ରାଜ୍ୟରେ ପୁଣି ୩୩୪ କରୋନା ପଜିଟିଭ ଚିହ୍ନଟ, ୪ ମୃତ

ଭୁବନେଶ୍ୱର, ୨୬।୧୨(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୩୩୪ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୨୦୧ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୪ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୦ ଲୋକାଲ କେସ୍‌ ରହିଛି।
ସୁନ୍ଦରଗ ଜିଲାରୁ ସର୍ବାଧିକ ୪୦ଟି ନୂଆ କେସ ରହିଥିବା ବେଳେ ଅନୁଗୋଳରୁ ୨୩, ବାଲେଶ୍ୱରରୁ ୧୮, ବରଗଡ଼ରୁ ୧୦, ଭଦ୍ରକରୁ ୧୦, ବଲାଙ୍ଗୀରରୁ ୨୭, ବୌଦ୍ଧରୁ ୨, କଟକରୁ ୨୬, ଗଞ୍ଜାମରୁ ୫, ଜଗତସିଂହପୁରରୁ ୩, ଯାଜପୁରରୁ ୧୩, ଝାରସୁଗୁଡ଼ାରୁ ୧୪, କଳାହାଣ୍ଡିରୁ ୫, କେନ୍ଦ୍ରାପଡ଼ାରୁ ୧୬, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୩୦, ମୟୂରଭଞ୍ଜରୁ ୨୦, ନୂଆପଡ଼ାରୁ ୧୩, ରାୟଗଡ଼ରୁ ୯ ଓ ସମ୍ବଲପୁରରୁ ୩୦ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୋଲରୁ ୭ ଜଣ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୨୦୧ରେ ପହଞ୍ଚିଥିବା ବେଳେ ୩,୨୩,୩୭୮ ଜଣ ସୁସ୍ଥ ହୋଇସାରିଛନ୍ତି। ୨,୯୧୩ ଜଣ ଚିକିତ୍ସାଧୀନ ଅଛନ୍ତି।
ସେହିପରି ଚିହ୍ନଟ ୪ ମୃତକଙ୍କ ମଧ୍ୟରେ ବାଲେଶ୍ୱର, ଖୋର୍ଦ୍ଧା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରୁ ଜଣେ ଲେଖାଏ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୮୫୭ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଅପବ୍ୟବହାର ମହଙ୍ଗା ପଡ଼ିଲା

ଭଦ୍ରକ ଅଫିସ, ୨୩।୧୨: କ୍ଷମତାର ଅପବ୍ୟବହାର ମହଙ୍ଗା ପଡ଼ିଛି। ସରକାରୀ ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ପୂର୍ବରୁ ନିଲମ୍ବିତ ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ମଙ୍ଗଳପୁର...

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ନିରାକାରପୁର,୩୦ା୫(ଡି.ଏନ୍‌.ଏ.): ପୂର୍ବତଟ ରେଳବାଇ ଅନ୍ତର୍ଗତ ଖୋର୍ଦ୍ଧା ରୋଡ୍‌ ଡିଭିଜନ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେଶନ ୪ ନମ୍ବର ପ୍ଲାଟଫର୍ମରେ ଅଟକି ରହିଥିବା ଏକ କୋଇଲା...

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଇଁ ରିହର୍ସାଲ୍‌

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଗତବର୍ଷ ପରି ଏବର୍ଷ ମଧ୍ୟ ରାଜ୍ୟରେ କଟକଣାରେ ପାଳିତ ହେବ ରାଜ୍ୟ ସ୍ତରୀୟ ୭୫ତମ ସ୍ବାଧୀନତା ଦିବସ। ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁ...

ଘରେ ଓମିକ୍ରନ୍‌ ସଂକ୍ରମଣର ଅଧିକ ଆଶଙ୍କା…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ର ସଂକ୍ରମଣ ବଢ଼ିବାରେ ଲାଗିଛି। ତେବେ ବାହାର ତୁଳନାରେ ଘରେ ଓମିକ୍ରନ୍‌ ସଂକ୍ରମଣର ଅଧିକ ବିପଦ...

ଲକ୍‌ଡାଉନ ଖୋଲିବା ପରେ ପୁଣି ଫେରିଲା କରୋନା: ଚାଇନାରେ ୧୮ ନୂଆ ସଂକ୍ରମିତ ଚିହ୍ନଟ

ବେଜିଂ,୨୨।୬: କରୋନା ମହାମାରୀ ସାରା ବିଶ୍ୱରେ ତା’ର ଉପସ୍ଥିତି ଜାହିର କରି ସାରିଥିବା ବେଳେ କିଛି ଦେଶରେ ଏହା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଗତ...

ରାଜଧାନୀ କଲେଜରୁ ଚିହ୍ନଟ ହେଲେ ୬ ନକଲି ଦିବ୍ୟାଙ୍ଗ ଛାତ୍ର

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ବିଜେବି କଲେଜ ପରେ ରାଜଧାନୀ କଲେଜରୁ ଚିହ୍ନଟ ହୋଇଛନ୍ତି ୬ ନକଲି ଦିବ୍ୟାଙ୍ଗ ଛାତ୍ର। କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ...

୧୫ରୁ କ୍ଷେତ୍ର ପରିଦର୍ଶନରେ ଯିବେ ଟ୍ରିବ୍ୟୁନାଲ

ଭୁବନେଶ୍ବର, ୧୪ା୨(ବ୍ୟୁରୋ):ମହାନଦୀ ଜଳ ବିବାଦ ମାମଲାର ଫଇସଲା ପାଇଁ ଆସନ୍ତା ମାର୍ଚ୍ଚ ୧୫ରୁ ସପ୍ତାହେ ଧରି କ୍ଷେତ୍ର ପରିଦର୍ଶନରେ ଯିବେ ଟ୍ରିବ୍ୟୁନାଲ। ଏନେଇ ସୋମବାର ମହାନଦୀ...

ଚାଇନା-ଆମେରିକା-ୟୁରୋପରେ କରୋନା ଆତଙ୍କ…

ବେଜିଂ/ଓ୍ବାଶିଂଟନ,୧୯।୩ : ଚାଇନା, ଆମେରିକା, ଦକ୍ଷିଣ ପୂର୍ବ ଏସିଆ ଏବଂ ୟୁରୋପରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସତର୍କତା ଅବଲମ୍ବନ କରିବାକୁ...

Advertisement
Archives

Model This Week