Home

ଶପଥ ନେଲେ ବିଜୟ ଶଙ୍କର, ସ୍ବରୂପ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ତିର୍ତ୍ତୋଲ ଓ ବାଲେଶ୍ୱର ସଦର ନବନିର୍ବାଚିତ ବିଧାୟକ ବୁଧବାର ଶପଥ ନେଇଛନ୍ତି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବଂ ବାଲେଶ୍ୱର ବିଧାୟକ ସ୍ବରୂପ ଦାସଙ୍କୁ ଶପଥ ପାଠ କରାଇଛନ୍ତି। ଆସନ୍ତା ୨୦ ତାରିଖ…

ପୁଟିନ୍‌ଙ୍କ ବିରୋଧରେ ଆଜୀବନ ହେବନି କୌଣସି ମାମଲା ଦାଏର

ମସ୍କୋ,୧୮।୧୧: ରୁଷ୍‌ ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ଙ୍କ ବିରୋଧରେ ଆଜୀବନ କୌଣସି ମାମଲା ଦାଏର କରାଯାଇ ପାରିବ ନାହିଁ। ଏନେଇ ରୁଷ୍‌ ସଂସଦରେ ଏକ ବିଲ୍‌ ଅନୁମୋଦିତ ହୋଇଛି। ନିମ୍ନ ସଦନ ଡୁମାରେ ଏହି ବିଲ୍‌ ପାସ୍‌ ହୋଇଛି। ବିଲ୍‌ ଅନୁସାରେ ରାଷ୍ଟ୍ରପତି…

ପାକିସ୍ତାନ ଖେଳାଳିଙ୍କ ପାଇଁ ଗୀତ ଗାଉଥିଲେ ଏହି ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ନିଜ ବ୍ୟାଟିଂ ଅନ୍ଦାଜ ପାଇଁ ବେଶ୍‌ ପ୍ରସିଦ୍ଧ। ସେ କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ଏବେ ବି ଦର୍ଶକ ତାଙ୍କୁ ଭୁଲି ନାହାନ୍ତି। ସେହ୍ବାଗ ବଲିଉଡ ସିଙ୍ଗର କିଶୋର କୁମାରଙ୍କ ବଡ ଫ୍ୟାନ୍‌।…

କଂଗ୍ରେସରେ ଘର କଳି ବଢ଼ିଲା: ଅସନ୍ତୁଷ୍ଟଙ୍କୁ ଦଳରୁ ବାହାରି ଯିବାକୁ ପରାମର୍ଶ !

ନୂଆଦିଲ୍ଲୀ,୧୮।୧୧: କଂଗ୍ରେସରେ ଘର କଳି ବଢ଼ିବାରେ ଲାଗିଛି। ଏବେ ଏହାକୁ ନେଇ ଦଳର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ଅସନ୍ତୁଷ୍ଟମାନେ ବାହାରି ଯାଇ ଅନ୍ୟ ରାଜନୈତିକ ଦଳରେ ଯୋଗ ଦିଅନ୍ତୁ ଅଥିବା ନିଜର ପାର୍ଟି ଗଠନ କରନ୍ତୁ।…

କ୍ରିକେଟ୍‌କୁ ବାଏ ବାଏ କହିଲେ ଏହି ଲୋକପ୍ରିୟ କ୍ରିକେଟର୍‌

ପୂର୍ବତନ ଭାରତୀୟ ପେସ ବୋଲର ସୁଦୀପ ତ୍ୟାଗି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସୁଦୀପ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇ ଘୋଷଣା କରିଛନ୍ତି।ସେ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଡେବ୍ୟୁ କରିଥିଲେ। ସନ୍ନ୍ୟାସ ଘୋଷଣା କରି…

କରୋନାରେ ଆଖିବୁଜିଲେ ଆଉ ୧୫: ସୁନ୍ଦରଗଡ଼ରୁ ରହିଛନ୍ତି ସର୍ବାଧିକ ୩

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ରାଜ୍ୟରେ କରୋନାରେ ବୁଧବାର ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନୀତ ମୃତ୍ୟୁ ସଂଖ୍ୟା ୧୫୭୫ରେ ପହଞ୍ଚିଛି। ସୁନ୍ଦରଗଡ଼…

ଦିଲ୍ଲୀରେ କରୋନା ଆତଙ୍କ: ନୋଏଡ଼ା ସୀମାରେ ର଼୍ୟାଣ୍ଡମ୍‌ ଟେଷ୍ଟିଂ ଆରମ୍ଭ

ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ନୋଏଡ଼ା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ନୋଏଡ଼ା ସୀମାରେ ର଼୍ୟାଣ୍ଡମ୍‌ ଟେଷ୍ଟିଂ ଆରମ୍ଭ ହୋଇଛି। ପ୍ରତିଦିନ ଦିଲ୍ଲୀ-ନୋଏଡ଼ା ମଧ୍ୟରେ ବହୁ ଲୋକ ଯିବା…

ରାଜ୍ୟରେ ପୁଣି ୮୬୮ କରୋନା ପଜିଟିଭ ଚିହ୍ନଟ; ଖୋର୍ଦ୍ଧାରେ ପୁଣି ୧୦୦ ଟପିଲା

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୮୬୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୦୯୨୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ…

ଉଗ୍ରବାଦୀଙ୍କ ହାତରେ ଚାଇନା ବନ୍ଧୁକ

ନୂଆଦିଲ୍ଲୀ,୧୮।୧୧: ଏଲ୍‌ଏସିରେ ଚାଇନା ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି। ଏବେ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ବିଭିନ୍ନ ଉଗ୍ରବାଦୀ ସଂଗଠନଙ୍କୁ ଚାଇନା ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ଲାଗିଛି। ଭାରତରେ ଅଶାନ୍ତି ସୃଷ୍ଟି କରିବା ଲାଗି ଚାଇନା ଏଭଳି ଷଡ଼ଯନ୍ତ୍ର ରଚିଛି। ଏନେଇ ଭାରତୀୟ ଗୋଇନ୍ଦା…

ବିକିନି ପିନ୍ଧା ମଡେଲଙ୍କ ଫଟୋକୁ ଲାଇକ୍‌ କରି ଫଶିଲେ ଧର୍ମଗୁରୁ ପୋପ ଫ୍ରାନ୍ସିସ

ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସର୍ବୋଚ୍ଚ ଧର୍ମଗୁରୁ ପୋପ ଫ୍ରାନ୍ସିସଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ବ୍ରାଜିଲର ବିକିନି ପିନ୍ଧା ମଡେଲଙ୍କ ଫଟୋକୁ ଲାଇକ୍‌ କରିଛନ୍ତି। ଜଣେ ଧାର୍ମିକ ଗୁରୁଙ୍କ ଦ୍ୱାରା ଏପରି ଫଟୋକୁ ପସନ୍ଦ କରିବା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥି ସହିତ…

ଏକାମ୍ରକାନନ ଜମି ହସ୍ତାନ୍ତର ପ୍ରକ୍ରିୟା ସ୍ଥଗିତ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ):ବହୁ ବାଦବିବାଦ ପରେ ଶେଷରେ ସ୍ଥଗିତ ରହିଲା ଏକାମ୍ରକାନନ ଜମି ହସ୍ତାନ୍ତର ପ୍ରକ୍ରିୟା। ଉଦ୍ୟାନରେ କଙ୍କ୍ରିଟ ଜଙ୍ଗଲ ନିର୍ମାଣ ପ୍ରସ୍ତାବକୁ ବିଭିନ୍ନ ମହଲରୁ ତୀବ୍ର ବିରୋଧ ହେବା ପରେ ଏପରି ନିଷ୍ପତ୍ତି ନେଇଛି ଉଦ୍ୟାନ କୃଷି ବିଭାଗ। ଏକାମ୍ର କାନନରେ…

୮ ସ୍କୁଲର ୮୦ ଛାତ୍ରୀଛାତ୍ର କରୋନା ପଜିଟିଭ୍‌: ସରକାରଙ୍କ ଅକଲ ଗୁଡୁମ୍‌

ରେଓ୍ବାଡ଼ି,୧୮।୧୧: ଦେଶରେ କରୋନା ମହାମାରୀ ଆତଙ୍କ ଜାରି ରହିଛି। ଦେଶର କେତେକ ରାଜ୍ୟରେ ସ୍କୁଲ ଖୋଲା ଯାଇଛି। ତେବେ ହରିୟାଣାରେ ରେଓ୍ବାଡ଼ିରେ ଖୋଲା ଯାଇଥିବା ୮ଟି ସ୍କୁଲରେ ୮୦ ଜଣ ଛାତ୍ରୀଛାତ୍ରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଖବର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri