ମିଳିଲା ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ,୨୨।୧: ହଟିଛି କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ କଟକଣା। ଦାରୁଦିଅଁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଛୁଟିଛନ୍ତି ଶ୍ରଦ୍ଧାଳୁ। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଦର୍ଶନାର୍ଥୀ ଗୁରୁବାର ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଗୁରୁବାର ସହଜ ଦର୍ଶନ ଆରମ୍ଭ ହୋଇଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଥିଲା। ଶ୍ରୀମନ୍ଦିର ସମ୍ମୁଖ ଓ ପ୍ରବେଶ ଦ୍ୱାରକୁ ପୁଷ୍ପମାଳାରେ ସଜା ଯାଇଥିଲା। ମାର୍କେଟ ଛକରୁ ବ୍ୟାରିକେଡ୍‌ ବ୍ୟବସ୍ଥା ଲାଗୁ କରାଯାଇଥିଲା। ସକାଳ ୬ରୁ ୭ଟା ପର୍ଯ୍ୟନ୍ତ ପୁରୀ ସହରବାସୀ ଦର୍ଶନ କରି ସାରିବା ପରେ ୭ଟାରୁ ମାର୍କେଟ ଛକରୁ ବ୍ୟାରିକେଡ୍‌ରେ ସାଧାରଣ ଲୋକେ ପ୍ରବେଶ କରିଥିଲେ। ଥର୍ମାଲ ସ୍କ୍ରିନିଂ କରାଯିବାପରେ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଇଥିଲା। ପୂର୍ବରୁ କିଓସ୍କୋ ଦର୍ଶନ ବ୍ୟବସ୍ଥାର ଅଂଶ ରହି ଆସିଥିଲା। ତେବେ ଗୁରୁବାର ଦର୍ଶନରେ କିଓସ୍କୋ ଦେଖିବାକୁ ମିଳି ନ ଥିଲା। କିଓସ୍କୋ ରହିବା ଫଳରେ ଦର୍ଶନରେ ବିଳମ୍ବ ହେଉଥିବା ଯୁକ୍ତି ବାଢ଼ି ପ୍ରଶାସନ ଏହାକୁ ବନ୍ଦ କରିଛି। ଦର୍ଶନାର୍ଥୀମାନେ ପ୍ରଥମେ ୨୨ପାହାଚ, ପାଟ ଅଗଣା, ସାତ ପାହାଚ, ଜୟବିଜୟ ଦ୍ୱାର ଦେଇ ଭିତରକାଠରେ ପହଞ୍ଚତ୍ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଭୋର ୫ଟା ୨୫ରେ ମହାପ୍ରଭୁଙ୍କ ଦ୍ୱାର ଫିଟା ନୀତି ସମ୍ପାଦନ ହୋଇଥିଲା। ମହାପ୍ରଭୁଙ୍କ ମହାପ୍ରସାଦ ଆନନ୍ଦବଜାରରେ ସେବନ କରିବାର ସୁଯୋଗ ମିଳି ନ ଥିଲେ ମଧ୍ୟ ଆନନ୍ଦବଜାରରେ ଦିନ ତମାମ୍‌ ଅବଢ଼ା ବିକ୍ରି ହୋଇଛି। ଦୂରଦୂରାନ୍ତରୁ ଆସିଥିବା ଲୋକେ ଆନନ୍ଦବଜାରରୁ ଅବଢ଼ା କିଣି ଉତ୍ତର ଦ୍ୱାର ଦେଇ ଶ୍ରୀମନ୍ଦିରରୁ ପ୍ରସ୍ଥାନ କରିଥିବା ଦୃଶ୍ୟ ସାମ୍ନାକୁ ଆସିଛି।
ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ଦର୍ଶନ ସୁବିଧା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟରେ ନିୟୋଜିତ ୨୫ଜଣ କର୍ମଚାରୀ ଦିନ ତମାମ୍‌ ଦର୍ଶନକୁ ଶୃଙ୍ଖଳିତ କରିଥିଲେ। ସେହିଭଳି ଦର୍ଶନ ବ୍ୟବସ୍ଥା ଉପରେ ପ୍ରତିକ୍ରିୟା ନେବା ପାଇଁ ଏକ ଅସ୍ଥାୟୀ କ୍ୟାମ୍ପ ମଧ୍ୟ ସ୍ଥାପନ କରାଯାଇଥିଲା। ଉତ୍ତର ଦ୍ୱାର ଦେଇ ଫେରୁଥିବା ଶ୍ରଦ୍ଧାଳୁଙ୍କୁ ଦର୍ଶନର ଅନୁଭୂତି ଓ ବ୍ୟବସ୍ଥାରେ ଥିବା ଅସୁବିଧାକୁ ପ୍ରଶାସନକୁ ଜଣାଇବା ପାଇଁ ଅପିଲ୍‌ କରାଯାଇଥିଲା। ଏସ୍‌ପି କନୱର ବିଶାଲ ସିଂ କ୍ୟାମ୍ପରେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ମଧ୍ୟ ଗୁରୁବାର ଦର୍ଶନ ସମୟରେ ଶ୍ରୀମନ୍ଦିର ସମ୍ମୁଖରେ ଦର୍ଶନ ବ୍ୟବସ୍ଥାର ତତ୍ତ୍ବାବଧାନ କରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ପୋଲିସ ପ୍ରଶାସନ ୨୬ ପ୍ଲାଟୁନ୍‌ ଫୋର୍ସ ନିୟୋଜନ କରି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲା। ଦର୍ଶନ ସମୟରେ ପାନୀୟ ଜଳ, ଆମ୍ବୁଲାନ୍ସ, ଦମକଳ ବାହିନୀର ବ୍ୟାପକ ବ୍ୟବସ୍ଥା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri