Posted inଖେଳ

ଏହି ମାମଲାରେ ବିରାଟଙ୍କୁ ପଛରେ ପକାଇଲେ ବୁମ୍‌ରା: ଟପ୍‌-୫ରୁ ରୋହିତ ଶର୍ମା ଗାଏବ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଦଳର ଦ୍ରୁତ ବୋଲର ଜଶପ୍ରିତ ବୁମ୍‌ରା ଅଧିନାୟକ ବିରାଟ କୋହଲୀଙ୍କୁ ପଛରେ ପକାଇଛନ୍ତି। ୨୦୨୦ରେ ବିସିସିଆଇ ପକ୍ଷରୁ ଅଧିକ ପାଉଣା ନେଇଥିବା ଖେଳାଳି ତାଲିକା ଶୀର୍ଷରେ ରହିଛନ୍ତି ସେ। ବର୍ଷ ଆରମ୍ଭରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଫେରିଥିଲେ ବୁମ୍‌ରା। ସେ ମୋଟ ୧.୩୮ କୋଟି ଟଙ୍କା ରୋଜଗାର କରିଛନ୍ତି। ସବୁଠାରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଯୋଗୁ ଏହା ସମ୍ଭବ ହୋଇଛି। ଅଷ୍ଟ୍ରେଲିଆ ଗସ୍ତରୁ ସ୍ବଦେଶ ଫେରିଆସିଥିବା ହେତୁ କୋହଲି ଏହା କର ନ ପାରି ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ପ୍ରତ୍ୟେକ ଭାରତୀୟ ଖେଳାଳିଙ୍କୁ ଟେଷ୍ଟ ମ୍ୟାଚ୍‌ ପିଛା ୧୫ ଲକ୍ଷ ଟଙ୍କା ଦିଆଯାଇଥାଏ। ଏହି କ୍ରମରେ ଚଳିତ ବର୍ଷ ବୁମ୍‌ରା ୪ ଟେଷ୍ଟ, ୯ ଏକଦିବସୀୟ ଏବଂ ୮ ଟି୨୦ ମ୍ୟାଚ୍‌ ଖେଳି ସବୁଠାରୁ ଅଧିକ ପାଉଣା ପାଇଛନ୍ତି। ଅନ୍ୟପୟେକ୍ଷ ବିରାଟ ୩ ଟେଷ୍ଟ, ୯ ଏକଦିବସୀୟ ଓ ୧୦ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୧.୨୯ କୋଟି ରୋଜଗାର କରିଛନ୍ତି। ତାଙ୍କ ପରେ ତୃତୀୟ ସ୍ଥାନରେ ରବିନ୍ଦ୍ର ଜାଡେଜା(୯୬ ଲକ୍ଷ) ରହିଛନ୍ତି। ତେବେ ଏହି ତାଲିକାର ଶ୍ରେଷ୍ଠ ୫ ତାଲିକାରେ ରୋହିତ ଶର୍ମା ନ ଥିବା ଦେଖାଯାଇଛି। ନିଜର ଫିଟନେସ୍‌ ସମସ୍ୟାକୁ ନେଇ ସେ ଅନେକ ମ୍ୟାଚ୍‌ ଖେଳିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌କୁ ନେଇ ଇମ୍ରାନ୍‌ଙ୍କ ଅସନ୍ତୋଷ

ଇସ୍‌ଲାମାବାଦ୍‌,୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପାକିସ୍ତାନ କ୍ରିକେଟରଙ୍କୁ ସାମିଲ କରାଯାଇ ନ ଥିବାରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି।...

ତେନ୍ଦୁଲକରଙ୍କ ଘର ଆଗରେ ବିରୋଧ ପ୍ରଦର୍ଶନ, ଭାରତ ରତ୍ନ ଫେରାଇବାକୁ ଦାବି

ମୁମ୍ବାଇ,୩୧।୮: ଅନଲାଇନ ଖେଳ ପାଇଁ ବିଜ୍ଞାପନ କରିବା ଉପରେ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବାନ୍ଦ୍ରା ନିବାସ ବାହାରେ ବିଧାୟକ ବଚୁ କଡ୍ଡୁ ଏବଂ ତାଙ୍କ...

ହୃଦୟ ଜିତିଲେ ଜାପାନ ପ୍ରଶଂସକ

କାତାର,୨୪।୧୧: ଫିଫା ବିଶ୍ୱକପ ୨୦୨୨ ଜାପାନ ଜର୍ମାନୀ ବିରୋଧରେ ଏକ ଐତିହାସିକ ବିଜୟ ହାସଲ କରିଛି। ଏହି ମ୍ୟାଚରେ ପ୍ରଥମେ ଜାପାନର ଖେଳାଳିମାନେ ନିଜ ଖେଳ...

ଆଡିଲେଡ୍‌ ଦିବାରାତ୍ର ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ଅଗ୍ରଣୀ

ଆଡିଲେଡ୍‌, ୧୮।୧୨- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ପ୍ରଥମ ତଥା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତୀୟ ଦଳ ୫୩ ରନ୍‌ର ଅଗ୍ରଣୀ ହାସଲ...

ୟୁଏସ୍‌ ଓପନ୍‌: ପାଭିକ୍‌-ସୋଆରେସ୍‌ ଯୋଡ଼ିଙ୍କୁ ପୁରୁଷ ଡବଲ୍ସ ଟାଇଟଲ

ନ୍ୟୁୟର୍କ,୧୨।୯(ଏପି): ୟୁଏସ୍‌ ଓପନ୍‌ ପୁରୁଷ ଡବଲ୍ସ ଇଭେଣ୍ଟରେ କ୍ରୋଏସିଆର ମେଟ୍‌ ପାଭିକ୍‌ ଓ ଅଭିଜ୍ଞ ବ୍ରାଜିଲ ଖେଳାଳି ବ୍ରୁନୋ ସୁଆରେସ୍‌ ଟାଇଟଲ ହାସଲ କରିଛନ୍ତି। ଗୁରୁବାର...

ହାମିଲଟନଙ୍କୁ ରେକର୍ଡ ଟାଇଟଲ

ସିଲ୍‌ଭରଷ୍ଟୋନ୍‌, ୧୫ା୭-ମର୍ସିଡିଜର ଲୁଇସ୍‌ ହାମିଲଟନ ରେକର୍ଡ ୬ଷ୍ଠ ଥର ବ୍ରିଟିଶ ଫର୍ମୁଲଓ୍ବାନ ଗ୍ରାଁ ପ୍ରି ଟାଇଟଲ ହାସଲ କରିଛନ୍ତି। ପୂର୍ବରୁ ଏଠାରେ ଜିମ୍‌ କ୍ଲାର୍କ ଏବଂ...

ବୋଲ୍ଡ ଫଟୋଶୁଟ୍‌ କରି ଚର୍ଚ୍ଚାରେ ଏହି କ୍ରିକେଟରଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କ ଠାରୁ ଅଲଗା ହେବା ପରଠାରୁ ତାଙ୍କର ପୂର୍ବତନ ସ୍ତ୍ରୀ ହସିନ ଜହାଁ ଚର୍ଚ୍ଚାରେ ରହିଛନ୍ତି। ଏବେ ସେ ସୋସିଆଲ ମିଡିଆରେ...

ରୌପ୍ୟ ଜିତିଲେ ରବି କୁମାର: ଭାରତ ଖାତାକୁ ଆସିଲା ପଞ୍ଚମ ପଦକ

ଟୋକିଓ,୫।୮: ଭାରତୀୟ କୁସ୍ତି ଯୋଦ୍ଧା ରବି କୁମାର ଦହିୟା ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି। ସେ ୫୭ କିଲୋଗ୍ରାମ ଫାଇନାଲରେ ଜାଭୁର ଉଗୁଏଭ୍‌ଙ୍କଠାରୁ ୪-୭ରେ...

Advertisement
Archives

Model This Week