୧୮ ଶ୍ରମିକଙ୍କୁ ପାଉଣା ମିଳୁନାହିଁ

ଯାଜପୁର ଅଫିସ,୨୨।୧: ଯାଜପୁରରୋଡ ବନାଞ୍ଚଳ ଅଧୀନରେ ଚାରାରୋପଣ, ଗାତ ଖୋଳା, ବାଡ଼ ପ୍ରସ୍ତୁତି ଆଦିରେ କାମ କରି ୧୮ ଜଣ ଶ୍ରମିକ ହଟହଟା ହେଉଛନ୍ତି। ବାରମ୍ବାର ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରସ୍ଥ ହେଉଥିଲେ ହେଁ ସେ ଦିନ ଗଡାଇ ଚାଲିଥିବା ଅଭିଯୋଗ ହୋଇଛି। ଏଣେ ଆସନ୍ତା ୩୧ା୦୧ା୨୦୨୧ ତାରିଖରେ ରେଞ୍ଜର ଦେବେନ୍ଦ୍ର ପଟ୍ଟନାୟକ ଚାକିରିରୁ ଅବସର ନେବେ। ଶ୍ରମିକମାନେ ତାଙ୍କ ପାଉଣା ଆଉ ପାଇବେ କି ନାହିଁ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। ଏନେଇ ଶ୍ରମିକମାନେ ମୁଖ୍ୟମନ୍ତ୍ରୀ, ଯାଜପୁରରୋଡ ଯୁଗ୍ମ ଶ୍ରମ ଆୟୁକ୍ତ, ରାଜ୍ୟ ଦୁର୍ନୀତି ନିବାରଣ ମହାନିର୍ଦ୍ଦେଶକ, ଜଙ୍ଗଲ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି।

ଯାଜପୁର ଜିଲାର ଯାଜପୁରରୋଡ ବନାଞ୍ଚଳ ଅଧିକାରୀଙ୍କ ଅଧୀନରେ ଶ୍ରମିକମାନେ ୨ଟି କାମ କରିଥିଲେ। ପ୍ରଥମ କାମରେ ଶ୍ରମିକଙ୍କ ମଜୁରି ବାବଦ ୨ଲକ୍ଷ ୨୯ ହଜାର ୩୦୦ ଟଙ୍କା ଓ ଦ୍ୱିତୀୟ କାମରେ ୧ ଲକ୍ଷ ୭୩ ହଜାର ୯୦୦ଟଙ୍କା ହୋଇଥିବାବେଳେ କେବଳ ଖାଇବା ଖର୍ଚ୍ଚ ବାବଦକୁ ୧୦ହଜାର ଟଙ୍କା ଦେଇଥିଲେ। ତେଣୁ ଏହି ୨ଟି କାମରେ ସେମାନଙ୍କ ଆଉ ୩ ଲକ୍ଷ ୯୩ ହଜାର ୨୦୦ ଟଙ୍କା ବାକି ରହିଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ୫୦ରୁ ଊର୍ଦ୍ଧ୍ୱ ଥର ଶ୍ରମିକ ଯୋଗାଯୋଗ କରିଥିଲେ ହେଁ ସେମାନଙ୍କୁ ବକେୟା ମଜୁରି ଆଦି ପୈଠ ନ କରି ସେ ଖାଲି ସମୟ ଗଡ଼ାଇ ଚାଲିଛନ୍ତି ବୋଲି ଅଭିଯୋଗ ହୋଇଛି। ଉକ୍ତ କାମକୁ ଦେଖାଶୁଣା କରୁଥିବା ଫରେଷ୍ଟର ପ୍ରେମାନନ୍ଦ ରାଉତରାୟଙ୍କ କରୋନାରେ ମୃତ୍ୟୁ ହେବାପରେ କାମ ଦେଇଥିବା ବନାଞ୍ଚଳ ଅଧିକାରୀ ବିଭିନ୍ନ ବାହାନା କରି ଚାଲିଛନ୍ତି। ଏ ବାବଦରେ ଶ୍ରମିକ ନେତା ଦୁଷ୍ମନ୍ତ ରାଉତଙ୍କ ଦ୍ୱାରସ୍ଥ ହେବା ପରେ ଶ୍ରମିକମାନେ ତା୪ା୧ା୨୧ରିଖରେ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ନିକଟରେ ପ୍ରାପ୍ୟ ପାଇବା ପାଇଁ ଏକ ମାମଲା ରୁଜୁ କରିଛନ୍ତି।

ଏଣେ କଟକ ବନଖଣ୍ଡ ଅଧିକାରୀ ଓ ଯାଜପୁରରୋଡ ବନାଞ୍ଚଳ ଅଧିକାରୀଙ୍କୁ କଟକ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ସୁଶାନ୍ତ କୁମାର ଦାଶ ନୋଟିସ ଜାରି କରି ତୁରନ୍ତ ଶ୍ରମିକମାନଙ୍କ ପ୍ରାପ୍ୟ ପୈଠ ପାଇଁ କହିଛନ୍ତିି। କାମ୍ପା, ଡିଏମ୍‌ଏଫ୍‌ ପାଣ୍ଠିରେ ବନୀକରଣ, ସହରାଞ୍ଚଳ ବନୀକରଣ ଆଦି ଯୋଜନାରେ ବହୁ କୋଟି ଟଙ୍କା ବାଟମାରଣା ହୋଇଥିବାବେଳେ କାମ କରିଥିବା ଗରିବ ଶ୍ରମିକମାନଙ୍କ ମୂଲ ବୁଡାଇ ଦେବା ଉପରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ଦୁର୍ନୀତି ନିବାରଣ ମହାନିର୍ଦ୍ଦେଶକ, ଜଙ୍ଗଲ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପିସିସିଏଫ, ଆର୍‌ଡିସିଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି। ଆବଶ୍ୟକ ହେଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି ଶ୍ରମିକ ଦିଲୀପ ମଲ୍ଲିକ। ଏ ସଂକ୍ରାନ୍ତରେ ଯାଜପୁରରୋଡ ରେଞ୍ଜର ଦେବେନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, କେଉଁ ଯୋଜନାରେ କାମ ହୋଇଛି ତା’ର ନିର୍ଦ୍ଦିଷ୍ଟ ତଥ୍ୟ ରଖାଗଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ ହୋଇଥିଲେ ମଷ୍ଟରରୋଲ ଅନୁସାରେ ମଜୁରି ଶ୍ରମିକମାନଙ୍କ ବ୍ୟାଙ୍କ ଖାତାକୁ ଯିବ। ଏଥିରେ କୌଣସି ଦୁର୍ନୀତି କିମ୍ବା ଶ୍ରମିକମାନଙ୍କ ମଜୁରି ହଡପ କଥା ଉଠୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri