକ ରାଜନୀତିର ସଙ୍କେତ ଦେଇଛି। ସୂଚନାଯୋଗ୍ୟ, ୨୦୨୧ରେ ତାମିଲନାଡୁରେ ବିଧାନସଭା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri