Posted inଫୁରସତ

୨୦୨୧କୁ ସାବଧାନ…

୨୦୨୧ରେ ୧୨ଟି ରାଶି ମଧ୍ୟରୁ ୩ଟି ରାଶି ବ୍ୟକ୍ତିଙ୍କୁ ସଫଳତା ମିଳିବାର ଆଶା ରହିଛି। ତେବେ ଅନ୍ୟ ୯ଟି ରାଶିର ବ୍ୟକ୍ତିଙ୍କୁ ଏହି ବର୍ଷ ବିଶେଷ ସତର୍କ ରହିବାକୁ ପଡ଼ିବ। ମେଷ, ବୃଷ ଏବଂ ସିଂହ ଆଦି ୩ ରାଶିର ବ୍ୟକ୍ତିଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି। ଅପରପକ୍ଷରେ ମିଥୁନ, କର୍କଟ, କନ୍ୟା, ତୁଳା, ବିଛା ଧନୁ, ମକର, କୁମ୍ଭ ଏବଂ ମୀନ ଆଦି ୯ଟି ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ରାଜଯୋଗ ଥିବା ୩ ରାଶି ସମ୍ପର୍କରେ ଆସନ୍ତୁ ଜାଣିବା…

ମେଷ: ଏହି ରାଶିର ଲୋକମାନେ ନୂଆ ବର୍ଷ ୨୦୨୧ରେ ନିଜର କାରବାର ବୃଦ୍ଧି କରିବାର ସୁଯୋଗ ଲାଭ କରିବେ। ବଡ଼ ବ୍ୟବସାୟୀକ ଚୁକ୍ତିର ସୁଯୋଗ ମିଳିବ। ଟେଲିକମ୍‌ ତଥା ଟେଲିକମ୍ୟୁନିକେସନ୍‌ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମେଷ ରାଶିର ବ୍ୟବସାୟୀ ନୂଆବର୍ଷରେ ବେଶ୍‌ ସଫଳ ରହିବେ। ଲୋକ ସମ୍ପର୍କ ବଢ଼ିବାର ସମ୍ଭାବନା ଥିବାରୁ ନୂଆ ବ୍ୟବସାୟ ସୃଷ୍ଟି ହେବାର ଆଶା ରହିଛି।

ବୃଷ: ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ନୂଆ ବର୍ଷ ୨୦୨୧ ବେଶ୍‌ ଭଲ ସାବ୍ୟସ୍ତ ହେବ। ବ୍ୟବସାୟରେ ଅନେକ ଗୁଣା ବୃଦ୍ଧି ହେବା ସହିତ ନୂଆ ଋଣ ଯୋଜନା ସଫଳ ହେବ। ସମାଜରେ ମାନସମ୍ମାନ ପ୍ରତିଷ୍ଠା ବଢ଼ିବ। ଭାଗ୍ୟରେ ପୂର୍ଣ ସହଯୋଗ ଯୋଗୁ ପ୍ରତିଟି କର୍ଯ୍ୟରେ ସଫଳତା ମିଳିବାର ଆଶା ରହିଛି। ଯୋଜନାବଦ୍ଧ ଭାବେ କାରବାର କରୁଥିବା ବ୍ୟକ୍ତି ସଫଳତାର ଶୀର୍ଷରେ ପହଞ୍ଚିପାରିବେ। ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଜନା ମଧ୍ୟ ସଫଳ ହେବ।

ସିଂହ: ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ ୨୦୨୧ରେ ହେବା ସହିତ ଲାଭର ମାତ୍ରା ବୃଦ୍ଧି ପାଇବ। କପଡ଼ା କାରବାର ସହିତ ସମ୍ପୃକ୍ତ ଥିବା ସିଂହ ରାଶିର ବ୍ୟବସାୟୀ ବେଶ୍‌ ସଫଳ ରହିବେ। ବ୍ୟବସାୟ ବୃଦ୍ଧି ପାଇଁ କରିଥିବା ନୂତନ ଯୋଜନା ସଫଳ ରହିବ। ବ୍ୟାଙ୍କରୁ ସହଜରେ ଋଣ ମିଳିପାରିବ। ବ୍ୟବସାୟ ସମେତ କ୍ୟାରିୟର କ୍ଷେତ୍ରରେ ନୂଆ ନୂଆ ସୁଯୋଗ ସୃଷ୍ଟି ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?